ଆଟ୍ରୋପିନ
ଆଟ୍ରୋପିନ ଔଷଧ କୀଟନାଶକ ଓ ସ୍ନାୟୁ ଏଜେଣ୍ଟ ବିଷାକ୍ରିୟା ନିମନ୍ତେ, ଧୀର ହୃଦଗତି ହେଉଥିଲେ ଓ ଅପରେଶନ ସମୟରେ ଲାଳ / From Wikipedia, the free encyclopedia
ଆଟ୍ରୋପିନ ଔଷଧ କୀଟନାଶକ ଓ ସ୍ନାୟୁ ଏଜେଣ୍ଟମାନଙ୍କର ବିଷାକ୍ରିୟା ନିମନ୍ତେ, ଧୀର ହୃଦଗତି ହେଉଥିଲେ ଓ ଅପରେଶନ ସମୟରେ ଲାଳ ନ ବୋହିବା ନିମନ୍ତେ ବ୍ୟବହାର କରାଯାଏ । [3] ଏହା ଶୀରାରେ ବା ମାଂସପେଶୀରେ ଦିଆଯାଏ । [3] ୟୁଭିଆଇଟିସ ଓ ଆମ୍ବ୍ଲିଓପିଆ ଇତ୍ୟାଦି ଚକ୍ଷୁ ରୋଗ ଚିକିତ୍ସା ନିମନ୍ତେ ଡ୍ରପ/ଟୋପା ଆକାରରେ ଦିଆଯାଏ ।[4]ଶୀରାମାଧ୍ୟମ ଇଞ୍ଜେକସନ ଏକ ମିନିଟ ମଧ୍ୟରେ କାମ ଆରମ୍ଭ କରେ ଓ ଅଧ ଘଣ୍ଟା ପର୍ଯ୍ୟନ୍ତ କାମ କରେ । [2] ବିଷାକ୍ତତା ନିମନ୍ତେ ବହୁତ ଅଧିକ ମାତ୍ରା ଦରକାର ହୁଏ । [3]
Clinical data | |
---|---|
Trade names | Atropen ଆଟ୍ରୋପେନ |
Synonyms | ଡାଟୁରିନ Daturin [1] |
AHFS/Drugs.com | monograph |
MedlinePlus | a682487 |
Pregnancy category |
|
Routes of administration | Oral, IV, IM, rectal ଔଷଧ ଦେବାର ପଥ = ଆଇଭି, ଆଇଏମ, ମଳାଶୟରେ |
ATC code | |
Pharmacokinetic data | |
Bioavailability | 25% |
Metabolism | 50% hydrolysed to tropine and tropic acid |
Onset of action | Minute[2] |
Elimination half-life | 2 hours |
Duration of action | 30 to 60 min[2] |
Excretion | 50% excreted unchanged in urine |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.000.096 |
Chemical and physical data | |
Formula | C17H23NO3 |
Molar mass | 289.369 g/mol |
3D model (JSmol) | |
SMILES
| |
InChI
| |
NY (what is this?) (verify) |
ଏହି ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା: ଶୁଖିଲା ପାଟି, ବଡ଼ ଆଖିପୁଅ, ପରିସ୍ରା ଅବରୋଧ, କୋଷ୍ଠ କାଠିନ୍ୟ ଓ ଦୃତ ହୃତ୍ସ୍ପନ୍ଦନ ହାର । ଗ୍ଲକୋମା ରୋଗୀଙ୍କୁ ଏହି ଔଷଧ ଦେବା ନିଷେଧ । [3] ଗର୍ଭାବସ୍ଥାରେ ଏହା ବ୍ୟବହାର କଲେ ଜନ୍ମଗତ ତୃଟି ହୁଏ, ଏହାର ପ୍ରମାଣ ନାହିଁ ବା ଏହା ଉପରେ ଅନୁଶୀଳନ ହୋଇନାହିଁ । ସ୍ତନ୍ୟପାନ ସମୟରେ ଏହା ବିପଦମୁକ୍ତ ହେବା ସମ୍ଭାବନା ଅଛି । [5] ଏହା ଏକା ଆଣ୍ଟିକଲିନର୍ଜିକ(ଆଣ୍ଟିମସ୍କାରିନିକ) ଔଷଧ ଯାହା ପାରାସିମ୍ପାଥେଟିକ ସ୍ନାୟୁ ମଣ୍ଡଳକୁ ବାଧା ଦିଏ । [3]
ସୋଲାନେସି ଉଦ୍ଭିଦ ପରିବାରର ଅନେକ ବୃକ୍ଷରେ ଯେପରିକି ଆଟ୍ରପା ବେଲାଡୋନା, ଡାଟୁରା ସ୍ଟ୍ରମୋନିଅମ ଓ ମଣ୍ଡ୍ରେକ (ପ୍ଲାଣ୍ଟ)ମାନଙ୍କରେ ଆଟ୍ରୋପିନ ସ୍ୱାଭାବିକ ଭାବରେ ଥାଏ । [6] ସନ ୧୮୩୩ରେ ଏହା ପ୍ରଥମେ ପୃଥକୀକରଣ କରାଯାଇଥିଲା । [7] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [8] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ଓ ଦାମିକା ନୁହେଁ । [3][9] ଏକ ମିଲିଗ୍ରାମ ଭାଏଲର ହୋଲସେଲ ଦାମ 0.0୬ରୁ 0.୪୪ ଆମେରିକୀୟ ଡଲାର । [10]