ଆନି ବେସାନ୍ତ
ବ୍ରିଟେନର ଜଣେ ପ୍ରମୁଖ ଜାତୀୟତାବାଦୀ,ବ୍ରହ୍ମବିଦ୍ୟା ବିଶେଷଜ୍ଞ / From Wikipedia, the free encyclopedia
ଆନି ବେସାନ୍ତ (୧ ଅକ୍ଟୋବର ୧୮୪୭ – ୨୦ ସେପ୍ଟେମ୍ବର ୧୯୩୩) ବ୍ରିଟେନର ଜଣେ ପ୍ରମୁଖ ଜାତୀୟତାବାଦୀ, ବ୍ରହ୍ମବିଦ୍ୟା ବିଶେଷଜ୍ଞ, ଲେଖିକା ଏବଂ ବକ୍ତା ଥିଲେ। ସେ ସମାଜରେ ମହିଳା ମାନଙ୍କ ଅଧିକାର ରକ୍ଷା ନିମନ୍ତେ ଅତ୍ୟନ୍ତ କ୍ରିୟାଶୀଳ ଥିଲେ। ସେ ମଧ୍ୟ ଆୟର୍ଲ୍ୟାଣ୍ଡ୍ ଏବଂ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଦୃଢ଼ ସମର୍ଥକ ଥିଲେ।
୧୮୬୭ ମସିହାରେ ଆନି ୨୦ବର୍ଷ ବୟସରେ ଫ୍ରାଙ୍କ୍ ବେସାନ୍ତ ନାମକ ଜଣେ ପାଦ୍ରୀଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ଥିଲେ। କିନ୍ତୁ ଆନିଙ୍କ ମନରେ ବୃଦ୍ଧି ପାଉଥିବା ଧର୍ମ ବିରୋଧି ଚିନ୍ତାଧାରା ୧୮୭୩ ମସିହାରେ ଆନି ଏବଂ ଫ୍ରାଙ୍କ୍ଙ୍କ ବିବାହ ବିଚ୍ଛେଦର କାରଣ ହୋଇଥିଲା।[1] ଏହା ପରେ ସେ ଜାତୀୟ ଧର୍ମନିରପେକ୍ଷ ସମାଜ ନାମକ ସଂଘ ବା National Secular Society (NSS)ର ଜଣେ ପ୍ରମୁଖ ବକ୍ତା, ଲେଖିକା ଏବଂ ଚାର୍ଲସ୍ ବ୍ରାଡ୍ଲାଫ୍ (Charles Bradlaugh)ଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ଭାବେ ପରିଚିତି ଲାଭ କରିଥିଲେ। ୧୮୭୭ ମସିହାରେ ଏକ ବହି ପ୍ରକାଶନ କରିଥିବା ଯୋଗୁଁ ପରିବାର ନିୟନ୍ତ୍ରଣ ଉପରେ ଅଭିଯାନ ଚଳାଇଥିବା ଚାର୍ଲସ୍ ନଲ୍ଟନ୍ (Charles_Knowlton) ସେମାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। କିନ୍ତୁ ଏହି ଅପବାଦ ସେମାନଙ୍କୁ ପ୍ରସିଦ୍ଧ କରିଥିଲା ଏବଂ ବ୍ରାଡ୍ଲାଫ୍ ୧୮୮୦ ମସିହାରେ ନର୍ଥମ୍ପଟନର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।
ସେ ରକ୍ତାକ୍ତ ରବିବାର ବା Bloody Sunday (୧୮୮୭) ପ୍ରଦର୍ଶନ ଏବଂ ୧୮୮୮ ମସିହାରେ ହୋଇଥିବା ଲଣ୍ଡନର ଦିଆସିଲି କାଠି କାରଖାନାରେ କାମ କରୁଥିବା ମହିଳାମାନଙ୍କର ବିଦ୍ରୋହରେ ସକ୍ରିୟ ଭାବେ ଯୋଗ ଦେଇଥିଲେ। ସେ ଫାବିଆନ୍ ସମାଜ (Fabian Society) ଏବଂ ମାର୍କ୍ସିଷ୍ଟ୍ ସାମାଜିକ ଗାଣତାନ୍ତ୍ରିକ ସଂସ୍ଥା ବା Marxist Social Democratic Federation (SDF)ରଜଣେ ମୁଖ୍ୟବକ୍ତା ଥିଲେ । ଯେତେବେଳେ ମାତ୍ର ଅଳ୍ପ କେତେକ ମହିଳା ନିର୍ବାଚନରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇ ପାରୁଥିଲେ, ସେ ସମୟରେ ଆନିବେସାନ୍ତ ସର୍ବାଧିକ ଭୋଟ୍ ପାଇ ଟାୱାର୍ ହାମ୍ଲେଟ୍ସ୍ (Tower Hamlets) ପାଇଁ ଲଣ୍ଡନ୍ ସ୍କୁଲ୍ ବୋର୍ଡ଼୍ (London School Board)କୁ ନିର୍ବାଚିତ ହୋଇଥିଲେ।
୧୮୯୦ ମସିହାରେ ବେସାନ୍ତଙ୍କର ହେଲେନା ବ୍ଲାଭାଟ୍ସ୍କି (Helena Blavatsky)ଙ୍କ ସହ ଦେଖା ହୋଇଥିଲା। ଆଗାମୀ ବର୍ଷ ଗୁଡ଼ିକରେ ବ୍ରହ୍ମବିଦ୍ୟା (Theosophy) ତାଙ୍କ ରୁଚି ବଢ଼ିଥିଲା; କିନ୍ତୁ ଧର୍ମନିରପେକ୍ଷତା ଜନିତ ଘଟଣା ଗୁଡ଼ିକ ଉପରେ ତାଙ୍କ ରୁଚି କମିଥିଲା । ସେ ବ୍ରହ୍ମବିଦ୍ୟା ସମାଜ (Theosophical Society)ର ସଦସ୍ୟା ହୋଇଥିଲେ ଏବଂ ବ୍ରହ୍ମବିଦ୍ୟା ବିଷୟର ଜଣେ ପ୍ରମୁଖ ଅଧ୍ୟାପିକା ରୂପେ ମଧ୍ୟ ପରିଚିତି ଲାଭ କରିଥିଲେ । ତାଙ୍କର ବ୍ରହ୍ମବିଦ୍ୟା ସମ୍ପର୍କୀୟ କିଛି କାମ ପାଇଁ ସେ ଭାରତକୁ ଆସିଥିଲେ। ୧୯୮୮ ମସିହାରେ ସେ କେନ୍ଦ୍ରୀୟ ହିନ୍ଦୁ ମହାବିଦ୍ୟାଳୟ (Central Hindu School) ଏବଂ ୧୯୨୨ ମସିହାରେ ଭାରତର ମୁମ୍ବାଇଠାରେ ହାଇଦ୍ରାବାଦ୍ (ସିନ୍ଦ୍) ଜାତୀୟ କଲିଜିଏଟ୍ ବୋର୍ଡ଼୍ (Hyderabad (Sind) National Collegiate Board) ପ୍ରତିଷ୍ଠାରେ ସହାୟକ ହୋଇଥିଲେ।[2][3] ୧୯୦୨ ମସିହାରେ International Order of Co-Freemasonry,ଲେ ଡ୍ରୋଇଟ୍ ହୁମେନ୍ (Le Droit HumainLe Droit Humain)ର ପ୍ରଥମ ସମୁଦ୍ରପାର ଲଜ୍ ପ୍ରତିଷ୍ଠା କରିଥିଲେ। ପରବର୍ତ୍ତୀ ବର୍ଷ ଗୁଡ଼ିକରେ ସେ ବ୍ରିଟିଶ ସାମ୍ରାଜ୍ୟ (British Empire)ର ବିଭିନ୍ନ ପ୍ରାନ୍ତରେ ଲଜ୍ମାନ ପ୍ରତିଷ୍ଠା କରିଥିଲେ । ୧୯୦୭ ମସିହାରେ ସେ ବ୍ରହ୍ମବିଦ୍ୟା ସମାଜ (Theosophical Society)ର ସଭାପତି ହୋଇଥିଲେ। ଏହି ସମାଜର ଆନ୍ତର୍ଜାତୀୟ ମୁଖ୍ୟାଳୟ ଚେନ୍ନାଇର ଆଦ୍ୟାରଠାରେ ଥିଲା।
ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇ ଭାରତୀୟ ରାଜନୀତିରେ ପ୍ରବେଶ କରିଥିଲେ । ୧୯୧୪ ମସିହାରେ ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହେବା ସମୟରେ ଭାରତରେ ଗଣତନ୍ତ୍ର ଶାସନ ଏବଂ ସାର୍ବଭୌମତ୍ୱ ପାଇଁ ହୋମ୍ ରୁଲ୍ ଲିଗ୍ର ଅଭିଯାନ ଚଳାଇବାରେ ସେ ସାହାଯ୍ୟ କରିଥିଲେ। ଏଥିପାଇଁ ତାଙ୍କୁ ୧୯୧୭ ମସିହା ଶେଷବେଳକୁ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ କରାଯାଇ ଥିଲା । ୧୯୨୦ ମସିହାରେ ବେସାନ୍ତ ତାଙ୍କର ପାଳିତ ପୁତ୍ର ଜିଦ୍ଦୁ କୃଷ୍ଣମୂର୍ତ୍ତୀଙ୍କ ସହ ଯୁକ୍ତ ରାଷ୍ଟ୍ର ଆମେରିକାକୁ ଯାତ୍ରା କରିଥିଲେ। ଜିଦ୍ଦୁଙ୍କୁ ସେ ବୁଦ୍ଧଙ୍କର ପୁନର୍ଜନ୍ମ ବୋଲି ଦାବି କରୁଥିଲେ। ୧୯୨୯ ମସିହାରେ କୃଷ୍ଣମୂର୍ତ୍ତୀ ଏହି ଦାବିକୁ ଖଣ୍ଡନ କରିଥିଲେ।[1] ଯୁଦ୍ଧ ପରଠାରୁ ନିଜ ମୃତ୍ୟୁ ପର୍ଯ୍ୟନ୍ତ ବେସାନ୍ତ ଭାରତର ସ୍ୱାଧୀନତା ଏବଂ ବ୍ରହ୍ମବିଦ୍ୟାର ପ୍ରସାର ପାଇଁ ଅଭିଯାନ ଚଳାଇ ଥିଲେ । ଶେଷରେ ୧୯୩୩ ମସିହାରେ ସେ ମୃତ୍ୟୁବରଣ କରିଥିଲେ ।