କବୀର
ସନ୍ଥକବି / From Wikipedia, the free encyclopedia
ଲେଖା ଚାଲିଛି...
Quick Facts କବୀର, ଜନ୍ମ ...
Close
କବୀର (୧୪୪୦–୧୫୧୮)[1][2][3][4] ଜଣେ ଧାର୍ମିକ କବି ଓ ସନ୍ଥ ଥିଲେ । କବୀରଙ୍କ ରଚନା ଭକ୍ତି ଆନ୍ଦୋଳନକୁ ଗଭୀର ଭାବେ ପ୍ରଭାବିତ କରିଥିଲା । କବୀରଙ୍କ କବିତା ଶିଖ ଧର୍ମ ପୁସ୍ତକ ଗୁରୁ ଗ୍ରନ୍ଥ ସାହିବରେ ଦେଖିବାକୁ ମିଳେ ।[5][3][6] ତାଙ୍କର ଲେଖା ମଧ୍ୟରେ ଦୋହା ଖ୍ୟାତି ଲାଭ କରିଥିଲା ।[7]
କବୀରଙ୍କ ଜନ୍ମ ରହସ୍ୟ ଓ ଲୋକକଥାରେ ପରିପୂର୍ଣ୍ଣ । ତାଙ୍କର ଜନ୍ମ ସମୟ ଓ ପିତାମାତାଙ୍କ ବିଷୟରେ ବିଶାରଦମାନଙ୍କର ମତଭେଦ ରହିଛି । ଲୋକକଥା ଅନୁସାରେ ଜଣେ ବ୍ରାହ୍ମଣ କନ୍ୟା ଏକ ହିନ୍ଦୁ ମନ୍ଦିରକୁ ଯିବା ପରେ ଗର୍ଭବତୀ ହୋଇଥିଲେ କିନ୍ତୁ ସେ ବିବାହିତା ନଥିଲେ । ତେଣୁ ନବଜାତ କବୀରଙ୍କୁ ସେ ପରିତ୍ୟାଗ କଲାପରେ ଏକ ମୁସଲମାନ ତନ୍ତୀ ଦମ୍ପତି ତାଙ୍କୁ ଲାଳନ ପାଳନ କରିଥିଲେ ।[8] ସେ ବ୍ରାହ୍ମଣ ହୋଇଥିବା ବିଷୟ ସନ୍ଦେହାତ୍ମକ ଥିଲେ ମଧ୍ୟ ହିନ୍ଦୁ ସାଧୁ ରାମାନନ୍ଦ ସେହି ସମ୍ବନ୍ଧରେ ପ୍ରଭାବ ପକେଇଥିଲେ । [9]