କ୍ଲୋଫାଜିମିନ
From Wikipedia, the free encyclopedia
କ୍ଲୋଫାଜିମିନ (ଇଂରାଜୀ ଭାଷାରେ Clofazimine, ବିକ୍ରୟ ନାମ ଲାମ୍ପ୍ରିନ/Lamprene) ଏକ ଔଷଧ ଯାହା କୁଷ୍ଠ ରୋଗ ଚିକିତ୍ସା ନିମନ୍ତେ ରିଫାମ୍ପିସିନ ଓ ଡାପ୍ସୋନ୍ ସହିତ ଦିଆଯାଏ ।[1] ଏହା ବିଶେଷତଃ ମଲ୍ଟିବ୍ୟାସିଲାରି (ଏମବି/MB) କୁଷ୍ଠ ଓ ଏରିଦେମା ନୋଡୋସମ ଲେପ୍ରୋସମ (erythema nodosum leprosum) ରୋଗରେ ବ୍ୟବହାର କରାଯାଏ ।[2] ଅନ୍ୟାନ୍ୟ ରୋଗମାନଙ୍କରେ ଏହାର ବ୍ୟବହାର ବିଷୟରେ ଯଥେଷ୍ଟ ପ୍ରମାଣ ମିଳୁନି । ଏହା ପାଟିରେ ଦିଆଯାଏ ।[1]
Clinical data | |
---|---|
Trade names | Lamprene |
Synonyms | N,5-bis(4-chlorophenyl)-3-(1-methylethylimino)-5H-phenazin-2-amine |
AHFS/Drugs.com | monograph |
MedlinePlus | a682128 |
ATC code |
|
Pharmacokinetic data | |
Elimination half-life | 70 days |
Identifiers | |
IUPAC name
| |
CAS Number | |
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEMBL | |
ECHA InfoCard | 100.016.347 |
Chemical and physical data | |
Formula | C27H22Cl2N4 |
Molar mass | 473.396 g/mol |
3D model (JSmol) | |
SMILES
| |
InChI
| |
NY (what is this?) (verify) |
ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ତରଳ ଝାଡ଼ା, ଗଲୁ, ଶୁଷ୍କ ଚର୍ମ ଓ ଚମର ରଙ୍ଗ ପରିବର୍ତ୍ତନ ଇତ୍ୟାଦି ଲକ୍ଷଣ ଦେଖାଯାଏ । [1] ଆଉ ମଧ୍ୟ ଅଧିକ ରକ୍ତ ଶର୍କରା (increased blood sugar), ସୂର୍ଯ୍ୟାଲୋକ ପ୍ରତି ସମ୍ବେଦନଶୀଳ ଓ ପରିପାକ ନଳୀର (gastrointestinal tract) ଆସ୍ତରଣ ଫୁଲିବା ଇତ୍ୟାଦି ଲକ୍ଷଣ ଦେଖାଯାଏ ।[2] ଗର୍ଭାବସ୍ଥାରେ ଏହାର ନିରାପତ୍ତା ବିଷୟ ସ୍ପଷ୍ଟ ନୁହେଁ । ଏହା ଏକ ପ୍ରକାର ଫିନାଜିନ ଡାଇ (phenazine dye) ଓ ଡିଏନଏ (DNA) ତିଆରିରେ ବାଧା ସୃଷ୍ଟି କରେ ।[1]
ସନ ୧୯୮୬ରେ ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [1] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[3] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସ ଚିକିତ୍ସାର କ୍ରୟ ମୂଲ୍ୟ ପ୍ରାୟ ୨୪ ଆମେରିକୀୟ ଡଲାର ।[4] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ବ୍ୟବସାୟୀକ ଭିତ୍ତିରେ ମିଳେନି, କିନ୍ତୁ ୟୁସ ଡିପାର୍ଟମେଣ୍ଟ ଅଫ ହେଲ୍ଥ ଆଣ୍ଡ ହ୍ୟୁମାନ ସର୍ଭିସେସ (US Department of Health and Human Services) ସଂସ୍ଥାରେ ମିଳେ । [1]