ଡେସିପ୍ରାମାଇନ
ଏହା ଏକ ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ (TCA) ଯାହା ଅବସାଦ, ପ୍ୟାନିକ୍ ଡିଜଅର୍ଡ଼ର ଏବଂ ପୋଷ୍ଟହରପେଟିକ ସ୍ / From Wikipedia, the free encyclopedia
ଡେସିପ୍ରାମାଇନ, ଏକ ବେପାର ନାମ ନୋରପ୍ରାମିନ ହେଉଛି ଏକ ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ (TCA) ଯାହା ଅବସାଦ, ପ୍ୟାନିକ୍ ଡିଜଅର୍ଡ଼ର ଏବଂ ପୋଷ୍ଟହରପେଟିକ ସ୍ନାୟୁ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[6] ୫ ଦିନ ମଧ୍ୟରେ ଔଷଧର ଉପକାର ଦେଖାଯାଇପାରେ ଓ ପୂର୍ଣ୍ଣ ପ୍ରଭାବ ପାଇଁ ୩ ସପ୍ତାହ ପର୍ଯ୍ୟନ୍ତ ଆବଶ୍ୟକ ହୋଇପାରେ ।
Clinical data | |
---|---|
Trade names | Norpramin, Pertofrane, others |
Synonyms | Desmethylimipramine; Norimipramine; EX-4355; G-35020; JB-8181; NSC-114901[1][2][3] |
AHFS/Drugs.com | monograph |
MedlinePlus | a682387 |
Pregnancy category |
|
Routes of administration | By mouth, intramuscular injection |
Legal status | |
Legal status |
|
Pharmacokinetic data | |
Bioavailability | 60–70%[4] |
Protein binding | 91%[4] |
Metabolism | Liver (CYP2D6)[5] |
Elimination half-life | 12–30 hours[4] |
Excretion | Urine (70%), feces[4] |
Identifiers | |
IUPAC name
| |
ECHA InfoCard | 100.000.037 |
Chemical and physical data | |
Formula | C18H22N2 |
Molar mass | ୨୬୬.୩୯ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, କୋଷ୍ଠକାଠିନ୍ୟ, ଅସ୍ପଷ୍ଟ ଦୃଷ୍ଟିଶକ୍ତି, ଛିଡା ହେବା ସହିତ ନିମ୍ନ ରକ୍ତଚାପ, ନିଦ୍ରା ଏବଂ ଦୁର୍ବଳତା ଅନ୍ତର୍ଭୁକ୍ତ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା, ମାନିଆ, ଆରିଥମିଆ ଏବଂ ବାତ ଅନ୍ତର୍ଭୁକ୍ତ ହୋଇପାରେ ।[6] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । ଏହା କିପରି କାର୍ଯ୍ୟ କରେ, ତାହା ଅସ୍ପଷ୍ଟ, କିନ୍ତୁ ସେରୋଟୋନିନ୍ ଏବଂ ନରଏପିନେଫ୍ରିନ ଉପରେ ପ୍ରଭାବ ପଡ଼ୁଥିବ ବୋଲି ବିଶ୍ୱାସ କରାଯାଏ ।
୧୯୬୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଡେସିପ୍ରାମାଇନ ଅନୁମୋଦିତ ହୋଇଥିଲା ।[6] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[7] ଯୁକ୍ତରାଷ୍ଟ୍ରରେ ୧୦୦ ମିଗ୍ରାର ୩୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୫ ଡଲାର ଥିଲା ।[8] ଏହା ବହୁଳ ଭାବରେ ବ୍ୟବହୃତ ହେଇଛି ।[7]