ନିକୋଟିନ ପୁନଃସ୍ଥାପନ ଚିକିତ୍ସା
From Wikipedia, the free encyclopedia
ନିକୋଟିନ ପୁନଃସ୍ଥାପନ ଚିକିତ୍ସା (ଏନଆରଟି) ଏକ ମେଡିକାଲ ଅନୁମୋଦିତ ଚିକିତ୍ସା ପଦ୍ଧତି ଯାହାଦ୍ୱାରା ଟୋବାକୋ ନ ନେଇ ଅନ୍ୟ ଉପାୟରେ ନିକୋଟିନ ନିଆଯାଏ ।[2] ଧୂମ୍ରପାନ ତ୍ୟାଗ ବା ଟୋବାକୋ ଚୋବେଇବା ଅଭ୍ୟାସ ଛଡ଼େଇବା ନିମନ୍ତେ ଏହି ଚିକିତ୍ସା କରାଯାଏ । [1][3] ଏହାଦ୍ୱାରା ଧୁମ୍ରପାନ ପ୍ରାୟ ୫୦%ରୁ ୭୦% କମିଯାଏ । [4] ଏହା ସହିତ ଅନ୍ୟ କେତେକ ବ୍ୟବହାରିକ ପରବର୍ତ୍ତନ କରିବାକୁ ହୁଏ । ଅଲ୍ସରେଟିଭ କୋଲାଇଟିସ ରୋଗରେ ମଧ୍ୟ ଏନଆରଟି ଚିକିତ୍ସା କରାଯାଏ । ଏନଆରଟି ଦେବାର ବିଭିନ୍ନ ପଦ୍ଧତି: ନିକୋଟିନ ପ୍ୟାଚ୍, ନିକିଟିନ ଚୁଇଙ୍ଗ ଗମ୍, ନିକୋଟିନ ଲୋଜେଞ୍ଜ, ନାସିକା ସ୍ପ୍ରେ ଓ ଏନଆରଟି ଅନ୍ତଃଶୋଷକ ।[1] ଏକାଧିକ ଏନଆରଟି ଏକ ସମୟରେ ବ୍ୟବହାର କଲେ ଅଧିକ ସୁଫଳ ମିଳେ ।[5][6]
Clinical data | |
---|---|
Trade names | Nicoderm, Commit, Nicorette, other[1] |
AHFS/Drugs.com | monograph |
Pregnancy category |
|
Identifiers | |
IUPAC name
| |
CAS Number |
ନିକୋଟିନ ପ୍ରସ୍ତୁତି (formulation) ଉପରେ ପାର୍ଶ୍ୱ ପ୍ରତିକ୍ରିୟା ନିର୍ଭର କରେ । ଚୁଇଙ୍ଗ ଗମ୍ ନେଲେ ଅଇ, ହିକ୍କା ଓ ପାଟି ଜ୍ୱାଳା ହୁଏ । ପ୍ୟାଚ୍ ନେଲେ ଚର୍ମ ଜ୍ୱାଳା ହୁଏ ଓ ପାଟି ଶୁଖିଯାଏ; ଅନ୍ତଃଶୋଷକ ନେଲେ କାଶ, ନାକରୁ ପାଣି ବୋହିବା ଓ ମୁଣ୍ଡବଥା ହୁଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ନିକୋଟିନ ବିଷାକ୍ତତା ଓ ନିଶାଗ୍ରସ୍ତ ହେବା ଦେଖାଯାଏ ।[1] ଅଧିକ ହୃଦ୍ଘାତ ସଙ୍କଟ ହେବା ଜଣାଯାଏ ନାହିଁ ।[4] ଗର୍ଭାବସ୍ଥାରେ ଏହା ନେଲେ ଶିଶୁର କ୍ଷତି ହେବା ସମ୍ଭାବନା ଥାଏ ।[1][7] ନିକୋଟିନ ନିଶା ଯୋଗୁ ହେଉଥିବା ଅଦମ୍ୟ ଇଚ୍ଛାକୁ ନିକୋଟିନ ପୁନଃସ୍ଥାପନ ଚିକିତ୍ସା ପ୍ରଶମିତ କରେ । [1][8]
ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୮୪ରେ ଏହା ବ୍ୟବହାର ନିମନ୍ତେ ଅନୁମୋଦିତ ହୋଇଥିଲା ।[1] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[9] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[1] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ୟାଚ୍ ବା ଗମ୍ ବ୍ୟବହାର କଲେ ଏକ ମାସରେ ୧୦୦ରୁ ୨୦୦ ଡଳାର ଖର୍ଚ୍ଚ ହୁଏ ଓ ଅନ୍ୟ ପ୍ରକାର ଔଷଧର ଦାମ ଅତ୍ୟଧିକ ବେଶୀ ।[10]