ପାକିସ୍ତାନରେ ପର୍ଯ୍ୟଟନ
From Wikipedia, the free encyclopedia
ପାକିସ୍ତାନରେ ପର୍ଯ୍ୟଟନ ଏକ ବଢୁଥିବା ଶିଳ୍ପ ଅଟେ । ୨୦୧୦ରେ, ଲୋନଲି ପ୍ଲାନେଟ୍ ପତ୍ରିକା ପାକିସ୍ତାନକୁ "... ପର୍ଯ୍ୟଟନର ପରବର୍ତ୍ତୀ ବଡ଼ ଜିନିଷ" ବୋଲି କହିଥିଲା । ଦେଶଟି ବିଭିନ୍ନ ଭୌଗଳିକ ଏବଂ ପ୍ରଜାତିର ବ୍ୟକ୍ତିଙ୍କର ସମାହାର, ଏବଂ ଐତିହାସିକ ଏବଂ ସାଂସ୍କୃତିକ ସ୍ଥଳ ମଧ୍ୟ ରହିଛି। ବିଗତ କିଛି ବର୍ଷ ମଧ୍ୟରେ ପର୍ଯ୍ୟଟନରେ ଏହି ଉତ୍ଥାନକୁ ପାକିସ୍ତାନ ସରକାରଙ୍କ ଦେଶର କିଛି ଅଂଶ ପରିଦର୍ଶନ କରିବାକୁ ଚାହୁଁଥିବା ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ବାଧ୍ୟତାମୂଳକ "ବିନା ଆପତ୍ତି ପ୍ରମାଣପତ୍ର" ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏବଂ ଖୋଲୁଛି ।
ପାକିସ୍ଥାନ ୨୦୨୦ ପାଇଁ ସର୍ବୋତ୍ତମ ଆବାସିକ ଲକ୍ଷ୍ୟସ୍ଥଳ ପଦବାଚ୍ୟ ହୋଇଥିଲା ଓ ପାକିସ୍ଥାନ ମଧ୍ୟ ୨୦୨୦ ପାଇଁ ବିଶ୍ୱର ତୃତୀୟ ସର୍ବୋଚ୍ଚ ସମ୍ଭାବ୍ୟ ଦୁଃସାହସିକ ଲକ୍ଷ୍ୟସ୍ଥଳ ଭାବରେ ଘୋଷଣା ହୋଇଥିଲା ଦେଶରେ ସୁରକ୍ଷା ସୁଦୃଢ଼ ହେବା ସହିତ ପାକିସ୍ତାନରେ ପର୍ଯ୍ୟଟନ ବୃଦ୍ଧି ପାଉଛି । ମାତ୍ର ଦୁଇ ବର୍ଷ ମଧ୍ୟରେ ପାକିସ୍ତାନରେ ପର୍ଯ୍ୟଟନ ୩୦୦%ରୁ ଅଧିକ ବୃଦ୍ଧି ପାଇଛି । ପାକିସ୍ଥାନ ମଧ୍ୟ ୧୭୫ ଦେଶ ପାଇଁ ଅନଲାଇନରେ ଭିସା ପ୍ରେବଶ ସେବା ଉନ୍ମୋଚିତ ଏବଂ ୫୦ ଦେଶ ଆଗମନ ପରେ ଭିସା (ଭିସା ଅନ ଆରଇଭାଲ୍) ଉତ୍ସର୍ଗ କରାଗଲା, ଯାହା ପାକିସ୍ଥାନକୁ ଏକ ପର୍ଯ୍ୟଟନ ଯାତ୍ରା ସହଜ କଲେ। ପାକିସ୍ତାନ ମଧ୍ୟ ଭ୍ରମଣକାରୀ ବ୍ଲଗର୍ମାନଙ୍କର ଏକ ସ୍ରୋତ ଗ୍ରହଣ କରିଥିଲା, ଯେଉଁମାନେ ଦେଶର ସୌନ୍ଦର୍ଯ୍ୟ ପ୍ରଦର୍ଶନ କରିଥିଲେ, ବିଶେଷ କରି ହୁଞ୍ଜା ଏବଂ ସ୍କାର୍ଡୁ ଭଳି ଉତ୍ତର ଅଞ୍ଚଳଗୁଡ଼ିକରେ