ପିତ୍ତକୋଷ କର୍କଟ
ଏହା ଏକ ପ୍ରକାର କର୍କଟ ରୋଗ ଯାହା ପିତ୍ତକୋଷ ମଧ୍ୟରେ ଆରମ୍ଭ ହୁଏ | / From Wikipedia, the free encyclopedia
ପିତ୍ତକୋଷ କର୍କଟ ହେଉଛି ଏକ ପ୍ରକାର କର୍କଟ ରୋଗ ଯାହା ପିତ୍ତକୋଷ ମଧ୍ୟରେ ଆରମ୍ଭ ହୁଏ | [6] ଏହି ରୋଗ ଲକ୍ଷଣ ବିହୀନରୁ ଆରମ୍ଭ କରି ଡାହାଣ ପାର୍ଶ୍ୱରେ ଉଦର ଯନ୍ତ୍ରଣା, ହଳଦିଆ ଚର୍ମ, ଓଜନ ହ୍ରାସ ଏବଂ ବାନ୍ତି ପର୍ଯ୍ୟନ୍ତ ହୋଇପାରେ | [1] ରୋଗ ଜଟିଳ ହେଲେ ଯକୃତ ପରି ଅନ୍ୟାନ୍ୟ ଅଙ୍ଗମାନଙ୍କୁ ବିସ୍ତାରିତ ହୋଇପାରେ | [6]
Gallbladder cancer | |
---|---|
ବିଭାଗ | General surgery, oncology |
ଲକ୍ଷଣ | None, abdominal pain, yellowish skin, weight loss, vomiting[1] |
ଆକ୍ରାନ୍ତ ସମୟ | >65 years old[2] |
କାରଣ | Often unknown[3] |
ବିପଦ କାରକ | Inflammation of the gallbladder, salmonella typhi, isoniazid, radon, smoking, obesity, primary sclerosing cholangitis, inflammatory bowel disease[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Blood tests, medical imaging, biopsy[4] |
ସଠିକ ରୋଗ ନିର୍ଣ୍ଣୟ | Cholecystitis, bile duct tumors[1] |
ଚିକିତ୍ସା | Surgery, chemotherapy, radiation therapy[1] |
Prognosis | Five-year survival rate ~19% (US)[5] |
ପୁନଃପୌନିକ | 11,740 (2017 US)[1] |
ମୃତ୍ୟୁ ସାନ୍ଦ୍ରତା | 3,830 (2017 US)[1] |
ଏହାର କାରଣ ଜଣା ପଡ଼ିନାହିଁ | [3] ସଙ୍କଟ କାରକ ମଧ୍ୟରେ ପିତ୍ତାସ୍ନରୀ, ପିତ୍ତକୋଷ ପଲିପ, ଏବଂ ଜନ୍ମଗତ ବିଲିଆରି ସିଷ୍ଟ ହୋଇପାରେ କାରଣ ଏଗୁଡ଼ିକଦ୍ୱାରା ପ୍ରଦାହ ହୁଏ । [1] ଅନ୍ୟାନ୍ୟ ସଙ୍କଟ କାରକମାନଙ୍କ ନାମ ସାଲମାନେଲା ଟାଇଫି, ଆଇସୋନିଆଜିଡ, ର୍ୟାଡ଼ନ, ଧୂମପାନ, ମେଦବହୁଳତା, ପ୍ରାଥମିକ ସ୍କ୍ଲେରୋଜିଂ କୋଲାଙ୍ଗାଇଟିସ୍ ଏବଂ ପ୍ରଦାହ ଜନିତ ଖାଦ୍ୟନଳୀ ରୋଗ ଭଳି ଦୀର୍ଘକାଳୀନ ସଂକ୍ରମଣ ଅନ୍ତର୍ଭୁକ୍ତ । [1] ରକ୍ତ ପରୀକ୍ଷା, ମେଡିକାଲ ଇମେଜିଙ୍ଗ ଓ ବାୟୋପ୍ସି କରି ରୋଗ ନିର୍ଣ୍ଣୟ କରାଯାଏ । [6]
ପ୍ରାରମ୍ଭିକ ପର୍ଯ୍ୟାୟରେ ଅସ୍ତ୍ରୋପଚାରଦ୍ୱାରା ଏହି ରୋଗ ଆରୋଗ୍ୟ ହୋଇପାରେ | [1] କେତେକ କ୍ଷେତ୍ରରେ କେମୋଥେରାପି ବା ବିକିରଣ ଥେରାପି ବ୍ୟବହୃତ ହୋଇପାରେ | [1] ଯୁକ୍ତରାଷ୍ଟରେ ଏହାର ପାଞ୍ଚ ବର୍ଷ ଆୟୁଷ ହାର ପ୍ରାୟ ୧୯% ଯଦିଓ ଏହା ପ୍ରାରମ୍ଭିକ ରୋଗରେ ଏହା ୬୨% ଓ ଶରୀରର ଦୂର ସ୍ଥାନକୁ ଏହି କର୍କଟ ବ୍ୟାପିଥିଲେ ୨% ହୋଇପାରେ । [5]
ପିତ୍ତକୋଷ କର୍କଟ ଏକ ଅପେକ୍ଷାକୃତ ଅସାଧାରଣ ରୋଗ, ଯୁକ୍ତରାଷ୍ଟ୍ରରେ ପ୍ରତିବର୍ଷ 100,000 ଲୋକରେ ୨ରୁ କମ୍ ନୂଆ ରୋଗ ହୁଏ। [7] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି | [6] ପ୍ରାୟ ୬୫ ବର୍ଷ ବୟସ ପରେ ସାଧାରଣତଃ ଏହି ରୋଗ ହୁଏ ।[2] ସାଧାରଣତଃ ଏହା ଦକ୍ଷିଣ ଆମେରିକା, ଭାରତ, ପାକିସ୍ତାନ, ଜାପାନ, ଏବଂ ଦକ୍ଷିଣ କୋରିଆରେ ହୁଏ ଓ ଚିଲିରେ ପ୍ରତି ୧୦୦,୦୦୦ ଲୋକରେ ୧୦ ଜଣ ହାରରେ ହୁଏ । [1][8] ସ୍ଥାନୀୟ ଆମେରିକାବାସୀଙ୍କ ସମେତ କେତେକ ଜାତିରେ ବାରମ୍ବାର ହୁଏ | [1] ଏହାକୁ ପ୍ରଥମେ ୧୭୭୭ ମସିହାରେ ମ୍ୟାକ୍ସିମିଲିଆନ୍ ଡି ଷ୍ଟୋଲ୍ ବର୍ଣ୍ଣନା କରିଥିଲେ | [9]