ବଳାଗଣ୍ଠି ଭଙ୍ଗା
From Wikipedia, the free encyclopedia
ବଳାଗଣ୍ଠି ଭଙ୍ଗା କୁହାଯାଏ ଯଦି ବଳାଗଣ୍ଠିରେ ଥିବା ଏକ ବା ଏକାଧିକ ହାଡ଼ ଭାଙ୍ଗିଯାଏ । [3] ଏହାର ଲକ୍ଷଣ ମଧ୍ୟରେ ଯନ୍ତ୍ରଣା, ଫୁଲା, ବ୍ରୁଇ ଘାଆ ଏବଂ ଗୋଡରେ ଚାଲିବାରେ ଅକ୍ଷମତା ରହିପାରେ । [1] ଜଟିଳତା ମଧ୍ୟରେ ଆଣ୍ଠୁଗଣ୍ଠି ସ୍ଫ୍ରେନ, କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ, ଗତିର ପରିସର ହ୍ରାସ, ଏବଂ ମାଲୟୁନିଅନ ହୋଇପାରେ । [1] [4]
Ankle fracture | |
---|---|
Broken ankle[1] | |
ବିଭାଗ | Orthopedics |
ଲକ୍ଷଣ | Pain, swelling, bruising, inability to walk[1] |
ଆକ୍ରାନ୍ତ ସମୟ | Young males, older females[2] |
କାରଣ | Rolling the ankle, blunt trauma[2] |
ରୋଗ ନିର୍ଣ୍ଣୟ ପଦ୍ଧତି | X-rays based on the Ottawa ankle rule[2] |
ସଠିକ ରୋଗ ନିର୍ଣ୍ଣୟ | Rheumatoid arthritis, gout, septic arthritis, Achilles tendon rupture[2] |
ଚିକିତ୍ସା | Splinting, casting, surgery[1] |
ପୁନଃପୌନିକ | ~1 per 1000/year[2] |
ଗଣ୍ଠି ଉପରେ ଅତ୍ୟଧିକ ଚାପ ପଡ଼ିଲଡ଼ ବା ମୋଡ଼ି ହୋଇଗଲେ ଏହି ଭଙ୍ଗା ହୁଏ । [4] [3] ପ୍ରକାର ଗୁଡ଼ିକରେ ଲାଟେରାଲ ମାଲିଓଲସ, ମିଡିଆଲ ମାଲିଓଲସ, ପୋଷ୍ଟିରିଅର ମାଲିଓଲସ, ଉଭୟ ମାଲିଓଲସ ବା ଟ୍ରାଇମାଲିଓଲାର ଭଙ୍ଗା ହୋଇପାରେ । [1] ଓଟାୱା ନିୟମ ଅନୁସାରେ ଏକ୍ସ-ରେ ଚିତ୍ର ଅନୁଶୀଳନ କରାଯାଏ । [2]
ସ୍ପ୍ଲିଣ୍ଟ, ପ୍ଲାସ୍ଟର, କିମ୍ବା ଅସ୍ତ୍ରୋପଚାର କରାଯାଏ । [3] ଅନ୍ୟାନ୍ୟ ଆଘାତ ନଥିବା ଦେଖିବାକୁ ହୁଏ ଆବଶ୍ୟକ ହୋଇପାରେ ।[4] ସାଧାରଣତ ଚାରିମାସ ମଧ୍ୟରେ ଉଲ୍ଲେଖନୀୟ ପୁନରୁଦ୍ଧାର ହୁଏ; ତଥାପି, ସଂପୂର୍ଣ୍ଣ ପୁନରୁଦ୍ଧାର ଦୁଇ ବର୍ଷ ପର୍ଯ୍ୟନ୍ତ ଆବଶ୍ୟକ ହୋଇପାରେ । [1] ୧୦୦୦ ବୟସ୍କଙ୍କ ମଧ୍ୟରୁ ପ୍ରାୟ ୧.୭ ଜଣ ଏବଂ ୧୦୦୦ ପିଲାଙ୍କ ମଧ୍ୟରୁ ଜଣକର ଏହି ଭଙ୍ଗା ହେବା ଦେଖାଯାଏ । [5] [2] ସେଗୁଡିକ ସାଧାରଣତଃ ଯୁବ ପୁରୁଷ ଏବଂ ବୟସ୍କା ମହିଳାମାନଙ୍କଠାରେ ଦେଖାଯାଏ । [2]