ବାଦୁଡ଼ି
From Wikipedia, the free encyclopedia
ବାଦୁଡ଼ି ଆକାଶରେ ଉଡୁଥିବା ଏକ ସ୍ତନପାୟୀ ପ୍ରାଣୀ ଅଟେ, ଯିଏ ନିଜର 1000ରୁ ଅଧିକ ପ୍ରଜାତି ସହିତ ସ୍ତନଧାରୀ ଭାବେ ସବୁଠାରୁ ବଡ଼ କୂଳର ନିର୍ମାଣ କରିଥାଏ । ଏମାନେ ପୂର୍ଣ୍ଣ ରୂପେ ନିଶାଚର ହୋଇଥାନ୍ତି ଏବଂ ଗଛମାନଙ୍କର ଡାଳ ଅଥବା ଅନ୍ଧାର ଗୁମ୍ଫା ଭିତରେ ଓଲଟା ଓହଳି ରହିଥାନ୍ତି ।[1] ଉତ୍ତର ଆମେରିକା ଓ ୟୁରୋପରେ କେବେ କେବେ ଲୋକମାନଙ୍କ ଘର କିମ୍ବା ଖଳାଘରରେ ରହନ୍ତି । ସେମାନେ U.K.ରେ ସଂରକ୍ଷିତ ପ୍ରାଣୀ ଅଟନ୍ତି । ଏମାନେ ଏକ ସଫଳ ସମୂହ ଅଟନ୍ତି । ବାଦୁଡ଼ିର 1200ରୁ ଅଧିକ ପ୍ରଜାତୀ ରହିଛନ୍ତି । ଏହାର ଅର୍ଥ ସମସ୍ତ ଜୀବିତ ସ୍ତନପାୟୀ ପ୍ରଜାତୀମାନଙ୍କଠାରୁ 20% - ପାଞ୍ଚରୁ ଗୋଟିଏ ବାଦୁଡ଼ି ଅଟନ୍ତି । [2]
ବାଦୁଡ଼ି ସାଧାରଣତଃ ଦୁଇ ସମୂହରେ ବିଭାଜିତ କରାଯାଇଛି, ପ୍ରଥମ ସମୂହ ଫଳ ଭକ୍ଷୀ ବଡ଼ ବାଦୁଡ଼ି ;ଯିଏ ଦେଖି ଏବଂ ଶୁଙ୍ଘିକରି ନିଜ ଭୋଜନ ଖୋଜିଥାନ୍ତୁ । ଦ୍ୱିତୀୟ ସମୂହ କୀଟ ଭକ୍ଷୀ ଛୋଟ ବାଦୁଡ଼ି ଅଟନ୍ତି; ଯିଏ ପ୍ରତିଧ୍ୱନୀଦ୍ୱାରା ସ୍ଥିତି ନିର୍ଦ୍ଧାରଣ ବିଧିଦ୍ୱାରା ନିଜ ଭୋଜନ ଖୋଜିଥାନ୍ତି । ଏହା ଏପରି ଏକ ସ୍ତନଧାରୀ ପ୍ରାଣୀ ଅଟନ୍ତି ଯିଏ ଉଡିପାରେ ତଥା ରାତିରେ ମଧ୍ୟ ଉଡିପାରେ । ଏହାର ଅଗ୍ରବାହୁ ପରରେ ପରିବର୍ତ୍ତିତ ହୋଇଥାଏ ଯାହା ଦେଖିବାରେ କୋଷାବରଣ ପେଟାଜିୟମ) ସମାନ ଲାଗିଥାଏ । ତ୍ୱଚାର ଏହି କୋଷାବରଣ ବେକରୁ ନେଇ ହାତର ଆଙ୍ଗୁଠି ତଥା ଶରୀରର ପାର୍ଶ୍ୱ ଭାଗରୁ ହୋଇ ଲାଞ୍ଜ ପର୍ଯ୍ୟନ୍ତ ଯାଇଥାଏ ଏବଂ ପରର ନିର୍ମାଣ କରିଥାଏ । ପଛ ଗୋଡ଼ ପତଳା, ଛୋଟ ଓ ନଖ ଯୁକ୍ତ ହୋଇଥାଏ । ଏହାର ଶରୀରରେ ଚୁଟି କମ ଥାଏ । ମୁଣ୍ଡର ଦୁଇ ପାର୍ଶ୍ୱରେ ଆହୁରି ବଡ଼ ବଡ଼ କର୍ଣ୍ଣପଲ୍ଲବ ମିଳିଥାଏ । ବାଦୁଡ଼ି ପରର ଆକାର ୨.୯ ସେଣ୍ଟି ମିଟରରୁ ନେଇ ୨୫୦୦ ସେଣ୍ଟିମିଟର ପର୍ଯ୍ୟନ୍ତ ତଥା ସେମାନଙ୍କ ଓଜନ 2 ଗ୍ରାମରୁ 1200 ଗ୍ରାମ ପର୍ଯ୍ୟନ୍ତ ହୋଇଥାଏ ।
ବାଦୁଡ଼ି ଓଲଟା ଝୁଲିବାର ମୁଖ୍ୟ କାରଣ, ଓଲଟା ଝୁଲିବାଦ୍ୱାରା ସେମାନେ ବହୁ ସହଜରେ ଉଡାଣ ଶିଖିବା ସହିତ ଅଧିକ ବାଟ ପର୍ଯ୍ୟନ୍ତ ଉଡି ପାରିବେ । ପକ୍ଷୀ ମାନଙ୍କ ପରି ସେମାନେ ଚଟାଣରୁ ନିଜ ଉଡ଼ି ପାରନ୍ତି ନାହିଁ , କାରଣ ସେମାନଙ୍କ ପର ଭରପୂର ଉଠାଣ ଦେଇପାରେ ନାହିଁ , ଏବଂ ସେମାନଙ୍କ ପଛ ଗୋଡ଼ ଏତେ ଛୋଟ ହୋଇଥାଏ ଯଦ୍ୱାରା ସେମାନେ ଦୌଡ଼ି ଗତିକୁ ଧରି ପାରନ୍ତି ନାହିଁ । ବାଦୁଡ଼ି ସାଧାରଣତଃ ଅନ୍ଧାର ଗୁମ୍ଫା ମଧ୍ୟରେ ଦିନଯାକ ଆରାମ କରିଥାନ୍ତି, ରାତିରେ ବାହାରନ୍ତି । ଏମାନେ ଓଲଟା ଶୋଇବା ସମୟରେ ଏଥିପାଇଁ ପଡନ୍ତିନି କାରଣ: ବାଦୁଡିର ପାଦ ଶିରା ଏହିପରି ବ୍ୟବସ୍ଥିତ ହୋଇଛି, ଯଦ୍ୱାରା ସେମାନଙ୍କ ଓଜନ ହିଁ ସେମାନଙ୍କ ପଞ୍ଝାକୁ ମଜବୁଦ ସହିତ ଧରିବାରେ ସାହାଯ୍ୟ କରିଥାଏ ।[3]