ବିଜୁଳି ଶାଙ୍କୁଚ
From Wikipedia, the free encyclopedia
ବିଜୁଳି ଶାଙ୍କୁଚ (ଇଂରାଜୀ ଭାଷାରେ Electric Rays) ଟୋର୍ପିଡିନିଫୋର୍ମିସ୍ ବର୍ଗର ଶାଙ୍କୁଚ ଜାତୀୟ ଜଳଜୀବ । ନିଜର ଶିକାରକୁ କିଛି କ୍ଷଣ ଅଚଳ କରିବା ପାଇଁ କିମ୍ବା ନିଜ ପ୍ରତିରକ୍ଷା ପାଇଁ ଏମାନେ ନିଜ ଶରୀରରୁ ୮ରୁ ୨୨୦ ଭୋଲ୍ଟ୍ ବିଭବଯୁକ୍ତ ବିଦ୍ୟୁତ ଶକ୍ତି ସୃଷ୍ଟି କରିବାର ସାମର୍ଥ୍ୟ ରଖନ୍ତି ।[2] ୬୯ ଜାତିର ଏହି ଜୀବମାନଙ୍କୁ ବିଭିନ୍ନ ୪ଟି ପରିବାରରେ ବିଭକ୍ତ କରାଯାଇଥାଏ । ଏହି ସମସ୍ତଙ୍କ ମଧ୍ୟରେ ବୋଧହୁଏ ଟୋର୍ପିଡୋ ପ୍ରଜାତି (ଇଂରାଜୀରେ କ୍ରାମ୍ପ୍ ଫିଶ୍ ବା ନମ୍ବ୍ ଫିଶ୍) ସବୁଠାରୁ ଅଧିକ ଜଣାଶୁଣା । ଏହି ଶାଙ୍କୁଚର ନାମରୁ ‘‘ଟୋର୍ପିଡ଼ୋ’’ (ଜାହାଜ ବୁଡ଼ାଇବା ପାଇଁ ଜଳପୃଷ୍ଠ ତଳେ ପ୍ରୟୋଗ କରାଯାଉଥିବା କ୍ଷେପଣାସ୍ତ୍ର) ଶବ୍ଦର ସୃଷ୍ଟି ହୋଇଛି । ମୂଳ ଲାଟିନ୍ ଶବ୍ଦ ଟୋର୍ପିରେ (torpere)ର ଅର୍ଥ ହେଉଛି ଅଚଳ ବା ଜଡ଼ ପାଲଟିଯିବା । ବିଜୁଳି ଶାଙ୍କୁଚ ସଂସ୍ପର୍ଶରେ ଆସିଲେ ଏପରି ହେଉଥିବାରୁ ଏପରି ନାମକରଣ କରାଯାଇଛି ।
Quick Facts ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ, ବାଇନୋମିଆଲ ନାମ ...
ବିଜୁଳି ଶାଙ୍କୁଚ ଜୀବାଶ୍ମ କାଳ: Eocene–Recent[1] PreЄ
Є
O
S
D
C
P
T
J
K
Pg
N
| |
---|---|
ଟୋର୍ପିଡୋ ମାର୍ମୋରାଟା ବିଜୁଳି ଶାଙ୍କୁଚ | |
ସାନ ବିଜୁଳି ଶାଙ୍କୁଚ (ନାର୍ସିନ୍ ବାଂକ୍ରୋଫ୍ଟି) | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
Class: | Chondrichthyes |
Order: | Torpediniformes |
ଜାତି: | Torpediniformes |
ବାଇନୋମିଆଲ ନାମ | |
Torpediniformes ଡନ୍ ଫର୍ଣ୍ଣାଣ୍ଡୋ ଡି ବୁଏନ୍ ଇ ଲୋଜାନୋ, ୧୯୨୬ | |
Families | |
|
Close