ଭାରତୀୟ ଗୃହମନ୍ତ୍ରୀ ମାନଙ୍କ ତାଲିକା
From Wikipedia, the free encyclopedia
ଭାରତୀୟ ଗୃହମନ୍ତ୍ରୀ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ମୁଖ୍ୟ । ଏହି ପଦବୀ ଭାରତ ସରକାରଙ୍କ ଏକ ମୁଖ୍ୟ ଓ ବିଶେଷ ଗୁରୁତ୍ୱପୂର୍ଣ ପଦବୀ । ମୁଖ୍ୟତ କେବିନେଟର ବରିଷ୍ଠ ଜଣେ ସଦସ୍ୟ ବା ଅନେକ କ୍ଷେତ୍ରରେ ନିଜେ ପ୍ରଧାନ ମନ୍ତ୍ରୀ ଏହି ବିଭାଗ ସମ୍ଭାଳି ଥାଆନ୍ତି । ଆଭ୍ଯନ୍ତରୀଣ ସୁରକ୍ଷ୍ୟା, ପୋଲିସ ବିଭାଗ ସହ ଦେଶର ସବୁ ମୁଖ୍ୟ ସମସ୍ୟା ଏହି ବି8ଭାଗ ସମ୍ଭାଳି ଥାଏ । ଗୃହ ମନ୍ତ୍ରୀଙ୍କୁ କାର୍ଯ୍ୟରେ ସହାୟତା କରିବା ପାଇଁ ଜଣେ ବା ଅଧିକ ରାଜ୍ୟପାହ୍ୟା ଗୃହମନ୍ତ୍ରୀ ଓ ଗୃହ ବିଭାଗ ଉପମନ୍ତ୍ରୀ ମଧ୍ୟ ଥାଆନ୍ତି ।
ସରଦାର ବଲ୍ଲଭଭାଇ ପଟେଲ ଭାରତ ସ୍ୱାଧୀନ ହେଲା ପରେ ଦେଶର ପ୍ରଥମ ଗୃହ ମନ୍ତ୍ରୀ ଥିଲେ । ଅନେକ ସମୟରେ ଗୃହ ମନ୍ତ୍ରୀମାନେ ଉପପ୍ରଧାନ ମନ୍ତ୍ରୀ ଦାୟିତ୍ୱ ମଧ୍ୟ ଗ୍ରହଣ କରିଥାନ୍ତି । ବର୍ତ୍ତମାନ ନରେନ୍ଦ୍ର ମୋଦୀଙ୍କ ସରକାରରେ ରାଜନାଥ ସିଂହ ଗୃହ ମନ୍ତ୍ରୀ ଭାବରେ 2014 ମସିହାରୁ ରହିଛନ୍ତି ।