ଭାଷା
From Wikipedia, the free encyclopedia
ଭାଷା ହେଉଛି ଯୋଗାଯୋଗର ଜଟିଳ ପ୍ରଣାଳୀକୁ ଶିଖିବା ଓ ବ୍ୟବହାର କରିବା ପାଇଁ ଥିବା ମନୁଷ୍ୟର ସାମର୍ଥ୍ୟ ଏବଂ ଗୋଟିଏ ଭାଷା ହେଉଛି ଏହି ଜଟିଳ ଯୋଗାଯୋଗ ପ୍ରଣାଳୀର ଏକ ଉଦାହରଣ । ପୃଥିବୀରେ ସର୍ବମୋଟ କେତେ ଭାଷା ଅଛି ଏକଥା ସଠିକ ଭାବେ କହିବା ସମ୍ଭବ ନୁହେଁ ଏବଂ ଏହି ସଂଖ୍ୟା ଭାଷା (language) ଓ ଲୋକଭାଷା (dialects) ମଧ୍ୟରେ ସୂକ୍ଷ୍ମ ପ୍ରଭେଦ ଉପରେ ନିର୍ଭର କରେ । ତଥାପି ଆକଳନ କରାଯାଇଛି ଯେ ଏହି ସଂଖ୍ୟା ୬୦୦୦ରୁ ୭୦୦୦ ହେବ ।
ମଣିଷ ଭାଷା ପୃଥିବୀ ପୃଷ୍ଠରେ ଥିବା ସମସ୍ତ ସର୍ଜୀବଙ୍କ ମଧ୍ୟରେ ସ୍ୱତନ୍ତ୍ର । ଏହାର ଜଟିଳ ଗଠନ ଶୈଳୀ ଭାବ ପ୍ରକାଶ ପାଇଁ ଏକ ବୃହତ୍ତର କ୍ଷେତ୍ର ଯୋଗାଇଥାଏ ଯାହାକି ବର୍ତ୍ତମାନ ସୁଦ୍ଧା ଜଣାଥିବା ସମସ୍ତ ପ୍ରାଣୀମାନଙ୍କ ଯୋଗାଯୋଗ ପ୍ରଣାଳୀ ଅପେକ୍ଷା ଉତ୍କୃଷ୍ଟ । ଏହି ପ୍ରାଣୀ-ଯୋଗାଯୋଗ ପ୍ରଣାଳୀ ସାଧାରଣତଃ ମନୁଷ୍ୟ ଭଳି ସାମାଜିକ ନହୋଇ ଅନୁବଂଶୀୟ ହୋଇଥାଏ ।
== ସଂଜ୍ଞା ପ୍ରକରଣ == ମନୁଷ୍ଯର ମୁଖନିଃସୃତ ସାର୍ଥକ ଧ୍ୱନିମାନଙ୍କ ସମାହାରକୁ ଭାଷା କୁହାଯାଏ ।