ମାରିଆମ୍ମାଁ
ବର୍ଷା ଆଗମନ ଓ କଲେରା, ବସନ୍ତ ଓ ହାଡ଼ଫୁଟି ରୋଗରୁ ରକ୍ଷାକାରୀ ଦେବୀ । / From Wikipedia, the free encyclopedia
ମାରିଆମ୍ମାଁ (Māri (/mɒrı/, /maari/, Tamil: மாரி), ଅନ୍ୟ ନାମ ( /mɒrı əˈmʌn/ Tamil: மாரியம்மன்) ମାରିଆମ୍ମା ବା ମାରିଆଇ/ Mariaai, ଉଭୟର ଅର୍ଥ "ମା ମାରି"/ "Mother Mari", ଉଚ୍ଚାରଣ ମାରିଆମ୍ମା Maariamma (Tamil: மாரியம்மா), ବା କେବଳ ଆମ୍ମାଁ/ Amman ବା ଆଥା/ Aatha (Tamil: அம்மன், ଯାହାର ଅର୍ଥ କେବଳ 'ମା'/"mother")) ଜଣେ ହିନ୍ଦୁ ଠାକୁରାଣୀ ଓ ବର୍ଷାର ଦେବୀ, ତାମିଲ ନାଡ଼ୁ ଓ ତାହା ଚାରିପାଖର ଇଲାକାରେ ସେ ଜଣେ ବିଖ୍ୟାତ ଦେବୀ । ତାମିଲ ନାଡ଼ୁ (Tamil Nadu) ଓ ତିରୁଚେରାଇର (Thirucherai) ଗ୍ରାମୀଣ ଇଲାକାରେ ସେ ଜଣେ ଅଗ୍ରଣୀ ଦେବୀ । ମାତା ପାର୍ବତୀ, [1] ଦୁର୍ଗା [2] ଓ ଉତ୍ତର ଭାରତୀୟ ଶିତଳା ଦେବୀଙ୍କ (Shitala) ସହ ସମ୍ପର୍କ ଥାଏ । ଗ୍ରୀଷ୍ମ ଶେଷ ବା ଶରତ ଋତୁରେ ତାଙ୍କର ଉତ୍ସବ ପାଳନ କରାଯାଏ । ସେତିକି ବେଳେ ସାରା ତାମିଲ ନାଡ଼ୁ ଓ ଦାକ୍ଷିଣାତ୍ୟରେ ଥିରୁବିଝା ଉତ୍ସବ ମାରିଆମ୍ମାଁଙ୍କ ନାମରେ ପାଳନ କରାଯାଏ । ବର୍ଷା ଆଗମନ ନିମନ୍ତେ ଓ କଲେରା, ବସନ୍ତ ଓ ହାଡ଼ଫୁଟି ରୋଗରୁ ରକ୍ଷାପାଇବା ନିମନ୍ତେ ଏହି ପୂଜା ତାଙ୍କ ନାମରେ ପାଳନ କରାଯାଏ ।
ମାରିଆମ୍ମାଁ, ମାରିଆଥା | |
---|---|
ବୃଷ୍ଟି | |
Devanagari | ମାରି ଆଇ |
Tamil script | மாரியம்மன் |
Tamil | மாரியம்மன் |
ଲୋକ | ଲୋକମାନଙ୍କ ହୃଦୟରେ |
Weapon | ତ୍ରିଶୁଳ/ Triśūlam |
Mount | ସିଂହ |
ମାରିଆମ୍ମାଁଙ୍କ ପୂଜା ବିଧି ସ୍ଥାନୀୟ ଗ୍ରାମ ଦେବତା ଓ ପିଦାରି ପୂଜା ଅନୁସାରେ ଅଣବ୍ରାହ୍ମଣ କରନ୍ତି ଓ ସମୟପୁରମ ମାରିୟାମ୍ମାଁ ଭଳି ବଡ଼ ମନ୍ଦିରରେ ବ୍ରାହ୍ମଣମାନେ କରନ୍ତି । ଶାକ୍ତ ମତରେ ତାଙ୍କର ବସିଥିବା ଅବସ୍ଥାର ବର୍ଣ୍ଣନା କରାଯାଏ, ଗଣେଷ ଓ ସୁବ୍ରମନିଅମ ବା ଗଣେଷ ଓ ନାଗ ତାଙ୍କ ଦୁଇ ପାଖରେ ଥାଆନ୍ତି । ରଥ ଯାତ୍ରା କରି ପଟୁଆରରେ ତାଙ୍କୁ ନିଆଯାଏ ।