ଆଟ୍ରିଆଲ ଫିବ୍ରିଲେସନ
From Wikipedia, the free encyclopedia
ଆଟ୍ରିଆଲ ଫିବ୍ରିଲେସନ, ସଂକ୍ଷେପରେ ଏ.ଏଫ. ବା ଏ-ଫିବ, (ଇଂରାଜୀରେ ଯଥାକ୍ରମେ Atrial fibrillation ସଂକ୍ଷେପରେ AF ବା A-fib), ଏକ ଅନିୟମିତ ହୃତ୍ପିଣ୍ଡ ତାଳ ସମ୍ପନ୍ନ ରୋଗ ଯେଉଁଥିରେ ଦୃତ ଓ ଅନିୟମିତ ହୃତ୍ ସ୍ପନ୍ଦନ ହୁଏ । [1] ଆରମ୍ଭରେ ସାମୟିକ ଅସ୍ୱାଭାବିକ ସ୍ପନ୍ଦନ ହୁଏ ଯାହା ବଢ଼ି ବଢ଼ି ଶେଷରେ ଅପରିବର୍ତ୍ତିତ ରହେ ।[2] ଅଧିକାଂଶ ଘଟଣାରେ କୌଣସି ଲକ୍ଷଣ ନ ଥାଏ । [3] ବେଳେ ବେଳେ ଖର ହୃତ୍ ସ୍ପନ୍ଦନ ହୁଏ, ମୂର୍ଚ୍ଛା ହୁଏ, ଛୋଟ ଶ୍ୱାସକ୍ରିୟା ହୁଏ କିମ୍ବା ଛାତିରେ ଯନ୍ତ୍ରଣା ହୁଏ ।[4] ଏହି ରୋଗ ହେଲେ ହୃତ୍ପାତ, ଡିମେନ୍ସିଆ ଓ ସ୍ଟ୍ରୋକ ସଙ୍କଟ ବଢ଼ିଯାଏ । [3]
ଆଟ୍ରିଆଲ ଫିବ୍ରିଲେସନ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | cardiology[*] |
ଆଇସିଡ଼ି-୧୦ | I48. |
ଆଇସିଡ଼ି-୯-ସିଏମ୍ | 427.31 |
ରୋଗ ଡାଟାବେସ | 1065 |
ମେଡ଼ିସିନ-ପ୍ଲସ | 000184 |
ଇ-ମେଡ଼ିସିନ | med/184 emerg/46 |
Patient UK | ଆଟ୍ରିଆଲ ଫିବ୍ରିଲେସନ |
MeSH | D001281 |
ଏହି ଏ.ଏଫ. ରୋଗର ୨ଟି ସଙ୍କଟଦାତା ଉଚ୍ଚ ରକ୍ତଚାପ ଓ ଭାଲଭୁଲାର ହୃତ୍ପିଣ୍ଡ ରୋଗମାନଙ୍କୁ ଚିକିତ୍ସା କରି ବଦଳାଯାଇ ପାରେ ।[5][6] ଅନ୍ୟାନ୍ୟ ସଙ୍କଟଦାତା ହୃତ୍ପିଣ୍ଡ ରୋଗ ମଧ୍ୟରେ ହୃତ୍ପାତ, କରୋନାରି ଧମନୀ ରୋଗ, କାର୍ଡିଓମାୟୋପାଥି ଓ ଜନ୍ମଗତ ହୃତ୍ପିଣ୍ଡ ରୋଗ ମୁଖ୍ୟ ଭୂମିକା ନିର୍ବାହ କରନ୍ତି । [5] ବିକାଶଶୀଳ ଦେଶମାନଙ୍କରେ ରିଉମାଟିକ ଜ୍ୱର ଯୋଗୁ ଭାଲଭୁଲାର ହୃତ୍ପିଣ୍ଡ ରୋଗ ଅଧିକ ହୁଏ ।[7] ଫୁସ୍ଫୁସ୍ ସମ୍ପର୍କୀୟ ରୋଗ ସିଓପିଡି, ମୋଟାପଣ ଓ ନିଦ୍ରା ଶ୍ୱାସରୁଦ୍ଧ (sleep apnoea) ଇତ୍ୟାଦି ଏ.ଏଫ. ସଙ୍କଟଦାତା ଅଟନ୍ତି ।[3] ଅନ୍ୟ କାରକ ମଧ୍ୟରେ ମଦ୍ୟପାନ, ଡାଏବେଟିସ ଓ ଥାଇରୋଟକ୍ସିକୋସିସ ଯୋଗୁ ଏହି ରୋଗ ହୋଇପାରେ । [3][7] ଯାହା ବି ହେଉ ସମୁଦାୟ ରୋଗୀ ସଂଖ୍ୟାର ଅଧା କୌଣସି ସଙ୍କଟପ୍ରଦ ମାଧ୍ୟମରୁ ହୋଇ ନ ଥାଆନ୍ତି । [3] ନାଡ଼ି ଅନୁଭବ କରି ରୋଗ ନିର୍ଣ୍ଣୟ କରାଯାଏ ଓ ଇସିଜି ସାହାଯ୍ୟରେ ନିଧାର୍ଯ୍ୟ କରାଯାଏ ।[8] ଇସିଜି ଚିତ୍ରରେ ପି ୱେଭ ନ ଥାଏ ଓ ଅନିୟମିତ ନିଳୟ ସ୍ପନ୍ଦନ ହାର ଥାଏ । [8]
ଏ.ଏଫ. ରୋଗରେ ହୃତ୍ପିଣ୍ଡ ଗତି ହାରକୁ ସ୍ୱାଭାବିକ କରିବାକୁ କିମ୍ବା ତାଳକୁ ସ୍ୱାଭାବିକ ସାଇନସ ତାଳକୁ ଆଣିବାକୁ ଔଷଧ ଦିଆଯାଏ । [5] ଇଲେକଟ୍ରିକାଲ କାର୍ଡ଼ିଓଭର୍ସନ ବ୍ୟବହାର କରି ସ୍ୱାଭାବିକ ସାଇନସ ତାଳ କରିବାକୁ ଆପାତ ସ୍ଥିତିରେ ଚେଷ୍ଟା କରାଯାଏ । [9] ରେଡିଓ ଫ୍ରିକ୍ୱେନ୍ସି ଆବ୍ଲାସନ ସାହାଯ୍ୟରେ କେତେକ ରୋଗୀଙ୍କର ରୋଗ ପୁନରାବୃତି ହୁଏ ନାହିଁ । [10] ସ୍ଟ୍ରୋକ ସଙ୍କଟ ଥିଲେ ଆସ୍ପିରିନ କିମ୍ବା ଆଣ୍ଟିକୋଆଗୁଲାଣ୍ଟ ଦେବାକୁ ପରାମର୍ଶ ଦିଆଯାଏ । [3] ଏହି ଔଷଧଦ୍ୱାରା ଏ.ଏଫ. ସଙ୍କଟ ଟଳିଲେ ମଧ୍ୟ ଗୁରୁ ରକ୍ତସ୍ରାବ ହୁଏ । [11]
ଅନିୟମିତ ହୃତ୍ପିଣ୍ଡ ତାଳ ରୋଗ ମଧ୍ୟରେ ଏ.ଏଫ. ଅତି ସାଧାରଣ ।[3] ୟୁରୋପ ଓ ଉତ୍ତର ଆମେରିକାରେ ୨୦୧୪ ମସିହାରେ ସମୁଦାୟ ଜନସଂଖ୍ୟାର ୨ରୁ ୩ % ଲୋକଙ୍କୁ ଏହି ରୋଗ ହୋଇଥିଲା । [2] ସନ ୨୦୦୫ ଅପେକ୍ଷା ଏହି ରୋଗ ହାର ୦.୪ରୁ ୧ % ବଢ଼ିଛି । [12] ବିକାଶଶୀଳ ଦେଶମାନଙ୍କରେ 0.୬ % ପୁରୁଷ ଓ 0.୪ % ମହିଳାଙ୍କୁ ଏହି ରୋଗ ହୁଏ । ବୟସ ବୃଦ୍ଧି ଅନୁସାରେ ଏହି ରୋଗ ସଂଖ୍ୟା ବଢ଼େ, ୫୦ ବର୍ଷ ବୟସ ମଧ୍ୟରେ ୦.୧୪ % ହୁଏ, ୬୦ରୁ ୭୦ ବୟସ ମଧ୍ୟରେ ୪ %, ୮୦ ବୟସ ଉପରେ ୧୪ % ହୁଏ । [2] ଏ-ଫିବ ଓ ଏ.ଏଫ. ଯୋଗୁ ସନ ୧୯୯୦ରେ ମୃତ୍ୟୁ ସଂଖ୍ୟା ୨୯,୦୦୦ ଥିବା ବେଳେ ସନ ୨୦୧୩ରେ ୧୧୨,୦୦ ହୋଇଥିଲା । [13] ଅନିୟମିତ ନାଡ଼ି ଗତି ସମ୍ପର୍କରେ ପ୍ରଥମେ ୧୭୪୯ ମସିହାରେ ଜନ ବାପଟିଷ୍ଟ ସେନାକ ରିପୋର୍ଟ ଦେଇଥିଲେ । ଇଇଜି ସାହାଯ୍ୟରେ ଏହି ରୋଗ ୧୯୦୯ ମସିହାରେ ପ୍ରଥମେ ଲୁଇ ଥୋମାସଙ୍କଦ୍ୱାରା ଲିପିବଦ୍ଧ ହୋଇଥିଲା । [3]