ଅବଦୁଲ କଲାମ ଦ୍ୱୀପପୁଞ୍ଜ
From Wikipedia, the free encyclopedia
ଅବଦୁଲ କଲାମ ଦ୍ୱୀପପୁଞ୍ଜ ଭାରତର ପୂର୍ବ ଉପକୂଳରେ ଥିବା ରାଜ୍ୟ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଅବସ୍ଥିତ । ଏହାର ପୂର୍ବରୁ ଏହା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ୧୫୦ କିମି ପୂର୍ବକୁ ଅବସ୍ଥିତ । ହ୍ୱିଲର ଦ୍ୱୀପପୁଞ୍ଜ ନାମରେ ପରିଚିତ ଥିଲା । ବ୍ରିଟିଶ ସରକାରଙ୍କ ଲେଫ୍ଟନାଣ୍ଟ କମାଣ୍ଡର ହ୍ୟୁଗ ହ୍ୱିଲରଙ୍କ ନାମାନୁସାରେ ଏହି ଦ୍ୱୀପପୁଞ୍ଜର ନାମ ହ୍ୱିଲର ଦ୍ୱୀପପୁଞ୍ଜ ରହିଥିଲା । ୨୦୧୫ ମସିହା ସେପ୍ଟେମ୍ବର ୪ ତାରିଖରେ ଭାରତର ପୂର୍ବତନ ରାଷ୍ଟ୍ରପତି ଏ. ପି. ଜେ. ଅବଦୁଲ କଲାମଙ୍କ ନାମରେ ଏହି ଦ୍ୱୀପପୁଞ୍ଜକୁ ଅବଦୁଲ କଲାମ ଦ୍ୱୀପପୁଞ୍ଜ ନାମରେ ନାମିତ କରାଯାଇଥିଲା ।[2][3][4] ଏହି ଦ୍ୱୀପପୁଞ୍ଜରେ ଏକୀକୃତ ପରୀକ୍ଷଣ ରେଞ୍ଜ ମିସାଇଲ ପରୀକ୍ଷଣ ସୁବିଧା ରହିଛି । ଏହିଠାରୁ ଆକାଶ, ଅଗ୍ନୀ, ଅସ୍ତ୍ର, ବ୍ରାହ୍ମୋସ, ନିର୍ଭୟ, ପ୍ରହାର, ପୃଥିବୀ, ସୌର୍ଯ୍ୟ, ଆଡ଼ଭାନ୍ସଡ଼ ଏୟାର ଡିଫେନ୍ସ, ପୃଥିବୀ ଏୟାର ଡିଫେନ୍ସ, ଏଏସଏଟି ମିସାଇଲ ଆଦି ମିସାଇଲର ପରୀକ୍ଷଣ କରାଯାଇଛି ।[5]
Quick Facts Geography, Location ...
Geography | |
---|---|
Location | ବଙ୍ଗୋପସାଗର |
Length | ୨ km (୧.୨ mi) |
Administration | |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଭଦ୍ରକ[1] |
Close