ଆର୍ଟେସୁନେଟ
From Wikipedia, the free encyclopedia
ଆର୍ଟେସୁନେଟ (ଇଂରାଜୀ ଭାଷାରେ Artesunate ବା AS) ଗୋଟିଏ ଔଷଧ ଯାହା ମ୍ୟାଲେରିଆ ରୋଗର ଚିକିତ୍ସା ନିମନ୍ତେ ଦିଆଯାଏ ।[3][4] ସାଂଘାତିକ ମ୍ୟଲେରିଆ ହେଲେ କୁଇନିଡିନ ଅପେକ୍ଷା ଏହି ଔଷଧକୁ ଶିରାରେ ଦେବାକୁ ଅଧିକ ପସନ୍ଦ କରାଯାଏ ।[3] ଏହା ଯୁଗ୍ମ ଥେରାପି (combination therapy) ଭାବରେ ବ୍ୟବହାର କରାଯାଏ । ମ୍ୟାଲେରିଆ ପ୍ରତିଷେଧକ ଭାବରେ ଏହା ଦିଆଯାଏ ନାହିଁ ।[4] ଆର୍ଟେସୁନେଟ ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein), ମାଂସପେଶୀ ଇଞ୍ଜେକସନ (injection into a vein) ବା ପାଟିରେ ଦିଆଯାଏ ।[4][5]
Clinical data | |
---|---|
Pronunciation | ahr-tez′ŭ-nāt[1] |
Trade names | ବ୍ୟବସାୟୀକ ନାମ - ମେନି/many[2] |
AHFS/Drugs.com | International Drug Names |
Routes of administration | ପାଟିରେ, ଶିରାଭ୍ୟନ୍ତରରେ ଓ ମାଂସପେଶୀରେ |
ATC code |
|
Legal status | |
Legal status |
|
Identifiers | |
CAS Number | |
PubChem CID | |
ChemSpider |
|
UNII | |
ChEMBL | |
NIAID ChemDB | |
ECHA InfoCard | 100.106.898 |
Chemical and physical data | |
Formula | C19H28O8 |
Molar mass | 384.421 g/mol |
3D model (JSmol) | |
SMILES
| |
InChI
| |
NY (what is this?) (verify) |
ଆର୍ଟେସୁନେଟ ସାଧାରଣତଃ ଦେହରେ ଉତ୍ତମ ଭାବରେ ସହ୍ୟ କରିହୁଏ ।[5] ପାର୍ଶ୍ୱ ପ୍ରତିକ୍ରିୟାରେ ହୃତ୍ପିଣ୍ଡ ଗତି ଧୀର ହୋଇପାରେ, ଆଲର୍ଜି, ମୁଣ୍ଡବୁଲା ଓ ଶ୍ୱେତ ରକ୍ତ କଣିକା କମ (low white blood cell levels) ହୁଏ ।[4] During ଗର୍ଭାବସ୍ଥାରେ ଏହା ନିରାପଦ ଜଣାଯାଏ ଯଦିଓ ପଶୁ ପରୀକ୍ଷାରେ ଶିଶୁକୁ କ୍ଷତି କରିବା ଦେଖାଯାଇଛି ।[6] ସ୍ତନ୍ୟପାନ ସମୟରେ ଏହା ନିରାପଦ ଜଣାଯାଏ ।[7] ଏହା ଆର୍ଟେମିସିନିନ (artemisinin) ଶ୍ରେଣୀର ଔଷଧ ।[3]
ଆର୍ଟେସୁନେଟର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[8] ବିକାଶଶୀଳ ଦେଶମାନଙ୍କରେ ଏହାର ଏକ ଡୋଜ ପିଛା ହୋଲସେଲ ମୂଲ୍ୟ ପ୍ରାୟ ୩.୦୯ରୁ ୨.୫୭ ଆମେରିକୀୟ ଡଲାର ।[9] ବ୍ୟବସାୟୀକ ସୂତ୍ରରେ ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ମିଳେନାହିଁ କିନ୍ତୁ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନରେ (Centers for Disease Control) ମିଳେ । ଏହା ପ୍ରଥମେ ସୁଇଟ ୱର୍ମଉଡ (sweet wormwood) ଗଛରୁ ତିଆରି କରାଯାଉଥିଲା ।[3]