ଉର୍ଦ୍ଧ୍ୱଶ୍ୱାସନଳୀ ପ୍ରଦାହ
ଏକ ପ୍ରକାର ଶ୍ୱାସନଳୀ ସଂକ୍ରମଣ ଯାହା ଏକ ପ୍ରକାର ଭୁତାଣୁଦ୍ୱାରା ହୁଏ / From Wikipedia, the free encyclopedia
କୃପ ଏକ ପ୍ରକାର ଶ୍ୱାସନଳୀ ସଂକ୍ରମଣ ଯାହା ଏକ ପ୍ରକାର ଭୁତାଣୁଦ୍ୱାରା ହୁଏ ।[1] ଏହି ସଂକ୍ରମଣ ହେଲେ ଟ୍ରାକିଆ ବା ଶ୍ୱାସନଳୀର ଭିତର ପାର୍ଶ୍ୱ ଫୁଲିଯାଇ ଶ୍ୱାସକ୍ରିୟା ବ୍ୟାହତ ହୁଏ ଓ ଏକ ନିର୍ଦ୍ଦିଷ୍ଟ ଶବ୍ଦ ବାହାରେ ଯାହା ଲକ୍ଷଣକୁ ଭୁକିଲା କାଶ, ସ୍ଟ୍ରାଇଡର ଓ କର୍କଶ ସ୍ୱର କୁହାଯାଏ । ଜ୍ୱର ଓ ନାକରୁ ପାଣି ବୁହେ ।[1] ଏହାର ଲକ୍ଷଣ ତିନି ପ୍ରକାର ହୋଇପାରେ ଯଥା:- ସାଧାରଣ, ମଧ୍ୟମ ଓ ସାଂଘାତିକ ।[2] ଅଧିକାଂଶ ସମୟରେ ଏହା ରାତିରେ ଆରମ୍ଭ ହୁଏ ବା ଅତିଶୟ ହୁଏ ।[2][1] ଏହି ରୋଗ ଦିନେ ବା ଦୁଇ ଦିନ ରହେ ।[3]
କୃପ ବା ଉର୍ଦ୍ଧ୍ୱଶ୍ୱାସନଳୀ ପ୍ରଦାହ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | pulmonology[*], pediatrics[*] |
ଆଇସିଡ଼ି-୧୦ | J05.0 |
ଆଇସିଡ଼ି-୯-ସିଏମ୍ | 464.4 |
ରୋଗ ଡାଟାବେସ | 13233 |
ମେଡ଼ିସିନ-ପ୍ଲସ | 000959 |
ଇ-ମେଡ଼ିସିନ | ped/510 emerg/370 radio/199 |
Patient UK | ଉର୍ଦ୍ଧ୍ୱଶ୍ୱାସନଳୀ ପ୍ରଦାହ |
MeSH | D003440 |
ପାରାଇନଫ୍ଲୁଏଞ୍ଜା ଓ ଇନଫ୍ଲୁଏଞ୍ଜା ଭଳି ଅନେକ ଭୁତାଣୁଦ୍ୱାରା ଏହି ରୋଗ ହୁଏ ।[1] କ୍ୱଚିତ୍ ଏହା ଜୀବାଣୁ ସଂକ୍ରମଣଦ୍ୱାରା ହୁଏ ।[4] ସାଂଘାତିକ ଏପିଗ୍ଲୋଟାଇଟିସ କିମ୍ବା ଶ୍ୱାସନଳୀରେ ବାହ୍ୟ ପଦାର୍ଥମାନଙ୍କର ଉପସ୍ଥିତି ଖୋଜିବାକୁ ପଡ଼େ ଓ ଏ ସମସ୍ତ ନଥିଲେ ଚିହ୍ନ ଓ ଲକ୍ଷଣ ଦେଖି କୃପ ରୋଗ ନିର୍ଣ୍ଣୟ କରାଯାଏ । ରକ୍ତ ପରୀକ୍ଷା, ଏକ୍ସ-ରେ ଓ କଲଚର ଇତ୍ୟାଦି ସାଧାରଣତଃ ଦରକାର ହୁଏ ନାହିଁ ।[5]
ଇନ୍ଫ୍ଲୁଏଞ୍ଜା ଓ ଡିଫ୍ଥେରିଆ ଟିକା ଦେବାଦ୍ୱାର ଅନେକ କୃପ ରୋଗ ପ୍ରତିରୋଧ କରାଯାଇ ପାରୁଛି ।[4] ଗୋଟିଏ ମାତ୍ରା (ଡୋଜ) ସ୍ଟୋରଏଡ ପାଟିରେ ଦେଇ ଏହାର ଚିକିତ୍ସା କରାଯାଏ ।[1] ଅଧିକ ସାଂଘାତିକ ରୋଗୀଙ୍କୁ ଏପିନେଫ୍ରିନ ଶୁଙ୍ଘିବାକୁ ଦିଆଯାଏ ।[1][6] ମାତ୍ର ୧ରୁ ୫ % ରୋଗୀଙ୍କର ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ ହୁଏ ।[7]
ଡାକ୍ତରୀ ପରୀକ୍ଷାଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ, କିନ୍ତୁ ଏହା ପୂର୍ବରୁ କୌଣସି ବାହ୍ୟ ପଦାର୍ଥ ତଣ୍ଟିରେ ନ ଥିବା ଓ ଏପିଗ୍ଲୋସାଇଟିସ ନ ଥିବା ଦେଖାଯାଏ । ରକ୍ତ ପରୀକ୍ଷା, ଏକ୍ସ-ରେ ଓ କଲଚର ଇତ୍ୟାଦି ସାଧାରଣତଃ ଦରକାର ହୁଏ ନାହିଁ । ଏହା ଏକ ସାଧାରଣ ରୋଗ ଯାହା ୬ ମାସରୁ ୫/୬ ବର୍ଷ ବୟସ୍କ ପିଲାଙ୍କଠାରେ ଦେଖାଯାଏ, କ୍ୱଚିତ ୧୫ ବର୍ଷ ବୟସ୍କ ପିଲାଙ୍କର ହୁଏ ।.[7][5][2] ମହିଳାଙ୍କ ଅପେକ୍ଷା ପୁରୁଷଙ୍କର ଏହି ରୋଗ ସାମାନ୍ୟ ଅଧିକ ହୁଏ ।.
ଟିକା ଉଦ୍ଭାବନ ପୂର୍ବରୁ ଏହା ଡିଫଥେରିଆଦ୍ୱାରା ହେବା ଦେଖାଯାଉଥିଲା ଯାହା ଅତ୍ୟନ୍ତ ମାରାତ୍ମକ ଥିଲା । ଅଧୁନା ଡି.ପି.ଟି. ଟିକା ଓ ଉନ୍ନତ ସ୍ୱାସ୍ଥ୍ୟରକ୍ଷାଯୋଗୁ ଏହି ରୋଗ ପଶ୍ଚିମ ପୃଥିବୀରେ ଐତିହାସିକ ହୋଇଛି ।[8]