ଏଟିଡ୍ରୋନିକ ଏସିଡ
From Wikipedia, the free encyclopedia
ଏଟିଡ୍ରୋନିକ ଏସିଡ, ଯାହାକୁ ଏଟିଡ୍ରୋନେଟ ମଧ୍ୟ କୁହାଯାଏ, ହେଉଛି ଏକ ଔଷଧ ଯାହା ଷ୍ଟିରଏଡ ଯୋଗୁ ହେଉଥିବା ଓଷ୍ଟିଓପୋରୋସିସ, ହାଡ଼ର ପାଜେଟ ରୋଗ ଏବଂ ହେଟେରୋଟୋପିକ ଓସିଫିକେସନ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[1] ଏହା ପାଟିରେ ଦିଆଯାଏ ।[1] ଔଷଧ ବ୍ୟବହାର ବନ୍ଦ ହେବା ପରେ ତାହାର ପ୍ରଭାବ ୯ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ରହିପାରେ ।[1]
Clinical data | |
---|---|
Trade names | Didronel, others |
Synonyms | 1-Hydroxyethylidene-1,1-diphosphonic acid; HEDP |
AHFS/Drugs.com | monograph |
data |
|
Pregnancy category |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | 3% |
Metabolism | Nil |
Elimination half-life | 1 to 6 hours |
Excretion | Kidney and fecal |
Identifiers | |
IUPAC name
| |
ECHA InfoCard | 100.018.684 |
Chemical and physical data | |
Formula | C2H8O7P2 |
Molar mass | ୨୦୬.୦୩ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି ଏବଂ ତରଳ ଝାଡ଼ା ହୋଇପାରେ ।[1] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଗ୍ରାସନଳୀ ପ୍ରଦାହ, ଗ୍ରାସନଳୀ ଛିଦ୍ର, ହନୁହାଡ଼ର କ୍ଷୟ, ଏବଂ ସମ୍ଭାବ୍ୟ ଗ୍ରାସନଳୀ କର୍କଟ ହୋଇପାରେ ।[1] ଏହା ଏକ ବାଇଫସ୍ଫୋନେଟ୍ ।[1] ଏହା ହାଡ଼ ସହିତ ଅନୁବନ୍ଧିତ ହୋଇ ତାହାର ବୃଦ୍ଧି ଏବଂ ଭାଙ୍ଗିବାକୁ ପ୍ରତିରୋଧ କରେ ।[1]
୧୯୬୬ ମସିହାରେ ଏଟିଡ୍ରୋନିକ ଏସିଡ ପ୍ୟାଟେଣ୍ଟ ହୋଇଥିଲା ଏବଂ ୧୯୭୭ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ଅନୁମୋଦିତ ହୋଇଥିଲା ।[2] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[3] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୨୦୦ ମିଗ୍ରା ବିଶିଷ୍ଟ ବଟିକାର ମୂଲ୍ୟ ପ୍ରାୟ ୧.୭ ଡଲାର ଅଟେ ।[3] ଏହା ବ୍ୟତୀତ ଏହା ସଫା କରିବା, ଜଳ ଚିକିତ୍ସା ଏବଂ ପ୍ରସାଧନ ସାମଗ୍ରୀ ଭାବରେ ମଧ୍ୟ ବ୍ୟବହାର କାରାଯାଇପାରେ ।[4]