ଏଟୋମିଡେଟ
ଏହା ଏକ ସାଧାରଣ ଔଷଧ ଯାହା ଶାରୀରିକ ନିଶ୍ଚେତକ ଆରମ୍ଭ କରିବା ପାଇଁ ଏବଂ ଗଣ୍ଠି ପୁନସ୍ଥାପନ, କାର୍ଡିଓଭର୍ସନ୍, କି / From Wikipedia, the free encyclopedia
ଏଟୋମିଡେଟ, ଅନ୍ୟମାନଙ୍କ ମଧ୍ୟରେ ବିକ୍ରୟ ନାମ ଆମିଡେଟ, ହେଉଛି ଏକ ସାଧାରଣ ଔଷଧ ଯାହା ଶାରୀରିକ ନିଶ୍ଚେତକ ଆରମ୍ଭ କରିବା ପାଇଁ ଏବଂ ଗଣ୍ଠି ପୁନସ୍ଥାପନ, କାର୍ଡିଓଭର୍ସନ୍, କିମ୍ବା ଟ୍ରାକିଆଲ୍ ଇନଟୁବେସନ୍ ଭଳି ପ୍ରଣାଳୀ ମାନଙ୍କରେ ପ୍ରଶାନ୍ତି କରଣ ପାଇଁ ବ୍ୟବହୃତ ହୁଏ ।[1] ଏହାର ପ୍ରଭାବ ଏକ ମିନିଟ୍ ମଧ୍ୟରେ ଆରମ୍ଭ ହୋଇ ୧୦ ମିନିଟ୍ ପର୍ଯ୍ୟନ୍ତ ରହିଥାଏ ।[1] ଏହା ଶିରାରେ ଇଞ୍ଜେକସନ ଆକାରରେ ଧୀରେ ଧୀରେ ଦିଆଯାଏ । [1] [2]
Clinical data | |
---|---|
Trade names | Amidate, Hypnomidate, others |
AHFS/Drugs.com | monograph |
data |
|
Pregnancy category |
|
Routes of administration | Intravenous[1] |
Legal status | |
Legal status |
|
Pharmacokinetic data | |
Protein binding | 76% |
Metabolism | Ester hydrolysis in plasma and liver |
Onset of action | Within 1 min[1] |
Elimination half-life | 75 minutes |
Duration of action | Up to 10 min[1] |
Excretion | Urine (85%) and Bile duct (15%) |
Identifiers | |
IUPAC name
| |
ECHA InfoCard | 100.046.700 |
Chemical and physical data | |
Formula | C14H16N2O2 |
Molar mass | ୨୪୪.୨୯ g·mol−1 |
3D model (JSmol) | |
Melting point | 67 °C (153 °F) |
Boiling point | 392 °C (738 °F) |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକ୍ସନ ଦିଆଯାଇଥିବା ସ୍ଥାନରେ ଏବଂ ମାଂସପେଶୀ ଚଳନ ହେଉଥିବା ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[1] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସାମୟିକ ଶ୍ୱାସକ୍ରିୟା ବନ୍ଦ, ନିମ୍ନ ରକ୍ତଚାପ, ବାନ୍ତି, ଆଡ୍ରେନାଲ୍ ଅଭାବ ଏବଂ ଅଧିକ ଲାଳ ସୃଷ୍ଟି ହୋଇପାରେ ।[2] ରକ୍ତଚାପ ଦୃଷ୍ଟିକୋଣରୁ ଏହା ସାଧାରଣତ ସ୍ଥିର ଅଟେ ।[3] ଫେଣ୍ଟାନିଲ ବ୍ୟବହାର କରି ମାଂସପେଶୀ ଚଳନ ହ୍ରାସ କରାଯାଇପାରେ ।[1] ଔଷଧ ବ୍ୟବହାର ସରିବା ପରେ ସ୍ତନ୍ୟପାନ ନିରାପଦ ଅଟେ ।[4] ଲୋକଙ୍କୁ ଔଷଧ ବ୍ୟବହାର ପରେ ଅତି କମରେ ୨୪ ଘଣ୍ଟା ଗାଡ଼ି ନ ଚଳାଇବାକୁ ପରାମର୍ଶ ଦିଆଯାଇଛି।[2] ଏହା ଗାବା(GABA) ରିସେପ୍ଟର ସହିତ ଅନୁବନ୍ଧିତ ହୋଇ କାର୍ଯ୍ୟକ୍ଷମ ହୁଏ ।[3]
ଏଟୋମିଡେଟ ୧୯୬୪ ମସିହାରେ ବିକଶିତ ହୋଇଥିଲା ଏବଂ ୧୯୭୨ରେ ୟୁରୋପରେ ଓ ୧୯୮୨ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[5] [6] [1] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ଅଟେ ।[7] ଯୁକ୍ତରାଜ୍ୟରେ ୨୦୨୦ ମସିହା ସୁଦ୍ଧା ପ୍ରତି ୨ ମିଗ୍ରା ମାତ୍ରାର ମୂଲ୍ୟ ବାବଦ ପ୍ରାୟ ୧.୪ ପାଉଣ୍ଡ ଖର୍ଚ୍ଚ ହୁଏ ।[2]