ଓପନ୍-ମିଡ୍ ବ୍ୟାକ୍ ଗୋଲାକାର ସ୍ୱରବର୍ଣ୍ଣ
From Wikipedia, the free encyclopedia
ଓପନ୍-ମିଡ୍ ବ୍ୟାକ୍ ଗୋଲାକାର ସ୍ୱରବର୍ଣ୍ଣ, କିମ୍ବା ଲୋ-ମିଡ୍ ବ୍ୟାକ୍ ଗୋଲାକାର ସ୍ୱରବର୍ଣ୍ଣ ଏକ ପ୍ରକାରର ସ୍ୱରବର୍ଣ୍ଣ ଏବଂ ଏହା କେତେକ କଥିତ ଭାଷାରେ ବ୍ୟବହୃତ ହୁଏ । ଆନ୍ତର୍ଜାତୀୟ ଉଚ୍ଚାରଣଗତ ଲିପିରେ (ଆଇପିଏ) ଏହି ଶବ୍ଦ ⟨ɔ⟩ ଭାବେ ଉପସ୍ଥାପିତ । ଆଇପିଏ ସଙ୍କେତଟି ଏକ ଓଲଟା c ଅକ୍ଷର ଏବଂ ଉଭୟ ଚିହ୍ନ ତଥା ଧ୍ୱନି ସାଧାରଣତଃ "ଓପନ୍-ଓ" ବୋଲି ଜଣା । "ଓପନ୍-ଓ" ନାମଟି ଧ୍ୱନିକୁ ପ୍ରତିନିଧିତ୍ୱ କରିଥାଏ । ଏହା ⟨o⟩ ବା ବନ୍ଦ-ମଧ୍ୟ ପଛ ଗୋଲାକାର ସ୍ୱରବର୍ଣ୍ଣ ଧ୍ୱନି ଭଳି ହେଲେ ହେଁ ତାହାଠୁ ଅଧିକ ଖୋଲା । ଏହା ମଧ୍ୟ ଏକ ବନ୍ଦ ବୃତ୍ତାକାର ଆକୃତିର o ଚିହ୍ନକୁ "ଖୋଲିବା" ଭଳି ମନେରଖାଯାଇପାରେ ।
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |