ଓମୁଆମୁଆ
ମହାଜାଗତିକ ବସ୍ତୁ / From Wikipedia, the free encyclopedia
ଓମୁଆମୁଆ (ଈଂରାଜୀ ଓ ହାୱାଇ ସ୍ଥାନୀୟ ଭାଷାରେ ʻOumuamua (/oʊˌmuːəˈmuːə/ (listen))) ଏକ ମହାଜାଗତିକ ବସ୍ତୁ ଯାହା ଆମ ସୌରମଣ୍ଡଳ ମଧ୍ୟ ଦେଇ ଗତି କରୁଛି ଓ ଏପରି ଏକ ଦୃଶ୍ୟ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ୧I/୨୦୧୭ U୧ (1I/2017 U1) ବୋଲି ନାମିତ ଏହି ବସ୍ତୁ ୨୦୧୭ ମସିହା ଅକ୍ଟୋବର ୧୯ ତାରିଖ ଦିନ ହାୱାଇର ହେଲିଆକାଲା ମହାକାଶ ନିରୀକ୍ଷଣାଗାରରେ ରବର୍ଟ୍ ୱେରିକ୍ଙ୍କ ପ୍ୟାନ୍-ଷ୍ଟାର୍ରସ୍ ଦୂରବିକ୍ଷଣ ଯନ୍ତ୍ରଦ୍ୱାରା ଆବିଷ୍କୃତ ହୋଇଥିଲା । ଆବିଷ୍କୃତ ହେବା ବେଳକୁ ଏହା ନିଜର ଗତିପଥରେ ସୂର୍ଯ୍ୟଠାରୁ ନିକଟତମ ବିନ୍ଦୁକୁ ଅତିକ୍ରମ କରି ୪୦ ଦିନ ହୋଇସାରିଥିଲା । ଓମୁଆମୁଆର ଅବସ୍ଥିତି ପ୍ରଥମେ ଜଣାପଡ଼ିବା ସମୟରେ ଏହା ପୃଥିବୀଠାରୁ ୩.୩ କୋଟି କିଲୋମିଟର (ପୃଥିବୀ ଓ ଚନ୍ଦ୍ର ମଧ୍ୟବର୍ତ୍ତୀ ଦୂରତାର ପ୍ରାୟ ୮୫ ଗୁଣ) ଦୂରରେ ରହିଥିଲା ଓ ସୂର୍ଯ୍ୟଠାରୁ ଦୂରକୁ ଗତି କରୁଥିଲା ।
Discovery [1][2]and designation | |
---|---|
Discovered by | ରବର୍ଟ୍ ୱେରିକ୍ |
Discovery site | ହାୱାଇର ହେଲିଆକାଲା ନିରୀକ୍ଷଣାଗାର |
Discovery date | ୧୯ ଅକ୍ଟୋବର ୨୦୧୭ |
Designations | |
Pronunciation | ଓ-ମୁଆ-ମୁଆ |
Named after | ଏହି ହାୱାଇ ଭାଷା ଶବ୍ଦର ଅର୍ଥ ହେଲା ସନ୍ଧାନକାରୀ, ଦୂତ (ଈଂରାଜୀରେ scout)[3] |
Alternative names | |
Minor planet category | ମହାଜାଗତିକ ବସ୍ତୁ[3] hyperbolic asteroid[6] |
Orbital characteristics [6] | |
Epoch ୨ ନଭେମ୍ବର ୨୦୧୭ | |
Perihelion | ୦.୨୫୫୩୪±୦.୦୦୦୦୭ AU |
Semi-major axis | [Note 1] |
Eccentricity | ୧.୧୯୯୫୧±୦.୦୦୦୧୮ |
Average orbital speed | ୨୬.୩୩±୦.୦୧km/s (interstellar)[7] |
Mean anomaly | ୩୬.୪୨୫° |
Inclination | ୧୨୨.୬୯° |
Longitude of ascending node | ୨୪.୫୯୯° |
Argument of perihelion | ୨୪୧.୭୦° |
Physical characteristics | |
Dimensions | 100–1,000 m 330–3,280 ft long[8][9][10] 230 m × 35 m × 35 m 755 ft × 115 ft × 115 ft[11][12] (est. at albedo 0.10)[11][12] |
Rotation period | Tumbling (non-principal axis rotation) Reported values include: ୮.୧୦±୦.୦୨ h[13] ୮.୧୦±୦.୪୨ h[14] ୬.୯୬+୧.୪୫ −୦.୩୯ h[15] |
Geometric albedo | 0.1 (spectral est.)[11] 0.06–0.08 (spectral est.)[14] |
Spectral type | D?[11] B–V = ୦.୭±୦.୦୬[11] V-R = ୦.୪୫±୦.୦୫[11] g-r = ୦.୪୭±୦.୦୪[14] r-i = ୦.୩୬±୦.୧୬[14] r-J = ୧.୨୦±୦.୧୧[14] |
Apparent magnitude | 19.7 to >27.5[7][Note 2][16] |
Absolute magnitude (H) | ୨୨.୦୮±୦.୪୪୫[6] |
ଆକାରରେ ଓମୁଆମୁଆ କ୍ଷୁଦ୍ର : ୧୦୦ ମି–୧୦୦୦ ମି × ୩୫ ମି–୧୬୭ ମି × ୩୫ ମି m–୧୬୭ ମି (୩୨୮’–୩୨୮୧’ × ୧୧୫’–୫୪୮’ × ୧୧୫’–୫୪୮’)[8] ବାହ୍ୟ ଜଗତର ସୌର ମଣ୍ଡଳର ବସ୍ତୁଙ୍କ ପରି ଏହାର ରଙ୍ଗ ଗାଢ଼ ଲାଲ୍ । ଓମୁଆମୁଆ ଧୂମକେତୁ ନୁହେଁ, କାରଣ ସୂର୍ଯ୍ୟର ନିକଟ ଦେଇ ଗତି କରୁଥିବା ସମୟରେ ଲାଞ୍ଜ ପରି ଏହାର କୌଣସି ପ୍ରକୃତି ଦେଖାଯାଇନାହିଁ । ପୁଣି ଓମୁଆମୁଆର ତ୍ୱରଣ ମହାକର୍ଷଣ ଶକ୍ତି ଯୋଗୁଁ ନୁହେଁ ବରଂ ଏହି ତ୍ୱରଣ ସୌର ବିକିରଣ ଚାପଜନିତ । ଏହି ମହାଜାଗତିକ ବସ୍ତୁର ତାପୀୟ ପ୍ରସାରଣ ଓ ଘୂର୍ଣ୍ଣନ ହାର ଅଧିକ ହୋଇଥିବାରୁ ଅଧିକ ଘନତାବିଶିଷ୍ଟ ଧାତବ ପଦାର୍ଥ ଏହାର ଏକ ମୌଳିକ ଉପାଦାନ ବୋଲି ଅନୁମାନ କରାଯାଏ । ଓମୁଆମୁଆର ଗତି ନିୟନ୍ତ୍ରିତ ଆବର୍ତ୍ତନ-ପରିକ୍ରମଣ ପରି ନୁହେଁ ବରଂ ଅନିୟନ୍ତ୍ରିତ ଓ ଖସି ପଡ଼ୁଥିବା ପରି । ସୂର୍ଯ୍ୟକୁ ଆପେକ୍ଷିକ ଭାବେ ଓମୁଆମୁଆ ଅତି ତୀବ୍ର ବେଗରେ ଗତି କରୁଥିବାରୁ ଏହାର ଉଦ୍ଭବ ଆମ ସୌରମଣ୍ଡଳରେ ହେବା ଅସମ୍ଭବ ବୋଲି କୁହାଯାଉଛି । କ୍ଷୁଦ୍ର ଆକାରର ହୋଇ ମଧ୍ୟ ଓମୁଆମୁଆ କେବେ ଏକ ନିର୍ଦ୍ଦିଷ୍ଟ କକ୍ଷପଥରେ ଅନ୍ୟ ଏକ ଜାଗତିକ ବସ୍ତୁର ପରିକ୍ରମଣ କରିବ ନାହିଁ (ଅର୍ଥାତ୍ ଏହା ଉପରେ ମହାକର୍ଷଣର କୌଣସି ପ୍ରଭାବ ପରିଲକ୍ଷିତ ହେଉନାହିଁ) । ଓମୁଆମୁଆ ପୂର୍ବବତ୍ ଗତି କରି ଆମ ସୌରମଣ୍ଡଳରୁ ବାହାରି ଯିବ ଓ ମହାକାଶରେ ଆଗକୁ ଆଗକୁ ଗତି କରିଚାଲୁଥିବ ବୋଲି ଅନୁମାନ କରାଯାଉଛି । ଓମୁଆମୁଆର ଉତ୍ପତ୍ତି, ଏକ ନକ୍ଷତ୍ରରୁ ଅନ୍ୟ ଏକ ନକ୍ଷତ୍ର ପହଞ୍ଚିବାକୁ ଲାଗିଥିବା ସମୟ ଇତ୍ୟାଦି ସମ୍ପର୍କୀୟ ତଥ୍ୟ ଅଜଣା ରହିଛି ।