କାଦମ୍ବିନୀ ଗାଙ୍ଗୁଲି
ଭାରତୀୟ ଚିକିତ୍ସକ / From Wikipedia, the free encyclopedia
କାଦମ୍ବିନୀ ଗାଙ୍ଗୁଲି(ଜନ୍ମ ୧୮ ଜୁଲାଇ ୧୮୬୧ ଓ ମୃତ୍ୟୁ ୩ ଅକ୍ଟୋବର୧୯୨୩) ଭାରତର ପ୍ରଥମ ମହିଳା ସ୍ମାତକ ଓ ଫିଜିସିୟାନ ଥିଲେ । ଏହା ଛଡା ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ଅଧିବେସନରେ ଭାଷଣ ଦେଇଥିବା ପ୍ରଥମ ମହିଳା ହେବାର ଗୌରବ ମଧ୍ୟ ସେ ପାଇଥିଲେ । ସେ ପ୍ରଥମ ଦକ୍ଷିଣ ଏସୀୟ ମହିଳା ଥିଲେ ଯିଏକୁ ୟୁରୋପିୟ ମେଡିସିନରେ ପ୍ରଶିକ୍ଷଣ ପାଇଥିଲେ । ସେ କୋଇଲା ଖଣିରେ କାମ କରୁଥିବା ସ୍ତ୍ରୀ ଲୋକମାନଙ୍କ ପାଇଁ ମଧ୍ୟ ବହୁତ କାର୍ଯ୍ୟ କରିଛନ୍ତି । ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ରଚନାବଳୀରୁ ସେ ବହୁତ ପ୍ରଭାବିତ ଥିଲେ। ତାଙ୍କ ମନରେ ଦେଶଭକ୍ତିର ଭାବନା ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ କାବ୍ୟରୁ ହିଁ ଅସିଥିଲା ।