କ୍ଲୋରଡାଏଜେପୋକ୍ସାଇଡ
ଏହା ମଦ୍ୟପାନ ପ୍ରତ୍ୟାହାର ଏବଂ ଉଦ୍ବେଗ ଅବ୍ୟବସ୍ଥା ଜନିତ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | / From Wikipedia, the free encyclopedia
କ୍ଲୋରଡାଏଜେପୋକ୍ସାଇଡ, ଅନ୍ୟମାନଙ୍କ ମଧ୍ୟରେ ଏକ ବାଣିଜ୍ୟିକ ନାମ ଲିବ୍ରିୟମ୍, ଏକ ବେଞ୍ଜୋଡାଏଜେପିନ ଶ୍ରେଣୀର ଏକ ଔଷଧ, ଯାହା ମଦ୍ୟପାନ ପ୍ରତ୍ୟାହାର ଏବଂ ଉଦ୍ବେଗ ଅବ୍ୟବସ୍ଥା ଜନିତ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [3] ଏହା ସାଧାରଣତଃ ପାଟିରେ ଦିଆଯାଏ | [4] ୪ ସପ୍ତାହରୁ କମ୍ ସମୟ ପାଇଁ ବ୍ୟବହାର କରିବାକୁ ସୁପାରିଶ କରାଯାଏ | [5] ଏହାର ପ୍ରଭାବ ଦ୍ରୁତ ଗତିରେ ଆରମ୍ଭ ହୁଏ ଏବଂ ତିନି ଦିନ ପର୍ଯ୍ୟନ୍ତ ରହିଥାଏ | [6]
Clinical data | |
---|---|
Pronunciation | /ˌklɔːrdaɪ.əzɪˈpɒksaɪd/ |
Trade names | Librium, others |
Synonyms | Methaminodiazepoxide[1] |
AHFS/Drugs.com | monograph |
MedlinePlus | a682078 |
Pregnancy category |
|
Routes of administration | By mouth, intramuscular |
Legal status | |
Legal status |
|
Pharmacokinetic data | |
Metabolism | Liver |
Onset of action | Rapid[2] |
Elimination half-life | 5–30 hours (Active metabolite desmethyldiazepam 36–200 hours: other active metabolites oxazepam) |
Duration of action | 48 to 72 hr[2] |
Excretion | Kidney |
Identifiers | |
IUPAC name
| |
ECHA InfoCard | 100.000.337 |
Chemical and physical data | |
Formula | C16H14ClN3O |
Molar mass | ୨୯୯.୭୬ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା, ଖରାପ ସମନ୍ୱୟ ଏବଂ ଦ୍ୱନ୍ଦ୍ୱ ଅନ୍ତର୍ଭୁକ୍ତ | [3] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଚଳପ୍ରଚଳ ଅସୁବିଧା, ଲିଙ୍ଗୋତ୍ଥାନ ଅସୁବିଧା ଏବଂ ଅସ୍ଥି ମଜ୍ଜା ସମସ୍ୟା ହୋଇପାରେ | [7] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ଏବଂ ସ୍ତନ୍ୟପାନ ସମୟରେ ଏହା ସୁପାରିଶ କରାଯାଏ ନାହିଁ | [4] [8] ଯକୃତ ଜନିତ ସମସ୍ୟାରେ ଛୋଟ ଛୋଟ ଡୋଜ ସୁପାରିଶ କରାଯାଏ | [8] କ୍ଲୋର୍ଡାଏଜେପୋକ୍ସାଇଡ ସହିତ ଏହାର ମେଟାବୋଲାଇଟ୍ ଥିଲେ ଦୀର୍ଘ ଅଧା ଜୀବନ ରହେ | [4]
୧୮୫୮ ମସିହାରେ କ୍ଲୋର୍ଡାଏଜେପୋକ୍ସାଇଡ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୬୦ ମସିହାରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା |[9] ଏହା ପ୍ରଥମ ବେଞ୍ଜୋଡାଏଜେପିନ୍ ଥିଲା ଏବଂ ସୁଯୋଗ କ୍ରମେ ଆବିଷ୍କୃତ ହୋଇଥିଲା | [10] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ଅଟେ | [7] ଯୁକ୍ତରାଜ୍ୟରେ ୧୦ ମିଗ୍ରାର ୧୦୦ ବଟିକା ମୂଲ୍ୟ ୨୦୨୦ ସୁଦ୍ଧା ପ୍ରାୟ ୧୮ ପାଉଣ୍ଡ ଥିଲା ।[8] ଯୁକ୍ତରାଷ୍ଟରେ ଏହାର ମୂଲ୍ୟ ୨୯୨୯ ମସିହାରେ ୧୩ ଡଲାର ଥିଲା । [11]