ଜଳଭୀତିଅଣୁ
From Wikipedia, the free encyclopedia
ଜଳଭୀତିଅଣୁ, ରସାୟନ-ଶାସ୍ତ୍ରରେ, ଏପରି ଏକ ଅଣୁ ଯାହା ଜଳଦ୍ୱାରା ବିକର୍ଷିତ ହେବାପରି ଲାଗେ।[1] ବାସ୍ତବରେ ଏହା ଜଳର ବିକର୍ଷଣ ନୁହେଁ ଅପିତୁ ଜଳ ସହ ଆକର୍ଷଣର ଅନୁପସ୍ଥିତି।[ଆଧାର ଲୋଡ଼ା] ଅପରପକ୍ଷେ ଜଳପ୍ରୀତିଅଣୁଗୁଡ଼ିକ ଜଳ ପ୍ରତି ଆକର୍ଷିତ ହୁଅନ୍ତି।
ଜଳଭୀତିଅଣୁ ଗୁଡ଼ିକ ସାଧାରଣତଃ ଅପୋଲୀୟ ଏଣୁ ସେମାନେ ଅନ୍ଯ ଅପୋଲୀୟ ଦ୍ରାବକକୁ ପସନ୍ଦ କରନ୍ତି। ଜଳ ଅଣୁଗୁଡି଼କ ପୋଲିୟ ଥିବାରୁ ସେଥିରେ ଜଳଭୀତିଅଣୁ ଗୁଡ଼ିକ ଭଲଭାବରେ ଦ୍ରବିଭୁତ ହୁଅନ୍ତି ନାହିଁ। ଜଳରେ ଜଳଭୀତିକମାନେ ଏକାଠି ହୋଇ ମିସେଲ ତିଆରି କରନ୍ତି। ଜଳଭୀତୀୟ ପୃଷ୍ଠରେ ଜଳ ଅଧିକ ସ୍ପର୍ଶକୋଣ ସୃଷ୍ଟି କରେ।
ଜଳଭୀତୀୟ ଅଣୁର ଉଦାହରଣ ହେଲା- ଆଲ୍କେନ୍, ତେଲ, ମେଦ ତଥା ଖସରା ବସ୍ତୁଗୁଡ଼ିକ। ଜଳଭୀତୀୟ ପଦାର୍ଥଗୁଡ଼ିକୁ ଜଳରୁ ତେଲ ଅଲଗା କରିବା, ତେଲ ରିସାବକୁ ନିୟନ୍ତ୍ରଣ କରିବା, ତଥା ଅପୋଲୀୟ ପଦାର୍ଥକୁ ପୋଲୀୟ ଯୌଗିକଠାରୁ ଅଲଗା କରିବା ଆଦି କାମରେ ବ୍ଯବହୃତ ହୁଏ।[2]
ଅନେକ ସମୟରେ ଜଳଭୀତୀୟତାକୁ ମେଦପ୍ରୀତୀୟତା ସହ ଅଦଳବଦଳ କରି ବ୍ଯବହାର କରାଯାଏ। କିନ୍ତୁ ଏ ଦୁଇଟି ପଦ ପରସ୍ପରର ପ୍ରତିଶବ୍ଦ ନୁହଁନ୍ତି। ଅଧିକାଂଶ ଜଳଭୀତିକ ପଦାର୍ଥଗୁଡ଼ିକ ମେଦପ୍ରୀତିକ, ବ୍ଯତିକ୍ରମ - ସିଲିକନ୍, ଫ୍ଲୋରୌଙ୍ଗାର।
ଜଳଭୀତିଅଣୁ ଶବ୍ଦଟି ଓଡ଼ିଆରେ ଭୀତି ଅର୍ଥାତ୍ ଭୟ ଏବଂ ତେଣୁ ଜଳଭୀତି ଅର୍ଥାତ୍ ଜଳର ଭୟକୁ ବୁଝାଏ।