ଜେମ୍ସ ବାଇସକାଉଣ୍ଟ ସେଭର୍ନ
From Wikipedia, the free encyclopedia
ଜେମ୍ସ ମାଉଣ୍ଟବେଟେନ ବାଇସକାଉଣ୍ଟ ସେଭର୍ନ[1][2] (ପୁରା ନାମ: ଜେମ୍ସ ଆଲେକଜାଣ୍ଡାର ଫିଲିପ ଥିଓ ମାଉଣ୍ଟବେଟେନ - ବିଞ୍ଜର) ରାଜକୁମାର ଏଡ଼ୱର୍ଡ ଏବଂ ସୋଫୀଙ୍କ ଏକ ମାତ୍ର ପୁତ୍ର ଅଟନ୍ତି । ସେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସବୁଠାରୁ ସାନ ନାତି ଅଟନ୍ତି । ଜେମ୍ସଙ୍କ ଜନ୍ମ ୧୭ ଡିସେମ୍ବର ୨୦୦୭ ମସିହାରେ ଫର୍ମଲ ପାର୍କ ହସ୍ପିଟାଲ, ସରୀ, ଇଂଲଣ୍ଡରେ ହୋଇଥିଲା । ତାଙ୍କର ବପତିସ୍ମ ସଂସ୍କାର ୧୯ ଏପ୍ରିଲ ୨୦୦୮ ମସିହାରେ ବିଣ୍ଡସର କାସଲ, ବର୍କଶାୟରରେ କରାଯାଇଥିଲା । ନିଜ ଜନ୍ମ ସମୟରେ ନିଜ ଜେଜେମା', ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରେ ବ୍ରିଟିଶ ରାଜତନ୍ତ୍ର ଉପରେ ବ୍ରିଟିଶ ରାଜସତ୍ତାର ଅନୁକ୍ରମରେ ଅଷ୍ଟମ ତମ ସ୍ଥାନରେ ଥିଲେ; କୌମ୍ବ୍ରିଜର ରାଜକୁମାର ଜର୍ଜ ଏବଂ କୌମ୍ବ୍ରିଜର ରାଜକୁମାରୀ ଶାର୍ଲଟଙ୍କ ଜନ୍ମ ପରେ, ବର୍ତ୍ତମାନ ସମୟରେ ସେ ଦଶମ ସ୍ଥାନରେ ରହିଛନ୍ତି । ସେ ନିଜ ବଡ଼ ଭଉଣୀ ଏବଂ ମାତା-ପିତାଙ୍କ ସହିତ ବଗଶାଟ ପାର୍କ, ସରୀରେ ରହୁଛନ୍ତି ।
Quick Facts ଜେମ୍ସ ମାଉଣ୍ଟବେଟେନ, ସମ୍ପୂର୍ଣ୍ଣ ନାମ ...
Close