ଟିପଚିହ୍ନ
ଟିପଚିହ୍ନ ସମ୍ବନ୍ଧରେ ପୁରା ବିବରଣୀ / From Wikipedia, the free encyclopedia
ଟିପଚିହ୍ନ ସାଧାରଣ ଭାବରେ ମଣିଷ ଆଙ୍ଗୁଠିର ଗାରଦ୍ୱାରା ଚିହ୍ନିତ ଦାଗକୁ ବୁଝାଏ ।[1] ଅପରାଧ ସ୍ଥଳରୁ ମିଳିଥିବା ଟିପଚିହ୍ନ ନାୟିକ ବିଜ୍ଞାନରେ (en:Frensic science) ଅତି ମହତ୍ୱପୂର୍ଣ୍ଣ । ଉପଯୁକ୍ତ ସ୍ଥଳରେ (ଧାତୁ, ଗ୍ଲାସ୍ ବା ଚିକ୍କଣ ପଥର) ଆଙ୍ଗୁଠି ଗାରର ଏକ୍ରିନ ଗ୍ରନ୍ଥିରୁ (en:eccrine gland) ବାହାରୁଥିବା ପ୍ରାକୃତିକ କ୍ଷରଣ ବା ଝାଳର ଦାଗ ସହଜରେ ରହିଯାଏ । ଏହାକୁ ଇଂରାଜୀ ଭାଷାରେ ଚାନ୍ସଡ୍ ଇମ୍ପ୍ରେସନ/ "Chanced Impressions" କୁହାଯାଏ ।
ବ୍ୟାପକ ବ୍ୟବହାରରେ ଯେ କୌଣସି ପ୍ରାଣୀର (ପ୍ରାଇମେଟ) ହାତ ବା ଟିପଦ୍ୱାରା ଅଙ୍କିତ ଚିହ୍ନକୁ ଟିପଚିହ୍ନ କୁହାଯାଏ । ପାଦତଳ ମଧ୍ୟ ଚିହ୍ନ ଛାଡ଼ିଯାଏ ।
କାଳି ବା ଅନ୍ୟ କୌଣସି ତରଳ ପଦାର୍ଥ ଟିପରେ ଲଗେଇ କାଗଜ ବା ଫିଙ୍ଗରପ୍ରିଣ୍ଟ କାର୍ଡ଼ର ଚିକ୍କଣ ପୃଷ୍ଠରେ ଟିପଚିହ୍ନ ଦିଆଯାଇପାରେ ।[2] ଟିପଚିହ୍ନ ଅଭିଲେଖରେ ସାଧାରଣତଃ ଆଙ୍ଗୁଠିର ଶେଷ ଗଣ୍ଠି ଓ ଟିପର ଚିହ୍ନ ନିଆଯାଏ କିନ୍ତୁ ଫିଙ୍ଗରପ୍ରିଣ୍ଟ କାର୍ଡ଼ରେ ଆଙ୍ଗୁଠିର ଅନ୍ୟ ଗଣ୍ଠିର ଚିହ୍ନ ମଧ୍ୟ ରହିଯାଏ ।
ଟିପ ଚିହ୍ନ ବା ଆଙ୍ଗୁଠି ଚିହ୍ନର ଗୁଣ ବିସ୍ତୃତ, ପ୍ରାୟ ଅନନ୍ୟ, ବଦଳ କଷ୍ଟସାଧ୍ୟ ଓ ଜୀବନବ୍ୟାପି ସ୍ଥାୟୀ: ଏହା ମାନବ ପରିଚୟ ନିମନ୍ତେ ଉପଯୁକ୍ତ । ପରିଚୟ ଗୁପ୍ତ ରଖୁଥିବା ଲୋକଙ୍କୁ ଚିହ୍ନଟ କରିବା, ପ୍ରାକୃତିକ ବିପର୍ଯ୍ୟୟ ପରେ ଅକ୍ଷମ ଓ ମୃତ ବ୍ୟକ୍ତିକୁ ଚିହ୍ନଟ କରିବା ନିମନ୍ତେ ଏହା ସାହାଯ୍ୟ କରେ । ବିଂଶ ଶତାବ୍ଦୀ ଆରମ୍ଭରୁ ଟିପଚିହ୍ନ ବିଶ୍ଳେଷଣଦ୍ୱାରା ଅନେକ ଅପରାଧ ସମାଧାନ ସମ୍ଭବ ହୋଇଛି । [3] ଏଥି ନିମନ୍ତେ ଦସ୍ତାନା/ଗ୍ଲୋଭ୍ସ ବ୍ୟବହାର କରିବା ଅପରାଧୀଙ୍କର ଅପରିହାର୍ଯ୍ୟ ହୋଇଗଲାଣି ।[4][5] ସନ ୨୦୧୫ରେ ଏହି ପରୀକ୍ଷାଦ୍ୱାରା ଲିଙ୍ଗ (Sex) ନିର୍ଣ୍ଣୟ ହୋଇଥିବା ରିପୋର୍ଟ ହୋଇଛି ।[6][7]