ଡାଲବାଭାନସିନ
From Wikipedia, the free encyclopedia
ଡାଲବାଭାନସିନ, ଅନ୍ୟମାନଙ୍କ ମଧ୍ୟରେ ଡାଲଭାନ୍ସ ବେପାର ନାମ, ହେଉଛି ଏକ ଆଣ୍ଟିବାୟୋଟିକ୍ ଯାହା ଜୀବାଣୁ କୃତ ଚର୍ମ ସଂକ୍ରମଣ ଓ ମେଥିସିଲିନ୍-ପ୍ରତିରୋଧୀ ଷ୍ଟାଫିଲୋକୋକସ୍ ଆରିଅସ୍ (MRSA)ଦ୍ୱାରା ସୃଷ୍ଟି ହୋଇଥିବା ସଂକ୍ରମଣର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ । [2] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ସପ୍ତାହରେ ଗୋଟିଏ ବା ଏକ ସପ୍ତାହ ବ୍ୟବଧାନରେ ଦୁଇଟି ମାତ୍ରା ଦିଆଯାଏ ।[2] [3]
Clinical data | |
---|---|
Trade names | Dalvance, Xydalba, Zeven, other |
AHFS/Drugs.com | monograph |
MedlinePlus | a614036 |
data |
|
Pregnancy category |
|
Routes of administration | Intravenous |
Legal status | |
Legal status |
|
Identifiers | |
IUPAC name
| |
ECHA InfoCard | 100.308.391 |
Chemical and physical data | |
Formula | C88H100Cl2N10O28 |
Molar mass | ୧,୮୧୬.୭୧ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, ରାସ, ଏବଂ ମୁଣ୍ଡବିନ୍ଧା ହୋଇପାରେ ।[2] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଣ୍ଟିବାୟୋଟିକ ସଂପୃକ୍ତ କୋଲାଇଟିସ୍, କୋଷ୍ଠକାଠିନ୍ୟ ଏବଂ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ହୋଇପାରେ ।[3] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନରେ ବ୍ୟବହାର ନିରାପଦ କି ନୁହେଁ ତାହା ଅସ୍ପଷ୍ଟ ରହିଛି। [4] ଏହା ଭାନକୋମାଇସିନ ସହିତ ଲାଇପୋଗ୍ଲାଇକୋପେପ୍ଟାଇଡ ଶ୍ରେଣୀର ଔଷଧ ଅଟେ ।[2]
୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୫ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡାଲବାଭାନସିନ ଅନୁମୋଦିତ ହୋଇଥିଲେ ।[2] [5] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଔଷଧର ଏକ ଅନୁକ୍ରମର (କୋର୍ଷ) ମୂଲ୍ୟ ପ୍ରାୟ ୪୮୦୦ ଡଲାର ଅଟେ [6] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୧୭୦୦ ପାଉଣ୍ଡ ।[3]