ଦ୍ୱୀପପୁଞ୍ଜ
ଅନେକ ଗୁଡ଼ିଏ ଦ୍ଵୀପର ସମାହାର / From Wikipedia, the free encyclopedia
ଅନେକ ଗୁଡ଼ିଏ ଛୋଟ ବଡ଼ ଦ୍ୱୀପର ସମାହାରକୁ ଦ୍ୱୀପପୁଞ୍ଜ ବା ଦ୍ୱୀପସମୂହ (ଈଂରାଜୀରେ Archipelago) ବୋଲି କୁହଯାଇଥାଏ । ଦ୍ୱୀପମାନଙ୍କର ଶୃଙ୍ଖଳ ବା ସମୁଦ୍ରରେ ଗୋଟିଏ ସ୍ଥାନରେ ବିକ୍ଷିପ୍ତ ଭାବେ ରହିଥିବା ଦ୍ୱୀପମାନଙ୍କୁ ଦ୍ୱୀପପୁଞ୍ଜ ବୋଲି କୁହାଯାଇପାରିବ ।
ଇଣ୍ଡୋନେସିଆ, ଜାପାନ, ତାଇୱାନ୍, ଫିଲିପାଇନ୍ସ୍, ନ୍ୟୁଜିଲ୍ୟାଣ୍ଡ୍, ମାଳଦ୍ୱୀପ, ବାହାମା, ଗ୍ରୀସ୍, ହାୱାଇ, ପୋଲିନେସୀୟ ଦ୍ୱୀପପୁଞ୍ଜ, କ୍ୟାନାରି ଦ୍ୱୀପପୁଞ୍ଜ, ଆଜୋରେସ୍ ଦ୍ୱୀପପୁଞ୍ଜ ଇତ୍ୟାଦି ବିଶ୍ୱର କେତେକ ଜଣାଶୁଣା ଦ୍ୱୀପପୁଞ୍ଜ । କ୍ଷେତ୍ରଫଳ ଓ ଜନସଂଖ୍ୟା ଦୃଷ୍ଟିରୁ ଇଣ୍ଡୋନେସିଆ ବିଶ୍ୱର ସର୍ବବୃହତ୍ ଦ୍ୱୀପପୁଞ୍ଜ । [1]