ପାରାଥାଇରଏଡ ଗ୍ରନ୍ଥି
ଅନ୍ତସ୍ରାବୀ ଗ୍ରନ୍ଥି / From Wikipedia, the free encyclopedia
ପାରାଥାଇରଏଡ ଗ୍ରନ୍ଥି କହିଲେ ମାନବ ଓ ଚତୁଷ୍ପଦ ପ୍ରାଣୀଙ୍କ ଦେହରେ ଥିବା ଛୋଟ ଛୋଟ ଅନ୍ତସ୍ରାବୀ (endocrine) ଗ୍ରନ୍ଥିମାନଙ୍କୁ ବୁଝାଏ । ମାନବ ଦେହରେ ଥାଇରଏଡ ଗ୍ରନ୍ଥି ପୃଷ୍ଠଭାଗରେ ଚାରୋଟି ପାରାଥାଇରଏଡ ଗ୍ରନ୍ଥି ଥାଏ । ରକ୍ତରେ ସ୍ୱଳ୍ପ କ୍ୟାଲସିଅମ ଥିଲେ ଏହି ଗ୍ରନ୍ଥିଗୁଡ଼ିକ ପାରାଥାଇରଏଡ ହରମୋନ (parathyroid hormone) ପ୍ରସ୍ତୁତ ଓ କ୍ଷରଣ କରନ୍ତି ଓ ଏହି ହରମୋନ ଶରୀରରେ ଓ ଅସ୍ଥି ମଧ୍ୟରେ ଥିବା କ୍ୟାଲସିଅମ ପରିମାଣକୁ ନିୟନ୍ତ୍ରଣ କରେ ।
Parathyroid glands | |
---|---|
Diagram showing structures in the human neck. The four green shaded areas represent the most common position of the parathyroid glands, which are generally four in number and situated behind the lateral lobes of the thyroid gland (shaded orange). | |
Thyroid and parathyroids as viewed from the back of the neck | |
ଲାଟିନ ଭାଷାରେ | glandula parathyreoidea inferior, glandula parathyreoidea superior |
ବିଭାଗ | Endocrine |
ଧମନୀ | superior thyroid artery, inferior thyroid artery, |
ଶିରା | superior thyroid vein, middle thyroid vein, inferior thyroid vein, |
ସ୍ନାୟୁ | middle cervical ganglion, inferior cervical ganglion |
ଲସିକା | pretracheal, prelaryngeal, jugulodigastric lymph nodes |
Precursor | neural crest mesenchyme and third and fourth pharyngeal pouch endoderm |
ପାରାଥାଇରଏଡ ଗ୍ରନ୍ଥିର ରକ୍ତ, ଧମନୀ, ଶିରା ଓ ଲସିକା ସରବରାହ ଠିକ୍ ଥାଇରଏଡ ଗ୍ରନ୍ଥିର ସରବରାହ ଭଳି ହୋଇଥାଏ । ଭୃଣ ବିଜ୍ଞାନ ଅନୁସାରେ ତୃତୀୟ ଓ ଚତୁର୍ଥ ଫାରିଞ୍ଜିଆଲ ପାଉଚର (pharyngeal pouches) ଏପିଥେଲିଆଲ (epithelial) ଲାଇନିଙ୍ଗରୁ ପାରାଥାଇରଏଡ ଗ୍ରନ୍ଥି ସୃଷ୍ଟି ହୋଇଥାଏ; ଉପର ଗ୍ରନ୍ଥିଗୁଡ଼ିକ ଚତୁର୍ଥ ପାଉଚରୁ ଓ ତଳ ଗ୍ରନ୍ଥିଗୁଡ଼ିକ ତୃତୀୟ ପାଉଚରୁ ତିଆରି ହୋଇଥାଏ ।
ଅଧିକ ବା କମ୍ ପାରାଥାଇରଏଡ ହରମୋନ ଅନୁସାରେ ରକ୍ତର କ୍ୟାଲସିଅମ ସ୍ତର ଓ ଅସ୍ଥି ମେଟାବୋଲିଜ୍ମର ପରିବର୍ତ୍ତନ ହୁଏ ଯାହାକୁ ଯଥାକ୍ରମେ ହାଇପରପାରାଥାଇରଏଡିଜ୍ମ ଓ ହାଇପୋପାରାଥାଇରଏଡିଜ୍ମ (hypoparathyroidism) କୁହାଯାଏ ।