ପେମ୍ବ୍ରୋଲିଜୁମାବ
ପେମ୍ବ୍ରୋଲିଜୁମାବ (ପୂର୍ବ ନାମ ଲାମ୍ବ୍ରୋଲିଜୁମାବ, ବ୍ରାଣ୍ଡ ନାମ କିଟ୍ରୁଡା) ଏକ ଔଷଧର ନାମ ଯାହା କର୍କଟ ଇମ୍ମ୍ୟ / From Wikipedia, the free encyclopedia
ପେମ୍ବ୍ରୋଲିଜୁମାବ (ପୂର୍ବ ନାମ ଲାମ୍ବ୍ରୋଲିଜୁମାବ, ବ୍ରାଣ୍ଡ ନାମ କିଟ୍ରୁଡା) ଏକ ଔଷଧର ନାମ ଯାହା କର୍କଟ ଇମ୍ମ୍ୟୁନୋଥେରାପିରେ ବ୍ୟବହୃତ ହୁଏ । [5] ମେଲାନୋମା, ଫୁସଫୁସ କର୍କଟ, ମୁଣ୍ଡ ଏବଂ ବେକ କର୍କଟ, ହଜକିନ୍ସ ଲିମ୍ଫୋମା, ଗର୍ଭାଶୟ କର୍କଟ ଏବଂ ପାକସ୍ଥଳୀ କର୍କଟ ଇତ୍ୟାଦି ରୋଗମାନଙ୍କରେ ଚିକିତ୍ସାରେ ଦିଆଯାଏ । [6] ଏହା ଶିରାଭ୍ୟନ୍ତର ଇଞ୍ଜକସନଦ୍ୱାରା ଧୀରେ ଧୀରେ ଦିଆଯାଏ । [6]
Monoclonal antibody | |
---|---|
Type | Whole antibody |
Source | Humanized (from mouse) |
Target | PD-1 |
Clinical data | |
Trade names | Keytruda |
Synonyms | MK-3475, lambrolizumab |
AHFS/Drugs.com | monograph |
MedlinePlus | a614048 |
data |
|
Pregnancy category |
|
Routes of administration | Intravenous |
Drug class | Antineoplastic agents |
ATC code |
|
Legal status | |
Legal status | |
Identifiers | |
CAS Number | |
DrugBank | |
ChemSpider |
|
UNII | |
KEGG |
|
ChEMBL | |
ECHA InfoCard | 100.234.370 |
Chemical and physical data | |
Formula | C6534H10004N1716O2036S46 |
Molar mass | ୧,୪୬,୬୪୮.୬୪ g·mol−1 |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କାପଣ, ମାଂସପେଶୀ ଯନ୍ତ୍ରଣା, ଭୋକ କମିବା, ଗଲୁ ଚର୍ମ, ତରଳ ଝାଡ଼ା, ବାନ୍ତି, ରାସ, ଜ୍ୱର, କାଶ, ଶ୍ୱାସକ୍ରିୟାରେ ଅସୁବିଧା, କୋଷ୍ଠକାଠିନ୍ୟ ଏବଂ ପେଟ ଯନ୍ତ୍ରଣା ଅନ୍ତର୍ଭୁକ୍ତ । [5] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଏବଂ ବୃକ୍କ ସମସ୍ୟା ହୋଇପାରେ । [6] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର କରିବା ସୁପାରିଶ କରାଯାଏ ନାହିଁ । [7] ଏହା ଏକ ଆଇଜିଜି୪ (IgG4) ଆଇସୋଟାଇପ ମାନିବିକ ଆଣ୍ଟିବଡି ଯାହା କର୍କଟ କୋଷର ପ୍ରତିରକ୍ଷା ପ୍ରଣାଳୀକୁ ଅବରୋଧ କରିଥାଏ ଏବଂ ଏହାଦ୍ୱାରା ଇମ୍ମ୍ୟୁନ ପ୍ରଣାଳୀ ସେମାନଙ୍କୁ ନଷ୍ଟ କରିଦିଏ । [6] ଏହା ଲିମ୍ଫୋସାଇଟର ପ୍ରୋଗ୍ରାନ ହୋଇଥିବା କୋଷ ମୃତ୍ୟୁ ପ୍ରୋଟିନ ୧ (ପିଡି-୧) ରିସେପ୍ଟରକୁ ଟାର୍ଗେଟ୍ କରେ । [6]
୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ପେମ୍ବ୍ରୋଲିଜୁମାବ ଅନୁମୋଦିତ ହୋଇଥିଲା ।[5] ୨୦୧୭ ମସିହାରେ ଏହା କାଢ଼ି ନ ହେଉଥିବା ଓ ଜେନେଟିକ ଅସଙ୍ଗତି ଥିବା ତଥା ମେଟାସ୍ଟାସିସ ହୋଇଥିବା କଠିନ ଅର୍ବୁଦର ଚିକିତ୍ସା ପାଇଁ ଅନୁମୋଦିତ ହୋଇଥିଲା । [8]ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହାର ନାମ ନିଭୋଲୁମାବର ବିକଳ୍ପ ଭାବରେ ଅଛି । [9] ଯୁକ୍ତରାଜ୍ୟରେ ସାଧାରଣ ଡୋଜ ୨୦୨୦ ମସିହାରେ ପ୍ରତି ତିନି ସପ୍ତାହରେ ୫୨୬୦ ପାଉଣ୍ଡ ଖର୍ଚ୍ଚ ହୁଏ ।[10] ଯୁକ୍ତରାଷ୍ଟ୍ରରେ ଏହି ରାଶି ୮,୭୬୦ ଡଲାର ଅଟେ । [11]