ଫ୍ଲୁଫେନାଜିନ
From Wikipedia, the free encyclopedia
ଫ୍ଲୁଫେନାଜିନ, ବିକ୍ରୟ ହେଉଥିବା ଏକ ନାମ ପ୍ରଲିକ୍ସିନ ଏକ ଆଣ୍ଟିସାଇକୋଟିକ ବା ମନୋବିକ୍ଷିପ୍ତରୋଧୀ ଔଷଧ ।[1] ଏହା ସିଜୋଫ୍ରେନିଆ ଭଳି ଦୀର୍ଘକାଳୀନ ସାଇକୋସିସ ରୋଗ ଚିକିତ୍ସାରେ ବ୍ୟବହାର କରାଯାଏ ।[1] ଏହା ପାଟିରେ ବା ମାଂସପେଶୀ ଇଞ୍ଜେକସନ ଓ ଚର୍ମତଳ ଇଞ୍ଜେକସନ ଆକାରରେ ଦିଆଯାଏ । [1] ଏହାର ଦୀର୍ଘକାଳୀନ ଇଞ୍ଜେକସନ ସଂସ୍କରଣ ୪ ସପ୍ତାହ ପର୍ଯ୍ୟନ୍ତ କାମ କରିପାରେ ।[1]
Clinical data | |
---|---|
Trade names | Prolixin, Modecate, Moditen others |
AHFS/Drugs.com | monograph |
MedlinePlus | a682172 |
Pregnancy category |
|
Routes of administration | Oral, IM, depot injection (fluphenazine decanoate) |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 2.7% (Oral) |
Metabolism | unclear[1] |
Elimination half-life | IM 15 hours (HCL), 7-10 days (decanoate)[1] |
Excretion | Urine, faeces |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.000.639 |
Chemical and physical data | |
Formula | C22H26F3N3OS |
Molar mass | 437.523 g/mol |
3D model (JSmol) | |
SMILES
| |
InChI
| |
(verify) |
ସାଧରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଚଳପ୍ରଚଳ ସମସ୍ୟା (extrapyramidal symptoms/ movement problems), ନିଦୁଆ(ଶମନ) ଭାବ ଓ ଓଜନ ବୃଦ୍ଧି ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ସ୍ଥାୟୀ ଚଳପ୍ରଚଳ ଅସୁବିଧା , ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ ଓ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ମୂଖ୍ୟତଃ ଦେଖାଯାଏ । ବୟସ୍କ ଲୋକଙ୍କର ଡିମେନସିଆ ଯୋଗୁ ସାଇକୋସିସ ଦେଖାଯାଏ ଓ ଏହା ଫଳରେ ମୃତ୍ୟୁ ସଙ୍କଟ ବଢ଼ିଯାଏ । ପ୍ରୋଲାକ୍ଟିନ ସ୍ତର ବୃଦ୍ଧି ହେବା ଫଳରେ ଦୁଧ ତିଆରି ହୋଇଯାଏ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ନୁହେଁ । ଫେନିଥିଆଜିନ ଶ୍ରେଣୀର ଫ୍ଲୁଫେନାଜିନ ଏକ ମନୋବିକ୍ଷିପ୍ତରୋଧୀ ଔଷଧ । ଏହାର କାର୍ଯ୍ୟ ପ୍ରଣାଳୀ ସ୍ପଷ୍ଟ ନ ଥିଲେ ମଧ୍ୟ ଡୋପାମିନ ଆଣ୍ଟାଗୋନିସ୍ଟ ଭାବେ କାମ କରୁଥିବା ବିଶ୍ୱାସ କରାଯାଏ । [1]
ଫ୍ଲୁଫେନାଜିନ ପ୍ରଥମେ ସନ ୧୯୫୯ରେ ବ୍ୟବହୃତ ହେଲା । [2] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[3] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[1] ଗୋଟିଏ ରୋଗୀ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ଦୈନିକ ୦.୨୨ରୁ ୦.୪୨ଡଲାର ଖର୍ଚ୍ଚ ହୁଏ ।[1] ଦୀର୍ଘ କାର୍ଯ୍ୟକାରୀ ଔଷଧର ଇଞ୍ଜେକସନ ମୂଲ୍ୟ ୨୦୧୪ରେ ୦.୨୦ରୁ ୬.୨୦ଆମେରିକୀୟ ଡଲାର ଥିଲା । [4]