ବେଡାକୁଇଲିନ
From Wikipedia, the free encyclopedia
ବେଡାକୁଇଲିନ (ଇଂରାଜୀ ଭାଷାରେ Bedaquiline, ବିକ୍ରୟ ନାମ ସିରଟୁରୋ Sirturo) ଏକ ଔଷଧ ଯାହା ଯକ୍ଷ୍ମା ରୋଗର ଚିକିତ୍ସା ନିମନ୍ତେ ଦିଆଯାଏ ।[1] ମଲ୍ଟିଡ୍ରଗ ରେଜିସ୍ଟାଣ୍ଟ ଯକ୍ଷ୍ମା (multidrug-resistant tuberculosis ବା MDR-TB) ରୋଗରେ କୌଣସି ଔଷଧ କାମ ନ କରୁଥିଲେ ଏହି ଔଷଧ ଦିଆଯାଏ । ଅତି କମ୍ରେ ଅନ୍ୟ ତିନୋଟି ଯକ୍ଷ୍ମା ଔଷଧ (medications for tuberculosis) ସହିତ ଏହି ଔଷଧ ଦିଆଯାଏ ।[5][1] ଏହି ଔଷଧ ପାଟିରେ ଦିଆଯାଏ । [5]
Clinical data | |
---|---|
Trade names | Sirturo |
Synonyms | Bedaquiline fumarate,[1] TMC207,[2] R207910, AIDS222089 |
AHFS/Drugs.com | monograph |
data |
|
Pregnancy category |
|
Routes of administration | by mouth |
ATC code |
|
Legal status | |
Legal status |
|
Pharmacokinetic data | |
Protein binding | >99.9% [3] |
Metabolism | Liver, by CYP3A4[4] |
Elimination half-life | 5.5 months [4] |
Excretion | fecal[4] |
Identifiers | |
IUPAC name
| |
CAS Number | |
PubChem CID | |
ChemSpider | |
UNII | |
ChEBI | |
ChEMBL | |
Chemical and physical data | |
Formula | C32H31BrN2O2 |
Molar mass | 555.5 g/mol |
3D model (JSmol) | |
SMILES
| |
InChI
|
ଏହି ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଗଣ୍ଠି ଯନ୍ତ୍ରଣା (joint pains), ମୁଣ୍ଡବଥା ଓ ଛାତି ଯନ୍ତ୍ରଣା ହୋଇପାରେ । ସାଂଘାତିକ ପ୍ରତିକ୍ରିୟାରେ ଦୀର୍ଘ କ୍ୟୁଟି (QT prolongation) ହୁଏ, ଯକୃତ ସମସ୍ୟା, ଓ ମୃତ୍ୟୁ ସଙ୍କଟ ଅଧିକ ହୁଏ ।[1] ଗର୍ଭାବସ୍ତାରେ କ୍ଷତି ହେବା ଜଣାଯାଇନଥିଲେ ମଧ୍ୟ ଏହା ଉପରେ ଅଧିକ ଅନୁଶୀଳନ ହୋଇନାହିଁ ।[6] ଏହା ଡାଏରୀକୁଇନୋଲିନ ଆଣ୍ଟିମାଇକୋବ୍ୟାକ୍ଟେରିଆ (diarylquinoline antimycobacterial) ଶ୍ରେଣୀର ଔଷଧ । ମାଇକୋବ୍ୟାକ୍ଟେରିଅମ ଟ୍ୟୁବରକୁଲୋସିସ (M. tuberculosis) ଜୀବାଣୁର ଏଟିପି ପ୍ରସ୍ତୁତ କରିବା ଶକ୍ତିକୁ ଏହି ଔଷଧ ଅବରୋଧ କରେ ।[1]
ସନ ୨୦୧୨ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ବେଡାକୁଇଲିନ ସ୍ୱୀକୃତ ହେଲା ।[1] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[7] ଛଅ ମାସର ଔଷଧ ଖର୍ଚ୍ଚ ସ୍ୱଳ୍ପ ଆୟ ଦେଶମାନଙ୍କରେ ୯୦୦, ମଧ୍ୟମ ଆୟକାରୀ ଦେଶମାନଙ୍କରେ ୩୦୦୦ ଓ ଉଚ୍ଚ ଆୟକାରୀ ଦେଶମାନଙ୍କରେ ୩୦,୦୦୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[5]