ବ୍ରୋଙ୍କିଓଲାଇଟିସ ଓବଲିଟରାନ୍ସ
ଫୁସଫୁସର ରୋଗ / From Wikipedia, the free encyclopedia
ବ୍ରୋଙ୍କିଓଲାଇଟିସ ଓବଲିଟରାନ୍ସ (ଇଂରାଜୀ ଭାଷାରେ Bronchiolitis obliterans ବା ବିଓ/(BO) ରୋଗରେ ଫୁସଫୁସର କ୍ଷୁଦ୍ରତମ ବାୟୁନଳୀରେ (bronchioles) ପ୍ରଦାହ (inflammation) ହେବାଦ୍ୱାରା ବାୟୁ ଚଳାଚଳ ପଥ ଅବରୋଧ ହୋଇଯାଏ ।[1] ଏହି ରୋଗରେ ଶୁଖିଲା କାଶ ହୁଏ, ଛୋଟ ଶ୍ୱାସକ୍ରିୟା ହୁଏ, ହୁଇସିଲ ଶବ୍ଦ (wheezing) ଶୁଣାଯାଏ ଓ ଥକ୍କା ଲାଗେ (feeling tired) ।[1] ସପ୍ତାହ ଓ ମାସ ସମୟ କ୍ରମେ ଏହାର ଲକ୍ଷଣ ଅଧିକ ଖରାପ ହୁଏ । ଅର୍ଗାନାଇଜିଙ୍ଗ ନିମୋନିଆ (organizing pneumonia) ସହିତ ଏହାର ସମ୍ପର୍କ ନାହିଁ ।[3]
ବ୍ରୋଙ୍କିଓଲାଇଟିସ ଓବଲିଟରାନ୍ସ | |
---|---|
ଇଂରାଜୀ ଭାଷାରେ ପ୍ରତିଶବ୍ଦ obliterative bronchiolitis (OB),[1] constrictive bronchiolitis (CB),[2] bronchiolitis obliterans syndrome (BOS), popcorn lung | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | pulmonology[*] |
ଆଇସିଡ଼ି-୯-ସିଏମ୍ | 491.8 |
ରୋଗ ଡାଟାବେସ | 1704 |
MeSH | D001989 |
ପ୍ରଶ୍ୱାସରେ ବିଷାକ୍ତ ଧୁଆଁ ଗଲେ, ଶ୍ୱାସନଳୀ ସଂକ୍ରମଣ ଓ ସଂଯୋଜକ ତନ୍ତୁ ବେମାରୀ (connective tissue disorder) ଯୋଗୁ କିମ୍ବା ଅସ୍ଥି ମଜ୍ଜା (bone marrow) ଓ ହୃତ୍ପିଣ୍ଡ-ଫୁସଫୁସ ପ୍ରତିରୋପଣ (heart-lung transplant) ପରେ ଏହି ରୋଗ ହୁଏ । ବିଷାକ୍ତ ଧୁଆଂ ସଂସ୍ପର୍ଷ ବା ସଂକ୍ରମଣ ହେବାର ୨ରୁ ୮ ସପ୍ତାହ ମଧ୍ୟରେ ଲକ୍ଷଣ ଦେଖାଯାଇ ନ ପାରେ । ଏହି ରୋଗରେ ପ୍ରଦାହ ଯୋଗୁ ସ୍କାର ତନ୍ତୁ (scar tissue) ତିଆରି ହୋଇ ଶ୍ୱାସନଳୀ ଅବରୋଧ ହୁଏ । ସିଟି ସ୍କାନ (CT scan), ପଲମୋନାରି ଫଙ୍କସନ ଟେଷ୍ଟ (pulmonary function test) ବା ଫୁସଫୁସ ବାୟୋପ୍ସି (biopsy) ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[1] ସାଧା ଛାତି-ଏକ୍ସରେ ଅଧିକାଂଶ ସମୟରେ ସାଧାରଣ ଥାଏ ।[3]
ଚିକିତ୍ସାଦ୍ୱାରା ଏହି ରୋଗ ସୁସ୍ଥ ଅବସ୍ଥାକୁ ଆସେନାହିଁ କିନ୍ତୁ ଅଧିକ ଖରାପ ଦିଗକୁ ଯିବା ରୋକିହୁଏ । କର୍ଟିକୋସ୍ଟିରଏଡ (corticosteroids) ବା ଇମ୍ମ୍ୟୁନୋସପ୍ରେସିଭ ଔଷଧ immunosuppressive medication ସାହାଯ୍ୟରେ ଏହା ସମ୍ଭବପର ହୁଏ ।[1] ଫୁସଫୁସ ପ୍ରତିରୋପଣ (lung transplant) କରାଯାଇପାରେ । ଏହି ରୋଗର ଫଳାଫଳ ଅତି ଖରାଫ, ଲୋକମାନେ କିଛି ମାସରୁ କିଛି ବର୍ଷ ମଧ୍ୟରେ ମୃତ୍ୟୁ ବରଣ କରନ୍ତି ।[3]
ସାଧାରଣ ଜନତାଙ୍କ ମଧ୍ୟରେ ବ୍ରୋଙ୍କିଓଲାଇଟିସ ଓବଲିଟରାନ୍ସ କ୍ୱଚିତ ଦେଖାଯାଏ । ଫୁସଫୁସ ପ୍ରତିରୋପଣ କରାଯାଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୭୫% ଓ ଅନ୍ୟଠାରୁ ଆଣି ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଥିବା ଲୋକଙ୍କ ମଧ୍ୟରୁ ୧୦% ଲୋକଙ୍କର ଏହି ରୋଗ ହୁଏ । ସନ ୧୯୮୧ରେ ଏହି ରୋଗ ବିଷୟରେ ପ୍ରଥମେ ସବିଶେଷ ବର୍ଣ୍ଣନା କରାଯାଇଥିଲା ।[3] ଏହ ପୂର୍ବରୁ ସନ ୧୯୫୬ରେ ମଧ୍ୟ ଏହି ବିଷୟରେ ଲେଖାହୋଇଥିଲା ।[4]