ବ୍ୟାକ୍ଟେରୁରିଆ
ପରିସ୍ରାରେ ବ୍ୟାକ୍ଟେରିଆ ଥାଏ । / From Wikipedia, the free encyclopedia
ବ୍ୟାକ୍ଟେରୁରିଆ (Bacteriuria) ନାମ ପରିସ୍ରାରେ (urine) ବ୍ୟାକ୍ଟେରିଆ (bacteria) ଥିଲେ ଦିଆଯାଏ ।[2] ଏହି ରୋଗ ଦୁଇ ପ୍ରକାର ଦେଖାଯାଏ ଯଥା:- ଲକ୍ଷଣଯୁକ୍ତ ((symptomatic)) ଓ ଲକ୍ଷଣ ବିହୀନ ।[2][7] ପରିସ୍ରା ବିଶ୍ଳଷଣ (Urinalysis), ପରିସ୍ରା କଲଚର (urine culture) କରି ରୋଗ ନିର୍ଣ୍ଣୟ କରାଯାଏ ।[1] ସାଧାରଣତଃ ଏସ୍କେରିସିଆ କୋଲାଇ (Escherichia coli ବ୍ୟାକ୍ଟେରିଆ ଏହି ରୋଗର କାରଣ ଥାଏ ।[2] ଲୋକର ଲକ୍ଷଣ ନଥିଲେ ରୋଗ ପାଇଁ ପରୀକ୍ଷା କରିବା ଅନାବଶ୍ୟକ ।[1] ପ୍ରଦୂଷଣ (contamination) ସହିତ ଭେଦାତ୍ମକ ନିର୍ଣ୍ଣୟ କରାଯାଏ ।[2] ସୁସ୍ଥ ଲୋକର ପରିସ୍ରାରେ କେତେକ ରୋଗ ନକରିବା ଜୀବାଣୁ (non-disease causing bacteria) ରହିଥିବା ଦେଖାଯାଇପାରେ ।[8] ଏହି ଜୀବାଣୁ ଗୁଡ଼ିକ ମାନବ ଦେହରେ ସହାବସ୍ଥାନ (resident microbiota) କରିଥାଆନ୍ତି । [8]
ବ୍ୟାକ୍ଟେରୁରିଆ (Bacteriuria) | |
---|---|
Bacteruria | |
ବିଭାଗ | ଆଶୁ ଚିକିତ୍ସା (Emergency medicine), ସଂକ୍ରମକ ରୋଗ (infectious disease) |
ରୋଗ ନିର୍ଣ୍ଣୟ ପଦ୍ଧତି | ପରିସ୍ରା ବିଶ୍ଳଷଣ (Urinalysis), ପରିସ୍ରା କଲଚର (urine culture)[1] |
ସଠିକ ରୋଗ ନିର୍ଣ୍ଣୟ | Contamination[2] |
ଚିକିତ୍ସା | ଲକ୍ଷଣ ଅନୁସାରେ ବା ସଙ୍କଟ କାରକ ଅନୁସାରେ [3][1] |
ପୁନଃପୌନିକ | ଲକ୍ଷଣ ବିହୀନ: ୩% (ମଧ୍ୟମ ବୟସ୍କା ମହିଳା), ୫୦% ପର୍ଯ୍ୟନ୍ତ (ନର୍ସିଙ୍ଗ ହୋମରେ ଥିବା ମହିଳା)[4] ଲକ୍ଷଣଯୁକ୍ତ: ବାର୍ଷକ ୧୦% ମହିଳା [5][6] |
ଲକ୍ଷଣଯୁକ୍ତ ବ୍ୟାକ୍ଟେରୁରିଆ ରୋଗକୁ ଆଣ୍ଟିବାୟୋଟିକ (antibiotics) ଦେଇ ଚିକିତ୍ସା କରାଯାଏ ।[1] ଲକ୍ଷଣ ବିହୀନ ବ୍ୟାକ୍ଟେରୁରିଆ ଥିଲେ କୌଣସି ଚିକିତ୍ସାର ଆବଶ୍ୟକତା ନଥାଏ ।[3] ଗର୍ଭାବସ୍ଥା, ବୃକ୍କ ଟ୍ରାନ୍ସପ୍ଲାଣ୍ଟ (kidney transplant), କିଶୋର ପିଲାଙ୍କର ଭେସିକୋୟୁରେଟେରାଲ ରିଫ୍ଲକ୍ସ (vesicoureteral reflux) ଓ ଯୁବା ଶିଶୁଙ୍କର ମୂତ୍ରନଳୀ ପ୍ରଣାଳୀର (urinary tract) ଅପରେଶନ କରାଯାଉଥିଲେ ଏହାର ବ୍ୟତିକ୍ରମ କରାଯାଏ ।[3][1]
ଅନ୍ୟଥା ସୁସ୍ଥ ମଧ୍ୟ ବୟସ୍କା ମହିଳାଙ୍କ ମଧ୍ୟରୁ ୩% ମହିଳାଙ୍କର ଲକ୍ଷଣ ବିହୀନ ବ୍ୟାକ୍ଟେରୁରିଆ ହେବା ଦେଖାଯାଏ ।[4] ୫୦% ପର୍ଯ୍ୟନ୍ତ ଲକ୍ଷଣଯୁକ୍ତ ବ୍ୟାକ୍ଟେରୁରିଆ ପ୍ରାୟ ବାର୍ଷିକ ୧୦% ମହିଳାଙ୍କର ଓ ୪୦% ପୁରୁଷଙ୍କର ଦେଖାଯାଏ ।[4] ନର୍ସିଙ୍ଗ ହୋମରେ ଥିବା ମହିଳାଙ୍କର ଦୀର୍ଘସ୍ତାୟୀ ଇଣ୍ଡ୍ୱେଲିଙ୍ଗ କାଥେଟର (indwelling urinary catheter) ଲାଗିଥିଲେ ଏହି ବ୍ୟାକ୍ଟେରୁରିଆ ୧୦୦% ହୁଏ ।[4] ଯେ କୌଣସି ଗୋଟିଏ ବର୍ଷରେ ପ୍ରାୟ ୧୦% ମହିଳାଙ୍କର ମୂତ୍ରନଳୀ ସଂକ୍ରମଣ ଥାଏ ଓ ସେଥିରୁ ଅଧା ମହିଳାଙ୍କର ସାରା ଜୀବନରେ କେତେବେଳ ହେଲେ ଥରେ ସଂକ୍ରମଣ ହୋଇଥାଏ ।[5][6]