ଭାରତର ନୃତ୍ୟକଳା
From Wikipedia, the free encyclopedia
ଭାରତର ନୃତ୍ୟକଳା ଏକ ସର୍ବପୁରାତନ କାଳରୁ ଭିନ୍ନ ଭିନ୍ନ ଭାବ ଭଙ୍ଗୀରେ ସୃଷ୍ଟି ହୋଇ ଆସିଛି । ଭାରତୀୟ ନୃତ୍ୟକଳା ଓ ଏହାର ସ୍ଥାପତ୍ୟ ସର୍ବ ଜନସାଧାରଣମାନଙ୍କୁ ଏକତ୍ର କରି ରଖିପାରିଛି । ସମଗ୍ର ଭାରତ ବର୍ଷରେ କାହିଁ କେଉଁ ଯୁଗରୁ ଆଜି ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ନିଜ ନିଜ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ଯାଇ ସଂସ୍କୃତି ସମ୍ପନ୍ନ ନୃତ୍ୟକୁ ପରିବେଷଣ କରିଥାନ୍ତି । ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଏକତା ଓ ମାନସିକ ଶାନ୍ତି ଉଜ୍ଜୀବିତ ହୁଏ । ସମସ୍ତ ପ୍ରକାରର ପର୍ବପର୍ବାଣି, ଆଡମ୍ବର ଅନୁଷ୍ଠାନ ଏବଂ ମନର ଶାନ୍ତି ଭାବନାକୁ ଉଜ୍ଜୀବିତ କରି ରଖିବା ପାଇଁ ଲୋକମାନେ ନିଜ ନିଜ ସାଂସ୍କୃତିକ ଶୈଳୀରେ ନୃତ୍ୟ ପରିବେଷଣ କରିଥାନ୍ତି । ଏହାଦ୍ୱାରା ଧାର୍ମିକ , ସାଂସ୍କୃତିକ ଓ ଶାସ୍ତ୍ରୀୟ ନୃତ୍ୟର ମାର୍ଜନା ହୋଇଥାଏ ।