ଭାଲପ୍ରୋଏଟ
From Wikipedia, the free encyclopedia
ଭାଲପ୍ରୋଏଟ (ଭିପିଏ), ଅନ୍ୟ ନାମ ଭାଲପ୍ରୋଇକ ଏସିଡ, ସୋଡ଼ିଅମ ଭାଲପ୍ରୋଏଟ, ଓ ଡାଇଭାଲପ୍ରୋକ୍ସ, ଏକ ଔଷଧ ଯାହା ପ୍ରାଥମିକ ଭାବରେ ଏପିଲେପ୍ସି/ଅପସ୍ମାର ଓ ବାଇପୋଲାର ଡିଜଅର୍ଡ଼ର ରୋଗ ନିମନ୍ତେ ଦିଆଯାଏ ଓ ଅଧକପାଳି ମୁଣ୍ଡବଥା ପ୍ରତିଷେଧ ନିମନ୍ତେ ଦିଆଯାଏ ।[2] ଅପସ୍ମାର ବିହୀନ, ଆଂଶିକ ଅପସ୍ମାର ଓ ସର୍ବ ସାଧାରଣ ଅପସ୍ମାର ରୋଗମାନଙ୍କ ପ୍ରତିଷେଧ ନିମନ୍ତେ ଦିଆଯାଏ । ଏହା ଶିରାଭ୍ୟନ୍ତ ଇଞ୍ଜେକସନ ବା ପାଟିରେ ଦିଆଯାଏ । ଦୀର୍ଘକାଳୀନ କାର୍ଯ୍ୟକ୍ଷମ ଔଷଧ ମଧ୍ୟ ମିଳେ । [2]
Clinical data | |
---|---|
Trade names | Convulex, Depakote, Epilim, Stavzor, Vilapro |
Synonyms | 2-Propylvaleric acid |
AHFS/Drugs.com | monograph |
MedlinePlus | a682412 |
data |
|
Pregnancy category |
|
Routes of administration | Oral, intravenous |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | Rapid absorption |
Protein binding | 80-90%[1] |
Metabolism | Hepatic—glucuronide conjugation 30–50%, mitochondrial β-oxidation over 40% |
Elimination half-life | 9–16 hours[1] |
Excretion | Urine (30-50%)[1] |
Identifiers | |
IUPAC name
| |
CAS Number |
|
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
NIAID ChemDB | |
ECHA InfoCard | 100.002.525 |
Chemical and physical data | |
Formula | C8H16O2 |
Molar mass | 144.211 g/mol |
3D model (JSmol) | |
SMILES
| |
InChI
| |
(verify) |
ଅଇ, ବାନ୍ତି, ନିଦ୍ରାଳୁଭାବ ଓ ଶୁଷ୍କ୍କ ପାଟି ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇପାରେ । ଯକୃତ ସମସ୍ୟା ଭଳି ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ, ତେଣୁ ନିୟମିତ ଯକୃତ କାର୍ଯ୍ୟ ପରୀକ୍ଷା (liver fuction test) କରି ପର୍ଯ୍ୟବେକ୍ଷଣ କରାଯାଏ । ଅନ୍ୟ ସାଂଘାତିକ ସଙ୍କଟ ଅଗ୍ନାଶୟ ପ୍ରଦାହ ଓ ଆତ୍ମହତ୍ୟା ପ୍ରବଣତା ମଧ୍ୟ ଦେଖାଯାଏ । ଗର୍ଭାବସ୍ଥାରେ ଏହି ଔଷଧ ଦେଲେ ଶିଶୁର ସାଂଘାତିକ ସମସ୍ୟା ଦେଖାଯାଏ । ଏଥିଯୋଗୁ ଗର୍ଭଧାନ ବୟସରେ ଅଧକପାଳି ଥିଲେ ମଧ୍ୟ ଏହି ଔଷଧ ଦିଆଯାଏ ନାହିଁ । ଭାଲପ୍ରୋଏଟର କାର୍ଯ୍ୟ ପ୍ରଣାଳୀ ସ୍ପଷ୍ଟ ହୋଇନାହିଁ । [2]
ସନ ୧୮୮୧ରେ ପ୍ରଥମେ ଭାଲପ୍ରୋଏଟ ପ୍ରସ୍ତୁତ ହୋଇଥିଲେ ମଧ୍ୟ ସନ ୧୯୬୨ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଗଲା ।[3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[4] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[2] ଏହାର ଦୈନିକ ହୋଲସେଲ ଖର୍ଚ୍ଚ ୦.୧୪ରୁ ୦.୫୨ ଆମେରିକୀୟ ଡଲାର ।[5] ଆମେରିକାରେ ଏହାର ଦୈନନ୍ଦିନ ଖର୍ଚ୍ଚ ୦.୯୦ ଡଲାର । ଏହାର ଏକ ବ୍ୟବସାୟିକ ନାମ ଡାପାକୋଟ ।[2]