ଭେରିକୋଜ ଭେନ
ଶିରା ରୋଗ ଯେଉଁଥିରେ ଶିରା ସ୍ଫିତ ଓ ମୋଡ଼ି ହୋଇଯାଏ । / From Wikipedia, the free encyclopedia
ଭେରିକୋଜ ଭେନ (ଇଂରାଜୀ ଭାଷାରେ Varicose veins) ରୋଗ ଦେହରେ ଥିବା ଅଗଭୀର ଶିରାମାନଙ୍କର (en:superficial veins) ଏକ ରୋଗ ଯେଉଁଥିରେ ଶିରା ବଡ଼ ଓ ମୋଡ଼ି ହୋଇଯାଏ ।[2][1] ସାଧାରଣତଃ ଏହା ଗୋଡ଼ର ଚର୍ମ ତଳେ ଦେଖାଯାଏ ।[3] ସାଧାରଣତଃ ବିଶେଷ କିଛି ଲକ୍ଷଣ ପ୍ରକାଶ ପାଏନି କିନ୍ତୁ କେହି କେହି ଶିରାରେ ଯନ୍ତ୍ରଣା ଓ ପରିପୂର୍ଣ୍ଣତା ଅନୁଭବ କରିପାରନ୍ତି ।[2] ରୋଗ ଜଟିଳ ହେଲେ ରକ୍ତସ୍ରାବ ବା ସୁପରଫିସିଆଲ ଥ୍ରୋମ୍ବୋଫୋବାଇଟିସ (superficial thrombophlebitis) ହୋଇପାରେ ।[2][1] ଅଣ୍ଡକୋଷରେ (scrotum) ଏହି ରୋଗ ହେଲେ ତାହାକୁ ଭାରିକୋସିଲ (varicocele) କୁହାଯାଏ ଓ ମଳଦ୍ୱାର (anus) ଚାରିପାଖରେ ହେଲେ ଅର୍ଶ କୁହାଯାଏ ।[1]
ଭେରିକୋଜ ଭେନ | |
---|---|
ଉଚ୍ଚାରଣ |
|
ବିଭାଗ | ରକ୍ତନଳୀ ଶଲ୍ୟ ଚିକିତ୍ସା (Vascular surgery), ଚର୍ମରୋଗ ବିଜ୍ଞାନ (dermatology)[1] |
ଲକ୍ଷଣ | ନାସ୍ତି, ସ୍ଫିତ, ଯନ୍ତ୍ରଣା [2] |
ବିପଦ କାରକ | ମୋଟାପଣ, ବ୍ୟାୟାମ ଅଭାବ, ଗୋଡ଼ରେ ଆଘାତ ଓ ରୋଗର ପାରିବାରିକ ଇତିହାସ, ଗର୍ଭାବସ୍ଥା [3] |
ରୋଗ ନିର୍ଣ୍ଣୟ ପଦ୍ଧତି | ଶାରୀରିକ ପରୀକ୍ଷା[2] |
ସଠିକ ରୋଗ ନିର୍ଣ୍ଣୟ | ଆର୍ଟେରିଆଲ ଇନସଫିସିଏନ୍ସି (Arterial insufficiency), ପେରିଫେରାଲ ନିଉରାଇଟିସ (peripheral neuritis)[4] |
ଚିକିତ୍ସା | ଚିପା ମୋଜା (Compression stockings), ବ୍ୟାୟାମ, ସ୍କ୍ଲେରୋଥେରାପି (sclerotherapy), ଅପରେଶନ[2][3] |
Prognosis | ପୁନଃପୌନିକ [2] |
ପୁନଃପୌନିକ | ଅତି ସାଧାରଣ[3] |
ଏହାର କୌଣସି ନିର୍ଦ୍ଦିଷ୍ଟ କାରଣ ଜଣାଯାଇନାହିଁ ।[2] ମୋଟାପଣ, ବ୍ୟାୟାମ ଅଭାବ, ଗୋଡ଼ରେ ଆଘାତ ଓ ରୋଗର ପାରିବାରିକ ଇତିହାସ ଥିଲେ ଏହି ରୋଗ ସଙ୍କଟ ରହେ ।[3] ଗର୍ଭାବସ୍ଥାରେ ଏହା ଅଧିକ ଦେଖାଯାଏ ।[3] କ୍ୱଚିତ ଏହା କ୍ରନିକ ଭେନସ ଇନସଫିସିଏନ୍ସି (chronic venous insufficiency) ଯୋଗୁ ହୋଇପାରେ । [2] ଶିରା ମଧ୍ୟସ୍ଥ ଭଲ୍ଭ ସବୁ ଦୁର୍ବଳ ବା କ୍ଷତିଗ୍ରସ୍ଥ ହୋଇଥବା ଯୋଗୁ ଏହି ରୋଗ ହୁଏ ।[1] ଶାରୀରିକ ପରୀକ୍ଷା କରି ଓ ଅଲଟ୍ରାସାଉଣ୍ଡ (ultrasound) କରି ଏହା ନିର୍ଣ୍ଣୟ କାରାଯାଇପାରେ ।[2] ଅନ୍ୟ ପକ୍ଷରେ ଟେଲାଞ୍ଜିଏକ୍ଟାସିସ (spider veins) ରୋଗରେ କାପିଲାରି (capillaries) ପ୍ରଭାବିତ ହୋଇଥାଏ ଓ ତାହା ଆକାରରେ କ୍ଷୁଦ୍ର ଥାଏ ।[1][5]
ଭେରିକୋଜ ଭେନ ରୋଗର ଚିକିତ୍ସାରେ ଜୀବନଚର୍ଯ୍ୟାର ପରିବର୍ତ୍ତନ ଓ ଲକ୍ଷଣ ତଥା ଆକୃତିର ଉନ୍ନତି କରିବା ନିମନ୍ତେ ଚେଷ୍ଟା କରାଯାଏ ।[1] ଜୀବନଚର୍ଯ୍ୟାର ପରିବର୍ତ୍ତନ ନିମନ୍ତେ ବ୍ୟାୟାମ, ଗୋଡ଼ ଉପରକୁ ରଖିବା, ଓଜନ ହ୍ରାସ ଓ ଚିପା ମୋଜା (Compression stockings) ପିନ୍ଧିବାକୁ ଉପଦେଶ ଦିଆଯାଏ ।[1] ସ୍କ୍ଲେରୋଥେରାପି (sclerotherapy), ଲେଜର ଅପରେଶନ ଓ ଶିରା ସ୍ଟ୍ରିପିଙ୍ଗ ଇତ୍ୟାଦି ଅପରେଶନ କରାଯାଏ । [2][1] ଏପରି ଚିକିତ୍ସା ପରେ ମଧ୍ୟ ଆଉଥରେ ରୋଗ ଲେଉଟିପାରେ ।[2]
ଭେରିକୋଜ ଭେନ ଏକ ସାଧାରଣ ରୋଗ ଓ ପ୍ରାୟ ୩୦% ଲୋକ ଏହି ରୋଗର ଶିକାର ହୁଅନ୍ତି ।[3][6] ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହା ସାଧାରଣ ହୋଇଯାଏ ।[3] ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସଂଖ୍ୟା ଦୁଇ ଗୁଣ ଅଧିକ ରହେ ।[5] ସାରା ଇତିହାସରେ ଏହି ଭେରିକୋଜ ଭେନ ରୋଗର ବର୍ଣ୍ଣନା ଦେଖିବାକୁ ମିଳେ ଓ ଏହାର ଅପରେଶନ ଖ୍ରୀ:ପୂ: ୪୦୦ରୁ କରାଯାଇଆସୁଛି । [7]