ଲାନ୍ସୋପ୍ରାଜୋଲ
ରାସାୟିକ ଯୌଗିକ ପଦାର୍ଥ / From Wikipedia, the free encyclopedia
ଲାନ୍ସୋପ୍ରାଜୋଲ (ଇଂରାଜୀ ଭାଷାରେ Lansoprazole, ଏକ ବିକ୍ରୟ ନାମ ପ୍ରିଭାସିଡ/ Prevacid) ଏକ ଔଷଧ ଯାହା ଯାହା ପାକସ୍ଥଳୀର ଅମ୍ଳ (stomach acid) କମେଇଦିଏ ।[1] ଏହା ପେପଟିକ ଅଲସର ଡିଜିଜ (peptic ulcer disease), ଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ ଓ ଜୋଲିଞ୍ଜର ଏଲିସନସ ଡିଜିଜ (Zollinger–Ellison syndrome) ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।[2] ଅନ୍ୟାନ୍ୟ ପ୍ରୋଟୋନ ପମ୍ପ ଇନହିବିଟର ବା ପିପିଆଇ (proton pump inhibitors/ PPI) ଔଷଧ ସହ ସମତୁଲ ଭାବରେ କାମ କରେ ।[3] ଏହା ପାଟିରେ ଦିଆଯାଏ ।[1] ଏହାର ପ୍ରଭାବ କିଛି ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ଦୁଇ ଦିନ ପର୍ଯ୍ୟନ୍ତ ରହେ ।[1]
Clinical data | |
---|---|
Pronunciation | /lænˈsoʊprəzoʊl/ lan-SOH-prə-zohl |
Trade names | Prevacid, others |
AHFS/Drugs.com | monograph |
MedlinePlus | a695020 |
data |
|
Pregnancy category |
|
Routes of administration | by mouth, IV |
Drug class | proton pump inhibitor |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 80% or more |
Protein binding | 97% |
Metabolism | Liver (CYP3A4- and CYP2C19-mediated) |
Elimination half-life | 1–1.5 hours |
Excretion | Kidney and fecal |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.173.220 |
Chemical and physical data | |
Formula | C16H14F3N3O2S |
Molar mass | 369.363 g/mol |
3D model (JSmol) | |
Chirality | Racemic mixture |
SMILES
| |
InChI
| |
(verify) |
ଲାନ୍ସୋପ୍ରାଜୋଲର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ଉଦର ଯନ୍ତ୍ରଣା (abdominal pain) ଓ ଅଇ (nausea) ହୋଇପାରେ ।[1] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଓଷ୍ଟିଓପୋରୋସିସ, ଅଳ୍ପ ରକ୍ତ ମାଗନେସିଅମ (low blood magnesium), କ୍ଲସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ (Clostridium difficile infection) ଓ ନିମୋନିଆ ଆଦି ରୋଗ ହୋଇପାରେ ।[1] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହାର ନିରାପତ୍ତା ସନେହ ଜନକ ।[4] ପାକସ୍ଥଳୀର ପାରାଏଟାଲ ଜୀବକୋଷରେ (parietal cell) ଥିବା ହାଇଡ୍ରୋଜେନ ପୋଟାସିଅମ ଏଟିପେଜକୁ (H+/K+-ATPase) ଅବରୋଧ କରି ଏହା କାର୍ଯ୍ୟକ୍ଷମ ହୁଏ ।[1]
ଲାନ୍ସୋପ୍ରାଜୋଲ ସନ ୧୯୮୪ରେ ପେଟେଣ୍ଟ ହେବା ପରେ ସନ ୧୯୯୨ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[5] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[2] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୫ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । [2] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୫.୪୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[6] ସନ ୨୦୧୬ରେ ଏହାର ୪ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୧୪୧ ତମ ସ୍ଥାନରେ ଥଲା । [7]