ଲେମିଏରେ ସିଣ୍ଡ୍ରୋମ
ଏହା ଆଭ୍ୟନ୍ତରୀଣ ଜୁଗୁଲାର ଶିରାର ସଂକ୍ରମଣ ରୋଗ । / From Wikipedia, the free encyclopedia
ଲେମିଏରେ ସିଣ୍ଡ୍ରୋମ ରୋଗରେ ଆଭ୍ୟନ୍ତରୀଣ ଜୁଗୁଲାର ଶିରାର ସଂକ୍ରମଣ ହୁଏ ଯାହା ଏକ ପ୍ରକାର ସଂକ୍ରାମକ ଥ୍ରୋମ୍ବୋଫ୍ଲେବାଇଟିସ୍ ଅଟେ ।[2] ପ୍ରାରମ୍ଭିକ ଲକ୍ଷଣ ମଧ୍ୟରେ ଜ୍ୱର, ବେକ ଯନ୍ତ୍ରଣା ଏବଂ ବେକ ଫୁଲିବା ଦେଖାଯାଏ ।[1] [2] ସାଧାରଣତଃ ଯନ୍ତ୍ରଣା ଏବଂ ଫୁଲା ଏକପାଖିଆ ଏବଂ 'ଜ'ର (Jaw) କୋଣରେ ହୁଏ ।[2] ପରବର୍ତ୍ତୀ ଲକ୍ଷଣଗୁଡ଼ିକ ମଧ୍ୟରେ ନିମୋନିଆ, ପ୍ଲୁରାଲ୍ ପୂଜ, ସେପ୍ସିସ, ମସ୍ତିଷ୍କ ଆବସେସ ଏବଂ ସେପ୍ଟିକ ଏମ୍ବୋଲାଇହୋଇପାରେ ।[1] [2] ଜଟିଳତା ମଧ୍ୟରେ ସେପ୍ଟିକ୍ ଶକ୍, ଡିସସେମମିନେଟେଡ ଇଣ୍ଟ୍ରାଭାସ୍କୁଲାର୍ କୋଆଗୁଲେସନ ଏବଂ ଏଣ୍ଡ ଅର୍ଗାନ ବିଫଳତା ହୋଇପାରେ ।[2]
Lemierre syndrome | |
---|---|
Lemierre's syndrome,[1] postanginal septicemia,[1] necrobacillosis,[1] septic phlebitis of the internal jugular vein, postanginal sepsis secondary to oropharyngeal infection, Lemierre's disease | |
ବିଭାଗ | ENT surgery, infectious disease[1] |
ଲକ୍ଷଣ | Early: Fever, neck pain[1] Later: Pneumonia, pleural empyema, sepsis, brain abscess, septic emboli[1][2] |
ଆକ୍ରାନ୍ତ ସମୟ | 10 to 35 years old[2] |
କାରଣ | Throat infection due to Fusobacterium necrophorum[3] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms, medical imaging[1] |
ସଠିକ ରୋଗ ନିର୍ଣ୍ଣୟ | Throat infection, mononucleosis[2] |
ଚିକିତ୍ସା | Antibiotics, anticoagulation, surgery[3][1] |
ପୁନଃପୌନିକ | 1 to 6 per million people per year[1][3] |
ଜୀବାଣୁ ଫୁସୋବ୍ୟାକ୍ଟେରିୟମ୍ ନେକ୍ରୋଫୋରମ ହେତୁ ଏହା ସାଧାରଣତଃ ଏକ ଗଳା ସଂକ୍ରମଣରୁ ହୁଏ ।[3] ଫୁସୋବ୍ୟାକ୍ଟେରିୟମ୍ ନେକ୍ରୋଫୋରମ, ଷ୍ଟ୍ରେପଟୋକୋକାଇ, ଷ୍ଟାଫିଲୋକୋକାଇ ଏବଂ କ୍ଲେବସିଏଲା ନିମୋନି ।[1] ଅନ୍ତର୍ନିହିତ ପ୍ରଣାଳୀରେ ପାର୍ଶ୍ୱବର୍ତ୍ତୀ ଫାରିଞ୍ଜିଆଲ ସ୍ପେସରେ ସଂକ୍ରମଣ ବିସ୍ତାର ହୁଏ ।[2] ଲକ୍ଷଣ ଏବଂ ଅଲଟ୍ରାସାଉଣ୍ଡ କିମ୍ବା ସିଟି ସ୍କାନ ଉପରେ ରୋଗ ନିର୍ଣ୍ଣୟ ଆଧାରିତ ହୁଏ; ଯେହେତୁ କଲଚର ଫଳାଫଳ ପ୍ରାୟ ଏକ ସପ୍ତାହ ନେଇଥାଏ ।[1]
ଚିକିତ୍ସା ସାଧାରଣତଃ ପ୍ରାୟ ଦୁଇ ସପ୍ତାହ ଧରି ଆଣ୍ଟିବାୟୋଟିକ ଶିରାଭ୍ୟନ୍ତରରେ ଦିଆଯାଏ ଏବଂ ଆଉ ୬ ସପ୍ତାହ ପର୍ଯ୍ୟନ୍ତ ପାଟିରେ ଆଣ୍ଟିବାୟୋଟିକ ଦିଆଯାଇଥାଏ ।[3] ଆବସେସ ନିଷ୍କାସନ ପାଇଁ ଆଣ୍ଟିକୋଏଗୁଲେସନ୍ ଏବଂ ଅସ୍ତ୍ରୋପଚାର ଅନ୍ତର୍ଭୁକ୍ତ |କରାଯାଏ ।[3] [1] ଚିକିତ୍ସା ସହିତ ମୃତ୍ୟୁ ହେବାର ଆଶଙ୍କା ୫ରୁ ୧୮% ଅଟେ ।[2] ଆଣ୍ଟିବାୟୋଟିକ୍ ଉପଲବ୍ଧ ହେବା ପୂର୍ବରୁ ପ୍ରାୟ 2 ସପ୍ତାହ ମଧ୍ୟରେ ମୃତ୍ୟୁ ହେବାର ଆଶଙ୍କା ୯୦% ଥିଲା। [3] [1]
ଲେମିଏରେ ସିଣ୍ଡ୍ରୋମ ପ୍ରତିବର୍ଷ ୧-୬ ନିୟୁତ ଲୋକଙ୍କର ହୁଏ । [1] [3] ଯୁବ ବୟସ୍କ ପୁରୁଷମାନେ ସାଧାରଣତ ପ୍ରଭାବିତ ହୁଅନ୍ତି ।[1] ୧୯୩୬ ମସିହାରେ, ଆଣ୍ଡ୍ରେ ଲେମିରେ ୨୦ଟି ଘଟଣା ବିଷୟରେ ବର୍ଣ୍ଣନା କରିଥିଲେ ଯେଉଁଠାରେ ଗଳା ସଂକ୍ରମଣ ପରେ ସେପସିସ୍ ହୋଇଥିଲା। [4] [2]