ସର୍ଟ ବାୱେଲ ସିଣ୍ଡ୍ରୋମ
From Wikipedia, the free encyclopedia
ସର୍ଟ ବାୱେଲ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Short bowel syndrome ବା SBS ବା short gut) ଏକ ବେମାରୀ ଯେଉଁଥିରେ କାର୍ଯ୍ୟକ୍ଷମ କ୍ଷୁଦ୍ରାନ୍ତ୍ରର ଅଭାବ ଯୋଗୁ କୁପରିଶୋଷଣ/ମାଲଆବସର୍ପସନ (malabsorption) ହୁଏ ।[1] ଏହାର ମୂଖ୍ୟ ଲକ୍ଷଣ ତରଳ ଝାଡ଼ା ହେବା ଫଳରେ ନିର୍ଜଳନ (dehydration), ଅପପୁଷ୍ଟି (malnutrition) ଓ ଓଜନ ହାନୀ (weight loss) ହୁଏ । ଅନ୍ୟ ଲକ୍ଷଣ ମଧ୍ୟରେ ପେଟ ଭର୍ତ୍ତି ଥିବା ଲାଗେ, ଛାତି ଜ୍ୱାଳା (heartburn), ଥକ୍କା ଅନୁଭବ, ଲାକ୍ଟୋଜ ଇନଟୋଲେରାନ୍ସ (lactose intolerance) ଓ ଦୁର୍ଗନ୍ଧଯୁକ୍ତ ମଳ ଇତ୍ୟାଦି ଦେଖାଯାଏ । [2] ରୋଗ ଜଟିଳ ହେଲେ ଆନିମିଆ ଓ ବୃକ୍କ ପଥର ରୋଗ ହୋଇପାରେ । [3]
ସର୍ଟ ବାୱେଲ ସିଣ୍ଡ୍ରୋମ | |
---|---|
ଇଂରାଜୀ ପ୍ରତିଶବ୍ଦ - short gut syndrome, short gut, intestinal failure | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | gastroenterology[*] |
ଆଇସିଡ଼ି-୧୦ | K91.2{{{2}}}.{{{3}}} |
ଆଇସିଡ଼ି-୯-ସିଏମ୍ | 579.3 |
ରୋଗ ଡାଟାବେସ | 12026 |
ମେଡ଼ିସିନ-ପ୍ଲସ | 000237 |
ଇ-ମେଡ଼ିସିନ | med/2746 ped/2088 |
MeSH | D012778 |
ଅଧିକାଂଶ କ୍ଷେତ୍ରରେ କୌଣସି କାରଣ ବଶତଃ ଗୋଟିଏ ବଡ଼ ଖଣ୍ଡ କ୍ଷୁଦ୍ରାନ୍ତ୍ର ଅପରେଶନ କରି କାଢ଼ିଦିଆଗଲା ଏହି ରୋଗ ହୁଏ । [2] ବୟଃପ୍ରାପ୍ତ ଲୋକଙ୍କର କ୍ରନ୍ ରୋଗ ଓ ବଡ଼ପିଲାଙ୍କର ନେକ୍ରୋଟାଇଜିଙ୍ଗ ଏଣ୍ଟେରୋକୋଲାଇଟିସ (necrotising enterocolitis) ହେଲେ ଏହି ଅପରେଶନ ଦରକାର ହୁଏ । [3] ଜନ୍ମରୁ ଛୋଟ ଅନ୍ତନଳୀ ଥିଲେ ବା ଆଘାତପ୍ରାପ୍ତ ହେଲେ ମଧ୍ୟ ଏହି ପରିସ୍ଥିତି ଉପୁଜେ । [2] ସାଧାରଣତଃ ୨ମିଟରରୁ (୬.୬ ଫୁଟ) କମ ଅନ୍ତନଳୀ ଥିଲେ ଏହି ବେମାରୀ ହୁଏ । [1][2]
ନିର୍ଦ୍ଦିଷ୍ଟ ଖାଦ୍ୟ, ଔଷଧ ଓ ଅପରେଶନ କରି ଏହି ରୋଗର ଚିକିତ୍ସା କରାଯାଏ । ଓଆରଏସ, ଭିଟାମିନ, ଅଳ୍ପ ଖାଦ୍ୟ ଅଧିକ ଥର ଖାଇବା ଓ ଅଧିକ ଚର୍ବିଯୁକ୍ତ ଖାଦ୍ୟ ଏଡ଼େଇ ଏହାର ସମସ୍ୟା ସମାଧାନ କରାଯାଏ । ବେଳେବେଳେ ଶିରାଭ୍ୟନ୍ତର ଲାଇନରେ ପୋଷକ ଦିଆଯାଏ ଯାହାକୁ ପାରେଣ୍ଟେରାଲ ନ୍ୟୁଟ୍ରିସନ (parenteral nutrition) କୁହାଯାଏ । ଆଣ୍ଟିବାୟୋଟିକ, ଆଣ୍ଟାସିଡ, ଲୋପେରାମାଇଡ, ଟେଡୁଗ୍ଲୁଟାଇଡ (teduglutide) ଓ ଗ୍ରୋଥ ହରମୋନ (growth hormone) ଇତ୍ୟାଦି ଔଷଧ ଦିଆଯାଏ । ଅନ୍ତନଳୀ ପ୍ରତିରୋପଣ ସହ ଅନ୍ୟ କେତେକ ଅପରେଶନ କେତେକ ଲୋକଙ୍କୁ ସାହାଯ୍ୟ କରେ । [2]
ପ୍ରତିବର୍ଷ ପ୍ରାୟ ୩ ନିୟୁତ ଲୋକଙ୍କର ସର୍ଟ ବାୱେଲ ସିଣ୍ଡ୍ରୋମ ରୋଗ ହୁଏ । [2] କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ୧୫,୦୦୦ରୋଗୀ ଥିବା ହିସାବରୁ ଜଣାଯାଏ । [3] ୟୁରୋପିଆନ ମେଡିସିନ ଏଜେନ୍ସି (European Medicines Agency) ଏହି ରୋଗକୁ ବିରଳ ରୋଗ (rare disease) ଶ୍ରେଣୀଭୁକ୍ତ କରିଛନ୍ତି ।[4] ଅନ୍ତନଳୀର ପରିମାଣ ଓ ଏହାର ବୃହଦନ୍ତ୍ର ସହ ସଂଯୋଗ ଉପରେ ଚିକିତ୍ସା ଫଳାଫଳ ନିର୍ଭର କରେ ।[3]