ସିମ୍ଭାସ୍ଟାଟିନ୍
From Wikipedia, the free encyclopedia
ସିମ୍ଭାସ୍ଟାଟିନ୍, ବ୍ୟବସାୟୀକ ନାମ ଜୋକୋର, ଏକ ଲିପିଡ କମ କରିବା ଔଷଧ.[1] ଏହା ସହିତ ବ୍ୟାୟାମ, ଖାଦ୍ୟ ଓ ଓଜନ ହ୍ରାସ କରିବା ଆବଶ୍ୟକ । ଏହା ଉଚ୍ଚ ସଙ୍କଟାପନ୍ନ ହୃତ୍ପିଣ୍ଡ ସମସ୍ୟା କମେଇବାରେ ସାହାଯ୍ୟ କରେ । ଏହା ପାଟିରେ ଦିଆଯାଏ । [1]
Clinical data | |
---|---|
Pronunciation | /ˈsɪmvəstæt[invalid input: 'ɨ']n/ |
Trade names | Zocor, other |
AHFS/Drugs.com | monograph |
MedlinePlus | a692030 |
data |
|
Pregnancy category |
|
Routes of administration | Oral |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 5% |
Protein binding | 95% |
Metabolism | Hepatic (CYP3A4) |
Elimination half-life | 2 hours for simvastatin and 1.9 hours for simvastatin acid |
Excretion | Renal 13%, faecal 60% |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.115.749 |
Chemical and physical data | |
Formula | C25H38O5 |
Molar mass | 418.566 g/mol |
3D model (JSmol) | |
SMILES
| |
InChI
| |
(verify) |
ମାଂସପେଶୀ କ୍ଷୟ, ଯକୃତ ସମସ୍ୟା ଓ ବର୍ଦ୍ଧିତ ରକ୍ତ ଶର୍କରା ଇତ୍ୟାଦି ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇପାରେ । କୋଷ୍ଠକାଠିନ୍ୟ, ମୁଣ୍ଡବଥା ଓ ଅଇ ଇତ୍ୟାଦି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖାଯାଏ । ବୃକ୍କ ସମସ୍ୟା ଥିଲେ ଏହାର ଡୋଜ କମ କରିବାକୁ ପଡ଼େ ।[1] ଗର୍ଭାବସ୍ଥାରେ ଏହା ଦେଲେ ଶିଶୁର କ୍ଷତି ହେବା ପ୍ରମାଣ ମିଳିଛି ।[1][2] ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଏହା ଦେବା ନିଷିଦ୍ଧ । ଏହା ସ୍ଟାଟିନ ଶ୍ରେଣୀର ଔଷଧ ଯାହା ଯକୃତଦ୍ୱାରା ପ୍ରସ୍ତୁତ ହେଉଥିବା କୋଲେସ୍ଟେରଲ ତିଆରି କମ କରିଦିଏ । [1]
ସିମ୍ଭାସ୍ଟାଟିନ୍ ଔଷଧ ମର୍କ କମ୍ପାନୀଦ୍ୱାରା ପ୍ରସ୍ତୁତ ହୋଇ ସନ ୧୯୬୨ରେ ବ୍ୟବହୃତ ହେଲା ।[3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[4] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ । [1] ସନ ୨୦୧୪ରେ ଏହାର ଦୈନିକ ହୋଲସେଲ ଖର୍ଚ୍ଚ ୦.୦୧ରୁ ୦.୧୨ ଆମେରିକୀୟ ଡଲାର ଥିଲା । [5] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଦୈନିକ ଖର୍ଚ୍ଚ ୦.୫୦ରୁ ୧.୦୦ ଡଲାର ।[1] ଏହା ଏକ ପ୍ରକାର ଫିମ୍ପି ବା ଫଙ୍ଗସ୍ ଆସପରଜିଲସ ଟେରିଅସରୁ ପ୍ରସ୍ତୁତ ହୁଏ । [3]