ସ୍କ୍ୱାମସ ସେଲ ଚର୍ମ କର୍କଟ
ଏହା ଏକ ମୁଖ୍ୟ ଚର୍ମ କର୍କଟ ରୋଗ । / From Wikipedia, the free encyclopedia
ସ୍କ୍ୱାମସ ସେଲ ଚର୍ମ କର୍କଟ, ଅନ୍ୟ ନାମ କ୍ୟୁଟାନିଅସ ସ୍କ୍ୱାମସ ସେଲ କାର୍ସିନୋମା ବା ସିଏସସିସି (Squamous-cell skin cancer or Cutaneous squamous cell carcinoma or cSCC) ସହିତ ବାସାଲ ସେଲ କାର୍ସିନୋମା ଓ ମେଲାନୋମା ରୋଗ ଗୁଡ଼ିକ ମୂଖ୍ୟ ଚର୍ମ କର୍କଟ ରୋଗ ଭାବରେ ପରିଚିତ ।[10] ଏହା କାତିମୟ ପୃଷ୍ଠ ଥିବା ଏକ ଗୋଟାଳି ଆକାରରେ ଦେଖାଯାଏ ଓ ଏହା ଉପରେ ଏକ ଘାଆ (ulcer) ମଧ୍ୟ ହୋଇପାରେ ।[1] ମାସାଧିକ କାଳ ରହିବା ପରେ ଏହା ଜଣାଯାଏ ।[4] ବାସାଲ ସେଲ କର୍କଟ ରୋଗ ଅପେକ୍ଷା ଏହି ସ୍କ୍ୱାମସ ସେଲ ଚର୍ମ କର୍କଟରେ ଅଧିକ ବିସ୍ଥାପନ (spread to distant areas) ଦେଖାଯାଏ ।[11]
ସ୍କ୍ୱାମସ ସେଲ ଚର୍ମ କର୍କଟ (Squamous cell skin cancer) | |
---|---|
କ୍ୟୁଟାନିଅସ ସ୍କ୍ୱାମସ ସେଲ କାର୍ସିନୋମା ବା ସିଏସସିସି (Cutaneous squamous cell carcinoma or cSCC), ଏପିଡର୍ମଏଡ କାର୍ସିନୋମା (epidermoid carcinoma), ସ୍କ୍ୱାମସ ସେଲ ଏପିଥେଲିଓମା (squamous cell epithelioma) | |
ବିଭାଗ | ଚର୍ମରୋଗ ବିଜ୍ଞାନ (Dermatology), ପ୍ଲାସ୍ଟିକ ସର୍ଜରି (plastic surgery), କର୍ଣ୍ଣ ନାସା ଗଳା ବିଭାଗ otorhinolaryngology |
ଲକ୍ଷଣ | ଶକ୍ତ ଗୋଟାଳି ଉପରେ ଘାଆ (ulceration) ଥାଏ । [1] |
ବିପଦ କାରକ | ଫିକା ଚର୍ମ (Light skin), ଅଲଟ୍ରାଭାୟୋଲେଟ ରଶ୍ମୀ (ultraviolet light), ରାଡିଏସନ ଥେରାପି (radiation therapy), ଆର୍ସେନିକ (arsenic), ଆକ୍ଟିନିକ କେରାଟୋସିସ actinic keratosis, ସ୍ୱଳ୍ପ ଇମ୍ମ୍ୟୁନ ସିସ୍ଟମ କ୍ରିୟା poor immune system function, ଏଚପିଭି ସଂକ୍ରମଣ HPV infection[2] |
ରୋଗ ନିର୍ଣ୍ଣୟ ପଦ୍ଧତି | ତନ୍ତୁ ବାୟୋପ୍ସି (Tissue biopsy)[2][3] |
ସଠିକ ରୋଗ ନିର୍ଣ୍ଣୟ | କେରାଟୋକାନ୍ଥୋମା (Keratoacanthoma), ଆକ୍ଟିନିକ କେରାଟୋସିସ en:actinic keratosis, ମେଲାନୋମା, ଭାତୁଡ଼ି, ବାସାଲ ସେଲ କାର୍ସିନୋମା[4] |
ପ୍ରତିକାର | କମ୍ ଅଲଟ୍ରାଭାୟୋଲେତ ସଂସ୍ପର୍ଶ (UV radiation), ସନସ୍କ୍ରିନ (sunscreen)[5][6] |
ଚିକିତ୍ସା | ଅପରେଶନ ନିଷ୍କାସନ, ରାଡିଏସନ ଥେରାପି (radiation therapy), କେମୋଥେରାପି (chemotherapy)[2][7] |
Prognosis | ସାଧାରଣତଃ ଉତ୍ତମ[5] |
ପୁନଃପୌନିକ | ୨.୨ ନିୟୁତ (୨୦୧୫)[8] |
ମୃତ୍ୟୁ ସାନ୍ଦ୍ରତା | ୫୧,୯୦୦ (୨୦୧୫)[9] |
ସୂର୍ଯ୍ୟ ରଶ୍ମୀରୁ ଆସୁଥିବା ଅଲଟ୍ରାଭାୟୋଲେଟ ରଶ୍ମୀ (ultraviolet light) ଏହି ରୋଗ ସଙ୍କଟ ସୃଷ୍ଟିର କରେ ।[2] ଶୁଖିଯାଇଥିବା ଦାଗ, କ୍ରନିକ ଘାଆ, ଫିକା ଚର୍ମ (Light skin), ଅଲଟ୍ରାଭାୟୋଲେଟ ରଶ୍ମୀ (ultraviolet light), ରାଡିଏସନ ଥେରାପି (radiation therapy), ଆର୍ସେନିକ (arsenic), ଆକ୍ଟିନିକ କେରାଟୋସିସ (actinic keratosis), ସ୍ୱଳ୍ପ ଇମ୍ମ୍ୟୁନ ସିସ୍ଟମ କ୍ରିୟା (poor immune system function), ଏଚପିଭି ସଂକ୍ରମଣ (HPV infection) ଆଦି ଥିଲେ ଏହି ରୋଗ ସଙ୍କଟ ରହେ ।[2][12] ମୋଟ ଅଲଟ୍ରାଭାୟୋଲେଟ ରଶ୍ମୀ ସଂସ୍ପର୍ଶ ପରିମାଣ ଅନୁସାରେ ଏହି ସଙ୍କଟ ରହେ ।[13] ଅଲଟ୍ରାଭାୟୋଲେଟ ରଶ୍ମୀର ଏକ ନୂତନ ସ୍ରୋତ ଭାବରେ ଟାନିଙ୍ଗ ବେଡ (Tanning beds) ପରିଚିତ ହୋଇଛି ।[13] ମନୁଷ୍ୟ ଚର୍ମରେ (skin|) ଥିବା ସ୍କ୍ୱାମସ ସେଲରୁ ଏହାର ସୃଷ୍ଟି ହୁଏ ।[14] ଚର୍ମ ପରୀକ୍ଷା ଓ ତନ୍ତୁ ବାୟୋପ୍ସି (tissue biopsy) କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[2][3]
ସ୍କ୍ୱାମସ ସେଲ ଚର୍ମ କର୍କଟ ରୋଗରୁ ମୁକ୍ତି ପାଇବା ନିମନ୍ତେ ସନସ୍କ୍ରିନ (sunscreen) ବ୍ୟବହାର ଓ ଅଲଟ୍ରାଭାୟୋଲେତ ରଶ୍ମୀ ସଂସ୍ପର୍ଶରୁ ଦୂରରେ ରହିବା ଆବଶ୍ୟକ ।[5][6] ଅପରେଶନ କରି ଏହା ନିଷ୍କାସିତ କରାଯାଏ ।[2] ରୋଗ ଆକାର ଛୋଟ ଥିଲେ ମୋହସ୍ ଅପରେଶନ ( Mohs surgery) କରିବାକୁ ସୁପାରିସ କରାଯାଏ ।[2] ଏହା ବ୍ୟତୀତ କ୍ରାୟୋଅପରେଶନ (application of cold) ଓ ରାଡିଏସନ ଥେରାପି (radiation therapy) ମଧ୍ୟ କରାଯାଏ ।[7] ରୋଗ ବିସ୍ଥାପିତ ହୋଇଥିଲେ କେମୋଥେରାପି (chemotherapy) ବା ବାୟୋଲୋଜିକ ଥେରାପି (biologic therapy) ଦିଆଯାଇପାରେ । [7]
ସନ ୨୦୧୫ରେ ପ୍ରାୟ ୨.୨ ନିୟୁତ ଲୋକ ଯେ କୌଣସି ସମୟରେ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ।[8] ସମୁଦାୟ ଚର୍ମ କର୍କଟ ରୋଗର ୨୦% ଏହି ରୋଗ ଥାଏ । [15] ଯୁକ୍ତରାଷ୍ଟ୍ର ଆମେରିକାରେ ୧୨% ମହିଳା ଓ ୭% ପୁରୁଷ ଏହି ରୋଗରେ ପୀଡ଼ିତ ଥିଲେ ।[2] ଏହାର ପୂର୍ବାନୁମାନ ଭଲ ଥିଲେ ମଧ୍ୟ ବିସ୍ଥାପିତ ରୋଗ ଥିଲେ ୩୪ % ରୋଗୀଙ୍କର ଆୟୁଷ ପ୍ରାୟ ୫ ବର୍ଷ (five-year survival) ରହେ । [4][5] ସାରା ପୃଥିବୀରେ ଏହି ରୋଗ ଯୋଗୁ ସନ ୨୦୧୫ରେ ୫୧,୯୦୦ ଲୋକ ମୃତ୍ୟୁ ବରଣ କରିଥିଲେ ।[9] ରୋଗ ନିର୍ଣ୍ଣୟ କରିବାବେଳକୁ ବୟସ ୬୬ ବର୍ଷ ଥାଏ ।[4] ସଫଳ ଚିକିତ୍ସା ପରେ ମଧ୍ୟ ପୁନର୍ବାର ଏହି ରୋଗ ସଙ୍କଟ ରହେ ।[2]