ସ୍ପାଇନାଲ ସ୍ଟେନୋସିସ
ମେରୁଅସ୍ଥି ନଷ୍ଟ ହୁଏ, ସ୍ପର ତିଆରି ହୁଏ, ଡିସ୍କ କ୍ଷୟ ହୁଏ ବା ଗଣ୍ଠି ବନ୍ଧନୀ ମୋଟା ହେବାଦ୍ୱାରା ସ୍ପାଇନାଲ କେନା / From Wikipedia, the free encyclopedia
ସ୍ପାଇନାଲ ସ୍ଟେନୋସିସ (ଇଂରାଜୀ ଭାଷାରେ Spinal stenosis) ଏକ ରୋଗ ଯେଉଁଥିରେ ସ୍ପାଇନାଲ କେନାଲ ବା ନିଉରାଲ ଫୋରାମେନ (neural foramen) ସରୁ (abnormal narrowing) ହୋଇଯିବା ଫଳରେ ସୁଷୁମ୍ନା କାଣ୍ଡ (spinal cord) ଓ ସ୍ନାୟୁ (nerve roots) ଉପରେ ଚାପ ପଡ଼େ ।[6] ଯନ୍ତ୍ରଣା, କାଲୁଆ (numbness) ଓ ବାହୁ ବା ଗୋଡ଼ର ଦୁର୍ବଳତା ଆଦି ଲକ୍ଷଣ ଦେଖାଯାଏ ।[1] ଧୀରେ ଧୀରେ ଆରମ୍ଭ ହୁଏ ଓ ଆଗକୁ ନଇଁଗଲେ ଅଧିକ କଷ୍ଟ ହୁଏ ।[1] ରୋଗ ସାଂଘାତିକ ହେଲେ ଅନିୟନ୍ତ୍ରିତ ମୂତ୍ରାଶୟ (Loss of bladder control), ଅନିୟନ୍ତ୍ରିତ ମଳାଶୟ (loss of bowel control) ଓ ଯୌନକ୍ରିୟା ହାନୀ (sexual dysfunction) ହୁଏ ।[1]
ସ୍ପାଇନାଲ ସ୍ଟେନୋସିସ (Spinal stenosis) | |
---|---|
ବିଭାଗ | ଅସ୍ଥିଶଲ୍ୟ ବିଜ୍ଞାନ (Orthopedics), ସ୍ନାୟୁଶଲ୍ୟ ବିଜ୍ଞାନ (neurosurgery) |
ଲକ୍ଷଣ | ଯନ୍ତ୍ରଣା, କାଲୁଆ (numbness) ଓ ବାହୁ ବା ଗୋଡ଼ର ଦୁର୍ବଳତା [1] |
ଆକ୍ରାନ୍ତ ସମୟ | କ୍ରମିକ[1] |
କାରଣ | ଓଷ୍ଟିଓଆର୍ଥ୍ରାଇଟିସ, ରିଉମାଟଏଡ ଆର୍ଥ୍ରାଇଟିସ, ସ୍ପାଇନାକ ଟ୍ୟୁମର (spinal tumors), ଆଘାତ, ହାଡ଼ର ପାଜେଟ ଡିଜିଜ (Paget's disease of the bone), ସ୍କୋଲିଓସିସ, ସ୍ପୋଣ୍ଡିଲୋଲିସଥେସିସ (spondylolisthesis), ଆକଣ୍ଡ୍ରୋପ୍ଲାସିଆ[2] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଓ ମେଡିକାଲ ଇମେଜିଙ୍ଗ (medical imaging)[3] |
ସଠିକ ରୋଗ ନିର୍ଣ୍ଣୟ | କଡା ଇକୁଇନା ସିଣ୍ଡ୍ରୋମ, ଓଷ୍ଟିଓମାୟେଲାଇଟିସ, ପେରିଫେରାଲ ଭାସ୍କୁଲାର ଡିଜିଜ (peripheral vascular disease), ଫାଇବ୍ରୋମ୍ୟାଲ୍ଜିଆ[4] |
ଔଷଧ | ଏନଏସଏଆଇଡି (NSAIDs), ପାରାସେଟାମୋଲ, ସ୍ଟିରଏଡ ଇଞ୍ଜେକସନ (steroid injections)[5] |
ଚିକିତ୍ସା | ଔଷଧ, ବ୍ୟାୟାମ, ପିଠି ବ୍ରେସ, ଅପରେଶନ [6] |
ପୁନଃପୌନିକ | ୮% ଲୋକ [3] |
ଓଷ୍ଟିଓଆର୍ଥ୍ରାଇଟିସ, ରିଉମାଟଏଡ ଆର୍ଥ୍ରାଇଟିସ, ସ୍ପାଇନାକ ଟ୍ୟୁମର (spinal tumors), ଆଘାତ, ହାଡ଼ର ପାଜେଟ ଡିଜିଜ (Paget's disease of the bone), ସ୍କୋଲିଓସିସ, ସ୍ପୋଣ୍ଡିଲୋଲିସଥେସିସ (spondylolisthesis), ଆକଣ୍ଡ୍ରୋପ୍ଲାସିଆ ଭଳି ଜେନେଟିକ ରୋଗ ଥିବା କାରଣଯୋଗୁ ଏହି ରୋଗ ସୃଷ୍ଟି ହୁଏ ।[2] ତିନି ପ୍ରକାର ଏହାର ବର୍ଗୀକରଣ କରାଯାଏ ଯଥା:- ସର୍ଭାଇକାଲ ସ୍ଟେନୋସିସ, ଲମ୍ବର ସ୍ପାଇନାଲ ସ୍ଟେନୋସିସ ଓ ଥୋରାସିକ ଭର୍ଟିବ୍ରା ସ୍ଟେନୋସିସ (thoracic ।[7] ଲମ୍ବର ସ୍ଟେନୋସିସ ଏକ ସାଧାରଣ ରୋଗ ଓ ତା ପଛକୁ ସର୍ଭାଇକାଲ ସ୍ଟେନୋସିସ ସାଧାରଣ ରୋଗ । [7] ଲକ୍ଷଣ ଓ ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[3]
ଔଷଧ, ବ୍ୟାୟାମ, ପିଠି ବ୍ରେସ (bracing|), ଅପରେଶନ ସାହାଯ୍ୟରେ ଏହି ରୋଗର ଚିକତ୍ସା କରାଯାଏ ।[6] ଏନଏସଏଆଇଡି (NSAIDs), ପାରାସେଟାମୋଲ, ସ୍ଟିରଏଡ ଇଞ୍ଜେକସନ (steroid injections) ଇତ୍ୟାଦି ଔଷଧ ଦିଆଯାଏ ।[5] ଶକ୍ତିବର୍ଦ୍ଧକ ଓ ଭିଡ଼ିବା ବ୍ୟାୟାମ ଉପକାରରେ ଆସେ ।[1] କେତେକ କାର୍ଯ୍ୟ କମ୍ କରିବାକୁ ଉପଦେଶ ଦିଆଯାଏ ।[6] ଏ ସମସ୍ତ ଚିକିତ୍ସା ଫଳପ୍ରଦ ନହେଲେ ଡିକମ୍ପ୍ରେସିଭ ଲାମିନେକ୍ଟୋମି (decompressive laminectomy) ଅପରେଶନ କରାଯାଇପାରେ ।[5]
ଜନସଂଖ୍ୟାର ପ୍ରାୟ ୮% ଲୋକଙ୍କର ଏହି ରୋଗ ହୁଏ । [3] ପଚାଶ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କୁ ଏହି ରୋଗ ହୁଏ ।[8] ପୁରୁଷ ଓ ମହିଳାମାନେ ସମ ଭାବରେ ଆକ୍ରାନ୍ତ ହୁଅନ୍ତି । [9] ପ୍ରଥମେ ଆଣ୍ଟଏନ ପୋର୍ଟାଲ (Antoine Portal) ଏହି ରୋଗର ଆଧୁନିକ ବର୍ଣ୍ଣନା ସନ ୧୮୦୩ରେ କରିଥିଲେ ।[10] ପୁରାତନ ମିଶର (Ancient Egypt) ରାଜ୍ୟରେ ଏହି ରୋଗ ଥିବାର ପ୍ରମାଣ ମିଳୁଛି ।[10]