ଯୁକ୍ତରାଜ୍ୟ
From Wikipedia, the free encyclopedia
ଗ୍ରେଟ୍ ବ୍ରିଟେନ୍ ଓ ଉତ୍ତର ଆୟାର୍ଲ୍ଯାଣ୍ଡ୍ର ଯୁକ୍ତରାଜ୍ୟ,[15] [note 12] ବା ସାଧାରଣ ଭାବେ ଯୁକ୍ତରାଜ୍ୟ ଇଉରୋପୀୟ ମୂଳ ଭୂଖଣ୍ଡର ପଶ୍ଚିମ ଉପକୂଳରେ ଅବସ୍ଥିତ ଏକ ସାର୍ବଭୌମ ରାଷ୍ଟ୍ର ବା ରାଷ୍ଟ୍ରସଂଘ । ଯୁକ୍ତରାଜ୍ୟ ମଧ୍ୟରେ ଗ୍ରେଟ ବ୍ରିଟେନ ଦ୍ୱୀପ, ଆୟରଲ୍ୟାଣ୍ଡ ଦ୍ୱୀପର ଉତ୍ତରପୂର୍ବ ଭାଗ ଏବଂ ଅନେକ ଛୋଟ ଦ୍ୱୀପ ଅନ୍ତର୍ଭୁକ୍ତ ।[16] ଉତ୍ତର ଆୟରଲ୍ୟାଣ୍ଡ୍ ଓ ଆୟରଲ୍ୟାାଣ୍ଡ୍ ସାଧାରଣତନ୍ତ୍ର ମଝିରେ ସ୍ଥଳ ସୀମା ରହିଛି । ଏହାଛଡ଼ା ଯୁକ୍ତରାଜ୍ୟକୁ ଆଟଲାଣ୍ଟିକ ମହାସାଗର ଘେରିରହିଛି । ଏହାର ପୂର୍ବରେ ଉତ୍ତର ସମୁଦ୍ର, ଦକ୍ଷିଣରେ ଇଂରାଜୀ ପ୍ରଣାଳୀ ଏବଂ ଦକ୍ଷିଣ-ପଶ୍ଚିମରେ କେଲଟିକ ସାଗର ରହିଛି । ଏହାର ବେଳା ବିଶ୍ୱର ୧୨ତମ ଦୀର୍ଘ ଉପକୂଳ । ଆଇରିସ ସାଗର ଗ୍ରେଟ ବ୍ରିଟେନ ଏବଂ ଆୟରଲ୍ୟାଣ୍ଡକୁ ଅଲଗା କରିଥାଏ । ଯୁକ୍ତରାଜ୍ୟର ମୋଟ କ୍ଷେତ୍ରଫଳ ୨,୪୦,୦୦୦ ବର୍ଗ କି.ମି. ।
ବୃହତ୍ ବ୍ରିଟେନୀୟ ତଥା ଉତ୍ତର ଆୟାର୍ଲ୍ଯାଣ୍ଡୀୟ ଯୁକ୍ତରାଜ୍ୟ | |||||
---|---|---|---|---|---|
| |||||
March: Himno de Cantabria | |||||
ଛାଞ୍ଚ:Switcher Location of the ଯୁକ୍ତରାଜ୍ୟ (dark green) in Europe (dark grey) | |||||
ରାଜଧାନୀ | London 51°30′N 0°7′W | ||||
ବୃହତ୍ତମ ସହର | capital | ||||
Official language and national language | English | ||||
Recognised regional or minority languages[note 4] |
| ||||
ଜାତି (2011) |
| ||||
ଧର୍ମ |
| ||||
ଜାତୀୟତା |
| ||||
Constituent countries |
| ||||
Government | Unitary parliamentary constitutional monarchy | ||||
• Monarch | Charles III | ||||
• Prime Minister | Rishi Sunak | ||||
ବିଧାନ ମଣ୍ଡଳ | Parliament | ||||
• ଉଚ୍ଚ ସଦନ | House of Lords | ||||
• ନିମ୍ନ ସଦନ | House of Commons | ||||
Formation | |||||
• Laws in Wales Acts | 1535 and 1542 | ||||
• Union of the Crowns under James VI and I | 24 March 1603 | ||||
• Acts of Union of England and Scotland | 1 May 1707 | ||||
• Acts of Union of Great Britain and Ireland | 1 January 1801 | ||||
• Irish Free State Constitution Act | 5 December 1922 | ||||
1 January 1973 | |||||
• Withdrawal from the European Union | 31 January 2020 | ||||
କ୍ଷେତ୍ରଫଳ | |||||
• ମୋଟ | 242,495 km2 (93,628 sq mi)[8] (78th) | ||||
• ଜଳଭାଗ (%) | 1.34 | ||||
ଲୋକସଂଖ୍ୟା | |||||
• 2019 estimate | 67,545,757[9] (22nd) | ||||
• 2011 census | 63,182,178[10] (22nd) | ||||
• ଘନତା | 270.7/km2 (701.1/sq mi) (50th) | ||||
ମୋଟ ଘରୋଇ ଉତ୍ପାଦ (ସମତୁଲ୍ୟ କ୍ରୟଶକ୍ତି) | 2019 estimate | ||||
• ମୋଟ | $3.128 trillion[11] (9th) | ||||
• ମୁଣ୍ଡପିଛା | $46,781[11] (26th) | ||||
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ) | 2019 estimate | ||||
• ମୋଟ | $2.829 trillion[11] (6th) | ||||
• ମୁଣ୍ଡପିଛା | $42,310[11] (20th) | ||||
ଜିନି ଗୁଣାଙ୍କ (2017) | 33.1[12] medium · 33rd | ||||
ମାନବ ବିକାଶ ସୂଚନାଙ୍କ (2017) | 0.922[13] very high · 14th | ||||
ମୁଦ୍ରା | Pound sterling[note 7] (GBP) | ||||
ସମୟ ମଣ୍ଡଳ | UTC (Greenwich Mean Time, WET[note 8]) | ||||
• Summer (DST) | UTC+1 (British Summer Time, WEST) | ||||
ତାରିଖ ସଜାଣି | dd/mm/yy yyyy-mm-dd (AD)[14] | ||||
ଇଲେକ୍ଟ୍ରିସିଟି | 230 V–50 Hz | ||||
ରାସ୍ତା ଚାଲିବା ପାଖ | left[note 9] | ||||
ଟେଲିଫୋନ କୋଡ଼ | +44[note 10] | ||||
Internet TLD | .uk[note 11] |
ଯୁକ୍ତରାଜ୍ୟ ଏକ ଏକକ ସଂସଦୀୟ ଗଣତନ୍ତ୍ର ଏବଂ ସାମ୍ବିଧାନିକ ଏକତନ୍ତ୍ର ।[note 13][17][18] ଏହାର ଏକତନ୍ତ୍ରୀ ହେଲେ ରାଣୀ ଏଲିଜାବେଥ ଦ୍ୱିତୀୟ । ସେ ୧୯୫୨ ମସିହାରୁ ରାଜତ୍ବ କରିଆସିଛନ୍ତି । ସେ ହେଉଛନ୍ତି ବିଶ୍ୱର ସବୁଠାରୁ ଅଧିକ ସମୟ ଧରି ଶାସନ କରିଥିବା ଶାସକ ।[19] ଯୁକ୍ତରାଜ୍ୟର ରାଜଧାନୀ ଲଣ୍ଡନ, ବିଶ୍ୱସ୍ତରୀୟ ନଗର ଓ ଆର୍ଥିକ କେନ୍ଦ୍ର ଏବଂ ଏହାର ଲୋକସଂଖ୍ୟା ୧.୦୩ କୋଟି ।[20] ଯୁକ୍ତରାଜ୍ୟ ଚାରୋଟି ଦେଶରେ ବିଭକ୍ତ: ଇଂଲଣ୍ଡ, ସ୍କଟଲ୍ୟାଣ୍ଡ, ୱେଲ୍ସ ଏବଂ ଉତ୍ତର ଆୟରଲ୍ୟାଣ୍ଡ ।[21] ସେମାନଙ୍କର ରାଜଧାନୀସବୁ ଯଥାକ୍ରମେ ଲଣ୍ଡନ, ଏଡିନବର୍ଗ, କାର୍ଡିଫ ଏବଂ ବେଲଫାଷ୍ଟ । ଇଂଲଣ୍ଡ ବ୍ୟତୀତ ବାକି ଦେଶଗୁଡ଼ିକର ନିଜ ସ୍ୱୟଂଶାସିତ ସରକାର ରହିଛି,[22] । ପ୍ରତ୍ୟେକ ଦେଶର ଅଲଗା ଅଲଗା ଶାସନ କ୍ଷମତା ମଧ୍ୟ ରହିଛି ।[23][24] ଯୁକ୍ତରାଜ୍ୟର ଅନ୍ୟ ପ୍ରମୁଖ ସହରଗୁଡ଼ିକ ମଧ୍ୟରୁ ବର୍ମିଙ୍ଗହାମ, ଗ୍ଲାସଗୋ, ଲିଡ୍ସ, ଲିଭରପୁଲ ଏବଂ ମାଞ୍ଚେଷ୍ଟର ଅନ୍ୟତମ ।