ମନ୍ଦୋଦରୀ
ରାବଣଙ୍କ ପତ୍ନୀ / From Wikipedia, the free encyclopedia
ରାମାୟଣ ମତେ ମନ୍ଦୋଦରୀ (Mandodarī), ରାକ୍ଷସ ରାଜା ରାବଣପତ୍ନୀ ।
ରାବଣଜାୟା ମନ୍ଦୋଦରୀଙ୍କର ଜନ୍ମ, ପୂର୍ବଜନ୍ମ ଆଦିର କାହାଣୀ ଉତ୍ତର ରାମାୟଣରୁ ମିଳେ। ନିଜର ପୂର୍ବ ଜନ୍ମରେ ମନ୍ଦୋଦରୀ ଥିଲେ ମଧୁରା ଅପସରା।ସେ ପ୍ରତି ସୋମବାର ଦିନ ଶିବଙ୍କ ବ୍ରତପାଳନ କରୁଥିଲେ । ଦିନେ ସେ ଶିବଙ୍କ ଦର୍ଶନ ପାଇଁ କୈଳାସରେ ପହଞ୍ଚିଲେ। ପାର୍ବତୀ ସେତିକି ବେଳେ ସେଠାରେ ନ ଥିଲେ। ଶିବ, ମଧୁରାଙ୍କ ସହ ଆଳାପ କରୁଥିବା ସମୟରେ ପାର୍ବତୀ ପହଞ୍ଚିଲେ ଓ ଅଜଣା ସୁନ୍ଦରୀଙ୍କୁ ଦେଖି ତାଙ୍କ ଭିତରେ ଇର୍ଷା ଜାଗ୍ରତ ହେଲା । ଶିବଙ୍କୁ ସନ୍ଦେହ କରି ସେ ମଧୁରାଙ୍କୁ ଅଭିଶାପ ବଳରେ ମଣ୍ଡୁକୀରେ ପରିଣତ କରିଦେଲେ। ମଣ୍ଡୁକୀ ରୂପରେ ମଧୁରା ହିମାଳୟ ଅନ୍ତର୍ଗତ ଏକ ବନସ୍ଥ ମଧ୍ୟସ୍ଥ କୂପରେ ବାସ କରିବାକୁ ଲାଗିଲେ। ବାର ବର୍ଷ ପରେ ସେ ପୂର୍ବ ସୌନ୍ଦର୍ଯ୍ୟ ଫେରିପାଇବେ ବୋଲି ଶିବ ତାଙ୍କୁ ବର ଦେଇଥିଲେ। ହେମପୁରର ରାକ୍ଷସରାଜ ମୟଦାନବ ଏବଂ ତାଙ୍କ ପତ୍ନୀ ହେମାଙ୍କର ଦୁଇ ପୁଅ-ମାୟାବୀ ଓ ଦୁନ୍ଦୁଭି କନ୍ୟାସନ୍ତାନଟିଏ ପାଇବା ପାଇଁ ଦୁହେଁ ଶିବଙ୍କୁ ପ୍ରାର୍ଥନା କରି ସନ୍ତୁଷ୍ଟ କଲେ । ସେତେ ବେଳକୁ ମଧୁରାଙ୍କ ମଣ୍ଡୁକୀ ଜିବନକୁ ବାରବର୍ଷ ପୁରିଥାଏ, ଶିବ ମୟଦାନବଙ୍କୁ ସ୍ୱପ୍ନାଦେଶ ଦେଲେ ତୁମର କନ୍ୟା କୂପ ଭିତରେ ଜନ୍ମ ନେଇସାରିଛି । ପରଦିନ ସକାଳେ ବନସ୍ତ ଭିତରକୁ ଯାଇ ଶିବ କହିଥିବା କୂପ ଭିତରୁ ସେମାନେ ନବଜାତ କନ୍ୟାରତ୍ନଟିଏ ପାଇ ମନ୍ଦୋଦରୀ ଭାବେ ନାମିତ କରିଥିଲେ ।