ଆଘାତ
From Wikipedia, the free encyclopedia
ଆଘାତ ପ୍ରାଣୀମାନଙ୍କର ଶାରୀରିକ କ୍ଷତିକୁ ବୁଝାଏ ।[1][2] ଦୁର୍ଘଟଣା, ପତନ, ମାଡ଼, ଅସ୍ତ୍ର ଓ ଅନ୍ୟାନ୍ୟ କାରଣମାନଙ୍କଦ୍ୱାରା ଏହା ସଂଘଟିତ ହୁଏ ।[1]
ଗୁରୁ ଆଘାତ ଗମ୍ଭୀର ଫଳପ୍ରଦ ହୋଇ ଅବଶେଷରେ ବିକଳାଙ୍ଗ ଓ ମୃତ୍ୟୁ ହୋଇପାରେ ।
ସନ ୧୯୯୦ରେ ଆଘାର ଯୋଗୁ ୪.୩ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ୪.୮ ମୃତ୍ୟୁ ହୋଇଥିଲା । ୩୦%ରୁ ଅଧିକ ମୃତ୍ୟୁ ପରିବହନ ଜନିତ ଆଘାର ଯୋଗୁ ହୋଇଥିଲା । ପାଞ୍ଚ ବର୍ଷରୁ କମ୍ ପିଲାଙ୍କ ମଧ୍ୟରୁ ସନ ୧୯୯୦ରେ ୭୬୬,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ଏହା କମିଯାଇ ୩୬୭,୦୦୦ ମୃତ୍ୟୁ ହୋଇଥିଲା ।[3] ସମୁଦାୟ ମୃତ୍ୟୁ ସଂଖ୍ୟାର ୯% ଆଘାତ ଯୋଗୁ ହୋଇଥିବା ବେଳେ ସାରା ପୃଥିବୀରେ ମୃତ୍ୟୁ ସଂଖ୍ୟାର ସପ୍ତମ ସ୍ଥାନରେ ଏହାର ନାମ ଅଛି । [4][5]