ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ
From Wikipedia, the free encyclopedia
ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ, କିମ୍ବା ଆଇ ଓ ଟି ଯେଉଁଠାରେ ସାରା ବିଶ୍ୱର କୋଟି କୋଟି ଭୌତିକ ଉପକରଣ ବର୍ତ୍ତମାନ ଇଣ୍ଟରନେଟ୍ ସହିତ ସଂଯୁକ୍ତ । ସେମାନେ ସମସ୍ତେ ତଥ୍ୟ ସଂଗ୍ରହ ଏବଂ ଅଂଶୀଦାର କରୁଛନ୍ତି ।ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ ହେଉଛି ଭୌତିକ ବସ୍ତୁର ନେଟୱାର୍କ ଯାହା ଏମ୍ବେଡ୍ ଟେକ୍ନୋଲୋଜି ଧାରଣ କରି ଆଭ୍ୟନ୍ତରୀଣ ସ୍ଥିତି କିମ୍ବା ବାହ୍ୟ ପରିବେଶ ସହିତ ଯୋଗାଯୋଗ କରି ଥାଏ (ଗାର୍ଟନର୍ଙ୍କ ସଂଜ୍ଞା) । ଉପକରଣଗୁଡ଼ିକରେ ସେନ୍ସର ପରି ହାର୍ଡୱେର୍ ଅଛି, ଯାହା ତଥ୍ୟ ସଂଗ୍ରହ କରେ । ସେନ୍ସରଦ୍ୱାରା ସଂଗୃହିତ ତଥ୍ୟ କ୍ଲାଉଡ୍ ମାଧ୍ୟମରେ ଅଂଶୀଦାର ହୁଏ ଏବଂ ସଫ୍ଟୱେର୍ ସହିତ ଏକୀଭୂତ ହୁଏ ।ସଫ୍ଟୱେର୍ସ ତା ପରେ ଏକ ଆପ୍ କିମ୍ବା ୱେବସାଇଟ୍ ମାଧ୍ୟମରେ ତଥ୍ୟ ବିଶ୍ଳେଷଣ କରେ ଏବଂ ଉପଭୋକ୍ତାମାନଙ୍କୁ ପଠାଇଥାଏ । ନେଟୱର୍କରେ ତଥ୍ୟ ସ୍ଥାନାନ୍ତରିତ ହେଉଥିବାରୁ ଏହା ମଣିଷଠାରୁ ମନୁଷ୍ୟକୁ କିମ୍ବା ମଣିଷଠାରୁ କମ୍ପ୍ୟୁଟରର ପାରସ୍ପରିକ କଥାବାର୍ତ୍ତା ଆବଶ୍ୟକ କରେ ନାହିଁ । ତଥ୍ୟ ସଂଗ୍ରହ ପ୍ରକ୍ରିୟାକୁ ସହଜ ଏବଂ ଅଧିକ ଗତିଶୀଳ କରିବାରେ ସାହାଯ୍ୟ କରିବାକୁ ଆଇ ଓ ଟି କୃତ୍ରିମ ବୁଦ୍ଧିମତା (AI) ଏବଂ ମେସିନ୍ ଲର୍ନିଂର ମଧ୍ୟ ବ୍ୟବହାର କରିପାରିବି ।[1][2]