ଟେସ୍ଟିକୁଲାର କର୍କଟ
ପୁରୁଷ ପ୍ରଜନନ ଶୃଙ୍ଖଳାରେ ଥିବା ଟେସ୍ଟିକ୍ଲର କର୍କଟ ରୋଗ / From Wikipedia, the free encyclopedia
ଟେସ୍ଟିକୁଲାର କର୍କଟ (ଇଂରାଜୀ ଭାଷାରେ Testicular cancer) ଏକ କର୍କଟ ରୋଗ ଯାହା ପୁରୁଷ ପ୍ରଜନନ ଶୃଙ୍ଖଳାର (male reproductive system) ଟେସ୍ଟିକ୍ଲରେ (testicles) ବିକଶିତ ହୁଏ ।[2] ଏହି ରୋଗରେ ଟେସ୍ଟିକ୍ଲରେ (testicle) ଗୋଟାଳି, ଅଣ୍ଡକୋଷ ଫୁଲା (scrotum) ଓ ଅଣ୍ଡକୋଷରେ ଯନ୍ତ୍ରଣା ଆଦି ଲକ୍ଷଣମାନ ଦେଖାଯାଆନ୍ତି ।[2] ଚିକିତ୍ସା କଲେ ବନ୍ଧ୍ୟାଦୋଷ (infertility) ପ୍ରାପ୍ତ ହୁଏ ।[2]
ଟେସ୍ଟିକୁଲାର କର୍କଟ (Testicular cancer) | |
---|---|
ଟେସ୍ଟିକୁଲାର ଟ୍ୟୁମର (Testis tumor)[1] | |
ବିଭାଗ | କର୍କଟ ରୋଗ ବିଜ୍ଞାନ (Oncology) |
ଲକ୍ଷଣ | ଟେସ୍ଟିକ୍ଲରେ en:testicle ଗୋଟାଳି, ଅଣ୍ଡକୋଷ ଫୁଲା (scrotum) ଓ ଯନ୍ତ୍ରଣା । [2] |
ଆକ୍ରାନ୍ତ ସମୟ | ୨୦ରୁ ୩୪ ବର୍ଷ ବୟସ୍କ ପୁରୁଷ [3] |
ବିପଦ କାରକ | କ୍ରିପ୍ଟୋଅର୍କିଡିଜ୍ମ (Undescended testis), ପାରିବାରିକ ଇତିହାସ, ନିଜର ଏହି ରୋଗ ଇତିହାସ [4] |
ରୋଗ ନିର୍ଣ୍ଣୟ ପଦ୍ଧତି | ଶାରୀରିକ ପରୀକ୍ଷା (Physical exam), ଅଲଟ୍ରାସାଉଣ୍ଡ (ultrasound), ରକ୍ତ ପରୀକ୍ଷା (blood tests), ଅର୍କିଡେକ୍ଟୋମି (surgical removal of the testicle)[2] |
ସଠିକ ରୋଗ ନିର୍ଣ୍ଣୟ | ସ୍ପର୍ମାଟୋସିଲ (Spermatocele, ଏପିଡିଡିମାଇଟିସ, ଇଙ୍ଗୁଇନାଲ ହାର୍ନିଆ (inguinal hernia), (appendix testis)[1] |
ଚିକିତ୍ସା | ଅପରେଶନ, ରାଡିଏସନ ଥେରାପି (radiation therapy), କେମୋଥେରାପି (chemotherapy), ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟେସନ (stem cell transplantation)[2] |
Prognosis | ପାଞ୍ଚ ବର୍ଷ ବଞ୍ଚିବା ହାର (Five-year survival rate) ~ ୯୫% (ଯୁକ୍ତରାଷ୍ଟ୍ର ଆମେରିକା)[3] |
ପୁନଃପୌନିକ | ୬୮୬,୦୦୦ (୨୦୧୫)[5] |
ମୃତ୍ୟୁ ସାନ୍ଦ୍ରତା | ୯,୪୦୦ (୨୦୧୫)[6] |
କ୍ରିପ୍ଟୋଅର୍କିଡିଜ୍ମ (Undescended testis), ପାରିବାରିକ ଇତିହାସ, ନିଜର ଏହି ରୋଗ ଇତିହାସ ଥିଲେ ଏହି ରୋଗ ସଙ୍କଟ ରହେ ।[4] ଜର୍ମ ସେଲ ଟ୍ୟୁମର (Germ cell tumors) ଏମାନଙ୍କ ମଧ୍ୟରେ ସର୍ବାଧିକ ସାଧାରଣ କର୍କଟ ସେମିନୋମା (seminomas ଓ ଅଣସେମିନୋମା (nonseminomas) ନାମରେ ଦୁଇ ଭାଗରେ ବିଭକ୍ତ କରାଯାଇଛି ।[4] ସେକ୍ସ-କର୍ଡ଼ ସ୍ଟ୍ରୋମାଲ ଟ୍ୟୁମର (sex-cord stromal tumors), ଲିମ୍ଫୋମା (lymphomas) ନାମରେ ଅନ୍ୟ ପ୍ରକାରର କର୍କଟ ମଧ୍ୟ ଦେଖାଯାଏ ।[7] ଶାରୀରିକ ପରୀକ୍ଷା (Physical exam), ଅଲଟ୍ରାସାଉଣ୍ଡ (ultrasound), ରକ୍ତ ପରୀକ୍ଷା (blood tests) ପରୀକ୍ଷାମାନ କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[2] ଅର୍କିଡେକ୍ଟୋମି (surgical removal of the testicle) ଅପରେଶନ କରିବା ପରେ ଅଣୁବୀକ୍ଷଣ ଯନ୍ତ୍ର (microscope) ସାହାଯ୍ୟରେ ଏହାର ପ୍ରକାର ନିର୍ଣ୍ଣୟ କରାଯାଏ ।[2]
ଟେସ୍ଟିକୁଲାର କର୍କଟ ଏକ ଚିକିତ୍ସାସାଧ୍ୟ ଓ ଆରୋଗ୍ୟସାଧ୍ୟ ରୋଗ ।[4] ଅପରେଶନ, ରାଡିଏସନ ଥେରାପି (radiation therapy), କେମୋଥେରାପି (chemotherapy), ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟେସନ (stem cell transplantation) ଇତ୍ୟାଦି ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ ।[2] ଏହି ରୋଗର ବ୍ୟାପିଥିଲେ ମଧ୍ୟ କେମୋଥେରାପି ସାହାଯ୍ୟରେ ୮୦% ଆରୋଗ୍ୟ ହାର ହେଉଛି ।[7]
ସନ ୨୦୧୫ରେ ୬୮୬,୦୦୦ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ।[5] ସନ ୧୯୯୦ରେ ୭,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୫ରେ ମୃତ୍ୟୁ ସଂଖ୍ୟା ୯,୪୦୦ ହୋଇଥିଲା ।[6][8] ବିକଶିତ (developed world) ଦେଶ ଅପେକ୍ଷା ବିକାଶଶୀଳ (developing) ଦେଶରେ ରୋଗ ହାର କମ୍ ରହୁଛି । [9] ଏହି ରୋଗ ସାଧାରଣତଃ ୨୦ରୁ ୩୪ ବର୍ଷ ବୟସର ଲୋକଙ୍କୁ ହୁଏ ଓ କ୍ୱଚିତ ୧୫ ବରଷ ବୟସ ତଳ ଲୋକଙ୍କୁ ହୁଏ ।[3][10] ଯୁକ୍ତରାଷ୍ଟ୍ର ଆମେରିକାରେ ୫ ବର୍ଷ ବଞ୍ଚିବା ହାର ପ୍ରାୟ ୯୫% । [3] ରୋଗ ସ୍ଥାନୀୟ ରହିଥିଲେ ଫଳାଫଳ ଅଧିକ ଭଲା ରହେ । [3]