ଲିମ୍ଫୋମା
From Wikipedia, the free encyclopedia
ଲିମ୍ଫୋମା (ଇଂରାଜୀରେ Lymphoma) ଏକ ରକ୍ତ ଜୀବକୋଷ ଅର୍ବୁଦ ଦଳର ସଦସ୍ୟ ଯାହା ଲିମ୍ଫୋସାଇଟରୁ ସୃଷ୍ଟି ହୁଏ ।[1] ଏହାକୁ ବେଳେବେଳେ ଅର୍ବୁଦ ନ କହି କର୍କଟିୟ ବା କ୍ୟାନ୍ସେରସ କୁହାଯାଏ ।[1] ଏହି ରୋଗରେ ଲସିକା ଗ୍ରନ୍ଥି ଯନ୍ତ୍ରଣା ନ ଥାଇ ବଢ଼ିଯାଏ, ଜ୍ୱର, ଝାଳ, କୁଣ୍ଡେଇ ହେବା, ଓଜନ ହ୍ରାସ, ଥକ୍କା ଲାଗିବା ଇତ୍ୟାଦି ଲକ୍ଷଣ ଦେଖାଯାଏ ।[2][3] ରାତିରେ ସାଧାରଣତଃ ଝାଳ ବୁହେ ।[2][3]
ଲିମ୍ଫୋମା | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | hematology[*], oncology[*] |
ଆଇସିଡ଼ି-୧୦ | C81.-C96. |
ଆଇସିଡ଼ି-୯-ସିଏମ୍ | 202.8 |
ଆଇସିଡ଼ି-ଓ | 9590–9999 |
ମେଡ଼ିସିନ-ପ୍ଲସ | 000580 000581 |
MeSH | D008223 |
ଦୁଇ ପ୍ରକାର ମୂଖ୍ୟ ଲିମ୍ଫୋମା ଦେଖାଯାଏ, ହଜକିନ ଲିମ୍ଫୋମା (ଏଚ.ଏଲ.) ଓ ନନ୍ ହଜକିନ ଲିମ୍ଫୋମା (ଏନ.ଏଚ.ଏଲ.)[4] ଓ ଏହା ସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଉ ଦୁଇଟ ରୋଗ ମଲ୍ଟିପ୍ଲ ମାୟେଲୋମା ଓ ଇମ୍ମ୍ୟୁନୋପ୍ରୋଲିଫରେଟିଭ ଡିଜିଜକୁ ମିଶେଇଛନ୍ତି । [5] ନନ୍ ହଜକିନ ଲିମ୍ଫୋମା ପ୍ରାୟ ୯୦ % ହୁଏ ଓ ଏହାର ଅନେକ ସବ-ଟାଇପ ଥାଏ ।[4][6] ହେମାଟୋପଏଟିକ ଓ ଲିମ୍ଫଏଡ ତନ୍ତୁ ନାମକ ଏକ ବଡ଼ ଦଳର ଅର୍ବୁଦର ଏହା ଏକ ଅଂଶ । [7]
ଏପସ୍ଟେନ-ବାର ଭୁତାଣୁ ଓ ପରିବାରରେ ଅନ୍ୟ କେହି ରୋଗୀ ଥିଲେ ସଙ୍କଟଦାୟୀ ଅବସ୍ଥା ଉପୁଜେ । [2] ଏନ.ଏଚ.ଏଲ. ନିମନ୍ତେ ସଙ୍କଟଦାୟୀଙ୍କର ନାମ ଅଟୋଇମ୍ମ୍ୟୁନ ରୋଗ, ଏଚ.ଆଇ.ଭି. ମାନବଟି ଲିମ୍ଫୋଟ୍ରପିକ ଭୁତାଣୁ, ଅଧିକ ମାଂସ ଓ ଚର୍ବି ଖାଦ୍ୟ, ଇମ୍ମ୍ୟୁନିଟି ନିରୋଧି ଔଷଧ ଓ କିଛି ପୋକମାରୀ ଔଷଧ । [3] ରକ୍ତ, ପରିସ୍ରା ଓ ଅସ୍ଥି ମଜ୍ଜା ପରୀକ୍ଷା କରି ସାଧାରଣତଃ ଏହି ରୋଗ ନିର୍ଣ୍ଣୟ କରାଯାଏ ।[3] ଲସିକା ଗ୍ରନ୍ଥି ବାୟୋପ୍ସି କରିବା ଆବଶ୍ୟକ ହୋଇପାରେ ।[2][3] ମେଡିକାଲ ଇମେଜିଙ୍ଗ କରି କେଉଁଠାକୁ ଯାଇଛି ଜଣାଯାଏ ।[2][3] ଏହି ରୋଗ ଅନ୍ୟ ଅଙ୍ଗ ଯଥା ଫୁସଫୁସ, ଯକୃତ ଓ ମସ୍ତିଷ୍କକୁ ବ୍ୟାପିପାରେ ।[2][3]
ଏହି ରୋଗ ନିମନ୍ତେ କିଛି ସଂଯୁକ୍ତ ଚିକିତ୍ସା ଆବଶ୍ୟକ ହୁଏ ଯେପରିକି କେମୋଥେରାପି, ରାଡିଏସନ ଥେରାପି, ଟାର୍ଗେଟେଡ ଥେରାପି ଓ ଅପରେଶନ ।[2][3] ଏନ.ଏଚ.ଏଲ.ରେ ପ୍ରୋଟିନ ମିଶ୍ରିତ ରକ୍ତ ବହୁତ ଗାଢ଼ ଥିବାରୁ ପ୍ଲାଜମୋଫେରେସିସ ଦରକାର ହୁଏ ।[3] କେତେକ ଟାଇପ ନିମନ୍ତେ ଦେଖା ଅପେକ୍ଷା ବିଧି ଯଥେଷ୍ଟ ହୁଏ ।[3] କେତେକ ଟାଇପ ଆରୋଗ୍ୟ ହୋଇଯାଏ ।[4] ଆମେରିକାରେ ଏଚ.ଏଲ.ର ମୋଟାମୋଟି ପାଞ୍ଚ ବର୍ଷିଆ ଆୟୁଷ ହାର ୮୫ %,[8] ଓ ଏନ.ଏଚ.ଏଲ.ର ୬୯ % ।[9] ସମ ୨୦୧୨ରେ ପୃଥିବୀରେ ୫୬୬,୦୦୦ ଲୋମ୍ଫୋମା ହୋଇଥିଲା ଓ ଏହି କାରଣରୁ ୩୦୫,୦୦୦ ଲୋକ ମରିଥିଲେ ।[5] ସମୁଦାୟ କର୍କଟ ରୋଗର ଏହା ୩ରୁ ୪ % କିନ୍ତୁ ଦଳଗତ ଭାବେ ଏହା ସପ୍ତମ ସାଧାରଣ ରୋଗ ।[5][10] ପିଲାଙ୍କଠାରେ ଏହା ତୃତୀୟ ସାଧାରଣ କର୍କଟ ରୋଗ ।[11] ବିକାଶଶୀଳ ଦେଶ ଅପେକ୍ଷା ବିକଶିତ ଦେଶମାନଙ୍କରେ ଏହି ରୋଗ ଅଧିକ ହୁଏ । [5]